ହେଡଲାଇନସ୍:

ଗରିବ ପରିବାରକୁ ବିଧାୟକଙ୍କ ସହାୟତା ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭଦ୍ରକ, ବ୍ଲକ ,(ସୀତାକାନ୍ତ ପାଢ଼ୀ):-ଭଦ୍ରକ ନିର୍ବାଚନମଣ୍ଡଳୀ ଅଧିନସ୍ଥ ଚରମ୍ପା, ବେଳମାଲ ଅଞ୍ଚଳର ଗୋଟିଏ ଗରିବ ପରିବାରକୁ ସାହାଯ୍ୟ କଲେ ବିଧାୟକ ସଂଜୀବ ମଲ୍ଲିକ । ସ୍ଥାନୀୟ ଅଞ୍ଚଳର ବୀଣାପାଣି ବେହେରାଙ୍କ ସ୍ଵାମୀଙ୍କ ଦେହ ଅସୁସ୍ଥ ପରେ ତାଙ୍କର ଆର୍ଥିକ ଅବସ୍ଥା ଖରାପ ହେବାପରେ ଏବେ ଚଳିବା ପାଇଁ ଅନେକ ଅସୁବିଧା ହେଉଛି । ତାଙ୍କ ପୁତ୍ର ଚନ୍ଦ୍ରକାନ୍ତ ବେହେରା ଆର୍ଥିକ ଅନଟନରୁ ପାଠ ପଡିବାରେ ସମସ୍ୟା ସୃଷ୍ଟି ହୋଇଛି । ଏହାକୁ ନେଇ ଉଭୟ ବୀଣାପାଣି ଓ ତାଙ୍କ ପୁତ୍ର ବିଧାୟକଙ୍କୁ ଭେଟି ସମସ୍ୟା ବିଷୟରେ ଜଣାଇଥିଲେ । ଏହାପରେ ବିଧାୟକଙ୍କ ସ୍ଥାନୀୟ ପ୍ରତିନିଧି ତପନ କୁମାର ମଲ୍ଲିକ ଓ ଏରେଇଁ ସରପଞ୍ଚ ଅଶ୍ବିନି ରଣାଙ୍କ ଉପସ୍ଥିତିରେ ତାଙ୍କ ପରିବାରକୁ ପ୍ରଥମ ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି । ଆଗକୁ ପାଠ ପଢ଼ାର ସମସ୍ତ ଖର୍ଚ୍ଚ ସହିତ ଅନ୍ୟନ୍ୟ ଅଵଶ୍ୟକୀୟ ଖର୍ଚ୍ଚ ଯୋଗାଇ ଦେବେ ବୋଲି ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ପ୍ରତିଶ୍ରୁତି ଦେଇଛନ୍ତି।

0
0
0
s2sdefault