ହେଡଲାଇନସ୍:

ଧାମରା ବନ୍ଦରରେ ଅପ୍ରବାସ କେନ୍ଦ୍ର ପାଇଁ ୧୪ଟି ପୋଲିସ ପଦବୀ ସୃଷ୍ଟି କଲେ ରାଜ୍ୟ ସରକାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର(ଶାସକ ପ୍ରଶାସକ) : ଭଦ୍ରକ ଜିଲ୍ଲାର ଧାମରା ବନ୍ଦର ଠାରେ ଏକ ନୂତନ ଅପ୍ରବାସ କେନ୍ଦ୍ର (Immigration Check Post) ନିମନ୍ତେ ୧୪ଟି ପୋଲିସ ପଦବୀ ସୃଷ୍ଟି କରାଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି ନୂତନ ପଦବୀ ଗୁଡ଼ିକୁ ଅନୁମୋଦନ କରିଛନ୍ତି ।
ଏଥିରେ ଦୁଇଟି ଇନ୍‌ସପେକ୍ଟର, ୮ଟି ସବ୍‌-ଇନ୍‌ସପେକ୍ଟର ଓ ୪ଟି କନେଷ୍ଟବଳ ପଦବୀ ସୃଷ୍ଟି କରାଯାଇଛି ।
ସୂଚନାଯୋଗ୍ୟ ଯେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଧାମରା ବନ୍ଦରକୁ ଏକ ଅପ୍ରବାସ କେନ୍ଦ୍ର ରୂପେ ଘୋଷଣା କରାଯିବା ପରେ ଏହାର କାର୍ଯ୍ୟଭାର ରାଜ୍ୟ ସରକାର ଗ୍ରହଣ କରିଛନ୍ତି ।

0
0
0
s2sdefault