ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଏବଂ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ ପ୍ରଭାତ କୁମାର ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଗତକାଲି ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ବ୍ୟାପକ ଭାବେ ମିଳିତ ଅବକାରୀ ଚଢ଼ାଉ କରାଯାଇଥିଲା ।
ଏହି ଚଢ଼ାଉରେ ବହୁ ପରିମାଣର ମହୁଲି ପୋଚ ଓ ଦେଶୀ ମଦ ଯଥା:- ୫୬୦୦ ଲିଟର ମହୁଲି ପୋଚ ଓ ୩୪୦ ଲିଟର ଦେଶୀ ମଦ ସମେତ ବହୁ ମଦରନ୍ଧା ସରଞ୍ଜାମ ଓ ମଦରଖା ସାମଗ୍ରୀ ସବୁ ଜବତ କରାଯାଇଥିଲା । ଜବତ ପୋଚ ଓ ଦେଶୀମଦ ସବୁକୁ ଘଟଣା ସ୍ଥଳରେ ହିଁ ନଷ୍ଟ କରି ଦିଆଯାଇଥିଲା।
ଏହି ଅବକାରୀ ଚଢ଼ାଉ ସଦର ଅବକାରୀ ଇନିସ୍ପେକ୍ଟର ଶ୍ରୀ ବାଳକୃଷ୍ଣ ପରିଡା ଓ ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ ଇନିସ୍ପେକ୍ଟର ଶ୍ରୀ ପ୍ରକାଶ କୁମାର ସାହୁଙ୍କ ନେତୃତ୍ୱରେ ପାରଳାଖେମୁଣ୍ଡି ସଦର ଅବକାରୀ ଓ ରା:ଉଦୟଗିରି ଭ୍ରାମ୍ୟମାଣ ଅବକାରୀ ବିଭାଗ ଅଧିକାରୀ ଓ କର୍ମଚାରୀ , ଗୁରାଣ୍ଡି ଓ ରାୟଗଡ ଥାନା ଅଧିକାର ଓ କର୍ମଚାରୀ , ଏପିଆର ଫୋର୍ସ , ରାଜସ୍ୱ ଓ ଜଙ୍ଗଲ ବିଭାଗ କର୍ମଚାରୀ ପ୍ରମୁଖ ଏହି ମିଳିତ ଅବକାରୀ ଚଢ଼ାଉରେ ସାମିଲ ଥିଲେ ।
ଏହି ମିଳିତ ଅବକାରୀ ଚଢ଼ାଉ ଗଜପତି ଜିଲ୍ଲା ରାୟଗଡ ଓ ଗୁରାଣ୍ଡି ଥାନା ଅନ୍ତର୍ଗତ ଅଡାସିଂ , ରତନସିଂ , ପରିଡା , ଲକ୍ଷ୍ମୀପୁର ଓ ଲାଞ୍ଜିପଦର ପ୍ରଭୃତି ଗ୍ରାମାଞ୍ଚଳରେ ଚଢ଼ାଉ କରାଯାଇଥିଲା ।
ଏହିଭଳି ବେଆଇନ ମଦ କାରବାରରେ ସମ୍ପୃକ୍ତ ଥିବା ଅଭିଯୋଗରେ ଜଣେ ମହିଳାକୁ ଗିରଫ କରାଯାଇଥିବା ବେଳେ ଏ ସଂକ୍ରାନ୍ତରେ ୩ ଗୋଟି ଅବକାରୀ ମାମଲା ରୁଜୁ କରାଯାଇଛି ବୋଲି ବିଭାଗୀୟ ପକ୍ଷରୁ କୁହାଯାଇଛି ।
ରାଜ୍ୟ
ମିଳିତ ଅବକାରୀ ଚଢ଼ାଉ : ମଦ ଓ ପୋଚ ଜବତ , ଜଣେ ମହିଳା ଗିରଫ
- Hits: 430











