ଭଦ୍ରକ,(ସତ୍ୟଭୂଷଣ ସ୍ବାମୀ): ଭଦ୍ରକ ଜ଼ିଲ୍ଲା ବିଜୁ ଜନତା ଦଳର କାର୍ଯ୍ୟକାରିଣୀ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଏକ ମଣ୍ଡପ ଠାରେ ଅନୁଷ୍ଠିତ କାର୍ଯ୍ୟକାରିଣୀ ବୈଠକରେ ସାଂସଦ ଓ ୪ ବିଧାୟକ, ୩ଜଣ ପୂର୍ବତନ ବିଧାୟକଙ୍କ ସହ ବହୁ ନେତୃବୃନ୍ଦ ଉପସ୍ଥିତ ରହି ଦଳୀୟ ସାଙ୍ଗଠନିକ ଉପରେ ଆଲୋଚନା କରିଥିଲେ । ବିଜୁ ଜନତା ଦଳର ଜ଼ିଲ୍ଲା ପର୍ଯ୍ୟବେକ୍ଷକ ତଥା ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତ ରାୟ ଏହି ବୈଠକରେ ଯୋଗ ଦେଇ ଆଗାମୀ ନିର୍ବାଚନରେ କେଉଁଭଳି ସମସ୍ତେ ମନାନ୍ତର ଓ ମତାନ୍ତରକୁ ଭୁଲି ଏକଜୁଟ ହେବା ସହ ସଙ୍ଗଠନକୁ କ୍ରିୟାଶୀଳ କରିବା ପାଇଁ ଅଣ୍ଟା ଭିଡିବା ଆବଶ୍ୟକ ବୋଲି ଗୁରୁତ୍ୱାରୋପ କରିଥିଲେ । ରାଜ୍ୟ ସରକାରଙ୍କ ସମସ୍ତ ଯୋଜନାକୁ ଗାଁ ଠୁ ସହର ସମସ୍ତ ଲୋକଙ୍କ ନିକଟରେ ପହଞ୍ଚାଇ ଆସ୍ଥାଭାଜନ ହେବା ଆବଶ୍ୟକ ବୋଲି ନିଷ୍ପତ୍ତି ହୋଇଥିଲା । ମୁଖ୍ୟତଃ ଦଳୀୟ ଶୃଙ୍ଖଳା ଭିତ୍ତିରେ ସମସ୍ତେ କାର୍ଯ୍ୟ କରିବା ଆବଶ୍ୟକ ବୋଲି ଦଳୀୟ କର୍ମୀ ମାନଙ୍କୁ ପର୍ଯ୍ୟବେକ୍ଷକ ଶ୍ରୀ ବଲବନ୍ତରାୟ ଆହ୍ୱାନ ଦେଇଥିଲେ । ଆଜିର କାର୍ଯ୍ୟକ୍ରମରେ ଜିଲ୍ଲା ବିଜେଡି ସଭାପତି ଜଗନ୍ନାଥ ସ୍ୱାଇଁ ସଭାପତିତ୍ୱ କରିଥିଲେ । ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳଙ୍କ ସମେତ ବିଧାୟକ ଚାନ୍ଦବାଲି ବ୍ୟୋମକେଶ ରାୟ, ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ପ୍ରାକ୍ତନ ବିଧାୟକ ବିଜୟ ନାୟକ, ରାଜେନ୍ଦ୍ର ଦାସ, ମୁକ୍ତିକାନ୍ତ ମଣ୍ଡଳଙ୍କ ସମେତ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦ୍ଵିଜବର ରାଉତ, ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ବିଦ୍ୟୁତଲତା ନାୟକ, ସମସ୍ତ ବ୍ଲକ ଅଧ୍ୟକ୍ଷ, ଜିଲା କର୍ଯ୍ୟକର୍ତା, ବ୍ଲକ କର୍ଯ୍ୟକର୍ତା ପ୍ରମୂଖ ଉପସ୍ଥିତ ରହିଥିଲେ । ସମସ୍ତେ ଏକ ହୋଇ ଦଳ ପାଇଁ କାର୍ଯ୍ୟ କରିବୁ, ଆଗାମୀ ପଞ୍ଚାୟତ ନିର୍ବାଚନ ଉପରେ ଆମର ଅଧିକ ଫୋକସ ରହିବ ବୋଲି ବିଧାୟକମାନେ ମତପ୍ରକାଶ କରିଥିଲେ ।
ରାଜ୍ୟ
ଭଦ୍ରକ ଜ଼ିଲ୍ଲା ବିଜେଡିର କାର୍ଯ୍ୟକାରିଣୀ ବୈଠକ ; ଆଗକୁ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ ।
- Hits: 441











