ହେଡଲାଇନସ୍:

ଭାରତ ସରକାରଙ୍କ ବିଦେଶ ବାଣିଜ୍ୟ ମହାନିର୍ଦ୍ଦେଶାଳୟର ଆଞ୍ଚଳିକ ଲାଇସେସିଂ କର୍ତ୍ତୃପକ୍ଷ କାର୍ଯ୍ୟାଳୟ କଲିକତା ସ୍ଥାନାନ୍ତରିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ିଶାରେ ଶାଖା କାର୍ଯ୍ୟାଳୟ ନଥିବାରୁ ରପ୍ତାନୀ ସମସ୍ୟା ସମ୍ବନ୍ଧରେ କେନ୍ଦ୍ରକୁ ଜଣାଇଲେ ଏମ୍ଏସ୍ଏମ୍ଇ ସଚିବ

ଭୁବନେଶ୍ୱର(ଶାସକ ପ୍ରଶାସକ) : ଓଡ଼ିଶାରେ କେନ୍ଦ୍ର ସରକାରଙ୍କ ବିଦେଶ ବାଣିଜ୍ୟ ମହାନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଅଧୀନରେ କାର୍ଯ୍ୟରତ ଆଞ୍ଚଳିକ ଲାଇସେସିଂ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟ କଟକରୁ କଲିକତା ସ୍ଥାନାନ୍ତରିତ ହେବା ପରେ ରାଜ୍ୟର ସାମୁଦ୍ରିକ ମତ୍ସ୍ୟ, କୃଷି ଉତ୍ପାଦ ପରି ନଷ୍ଟ ଯୋଗ୍ୟ ଦ୍ରବ୍ୟର ରପ୍ତାନୀ କ୍ଷେତ୍ରରେ ବିଶେଷ ସମସ୍ୟା ଦେଖାଦେଉଛିା ଏହି ସମସ୍ୟାର ତୁରନ୍ତ ସମାଧାନ ପାଇଁ ଆଜି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ କେନ୍ଦ୍ର ବିଦେଶ ବାଣିଜ୍ୟ କାର୍ଯ୍ୟାଳୟର ଅତିରିକ୍ତ ମହାନିର୍ଦ୍ଦେଶକଙ୍କ ସହିତ ଭର୍ଚୁଆଲ ମାଧ୍ୟମରେ ବାର୍ତ୍ତାଳାପ କରି ରପ୍ତାନୀ କ୍ଷେତ୍ରରେ ଦେଖାଦେଇଥିବା ସ୍ଥାନୀୟ ସମସ୍ୟା ବିଷୟରେ ଆଲୋଚନା କରି ସେ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲୋ ରାଜ୍ୟରେ ଖଣିଜ, ଧାତୁ ଉତ୍ପାଦ, କୃଷି ଉତ୍ପାଦ, ସାମୁଦି୍ରକ ଉତ୍ପାଦ(ମତ୍ସ୍ୟ), ହସ୍ତତନ୍ତ, ହସ୍ତଶିଳ୍ପ, କାଜୁ ଏବଂ ମସଲାଜାତୀୟ ଦ୍ରବ୍ୟ ରପ୍ତାନୀର ଅପାର ସମ୍ଭାବନା ରହିଛିା ରାଜ୍ୟରେ ଏସବୁର ପ୍ରୋତ୍ସାହନ ଲାଗି ରପ୍ତାନୀ ପ୍ରୋତ୍ସାହନ ପରିଷଦ ନଥିବାରୁ ରପ୍ତାନୀ କ୍ଷେତ୍ରରେ ଅନେକ ସମସ୍ୟା ଦେଖାଦେଉଛିା ସେଥିପାଇଁ ତୁରନ୍ତ ରପ୍ତାନୀପ୍ରୋତ୍ସାହନ ପରିଷଦ ଖୋଲିବା ପାଇଁ ପଦକ୍ଷେପ ନେବାକୁ ସେ ଏହି ବାର୍ତ୍ତାଳାପ ସମୟରେ ଉଲ୍ଲେଖ କରିଛନ୍ତିା
ରାଜ୍ୟରେ ପାରାଦୀପ, ଧାମରା ଓ ଗୋପାଳପୁର ପରି ତିନୋଟି ସକ୍ରିୟ ବନ୍ଦର ଅନ୍ୟାନ୍ୟ ପଣ୍ୟ ରପ୍ତାନୀ ଓ ଆମଦାନୀ କରୁଛିା କିନ୍ତୁ ସିପିଂ ଲାଇନ୍ ଏବଂ ରିଫରି କନେଟନର୍ ନଥିବା ହେତୁ ସାମୁଦ୍ରିକ ଉତ୍ପାଦ ରପ୍ତାନୀ ସକାଶେ ପଡେ଼ାଶୀ ବିଶାଖାପାଟଣା ଓ କଲିକତା ବନ୍ଦର ଉପରେ ନିର୍ଭର କରିବାକୁ ପଡ଼ୁଛିା ଅପର ପକ୍ଷେ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ଏକ କାର୍ଗୋ କମ୍ପ୍ଲେକ୍ସ ଥିବା ସତ୍ତେ୍ୱ ନଷ୍ଟଯୋଗ୍ୟ ଦ୍ରବ୍ୟଗୁଡ଼ିକର ରପ୍ତାନୀର ସବୁିଧା ନାହିାଁ ତେଣୁ ରାଜ୍ୟର ଉକ୍ତ ତିନୋଟି ବନ୍ଦରରେ ଆନୁସଙ୍ଗିକ ବ୍ୟବସ୍ଥା ଉପଲବ୍ଧ କରାଇଲେ କୃଷିଜାତ ଦ୍ରବ୍ୟ ଓ ସାମୁଦି୍ରକ ଉତ୍ପାଦ ପରି ଶିଘ୍ର ନଷ୍ଟ ହୋଇ ଯାଉଥିବା ଦ୍ରବ୍ୟକୁ ସହଜରେ ରପ୍ତାନୀ କରାଯାଇ ପାରନ୍ତାା ତା'ଛଡ଼ା ବିଜୁ ପଟ୍ଟନାୟକ ବିମାନ ବନ୍ଦରଠାରେ ଅନ୍ତତଃ ଦକ୍ଷିଣ-ପୂର୍ବ ଏସୀୟ ଦେଶଗୁଡ଼ିକୁ ରପ୍ତାନୀ କରିବାକୁ ସୁଯୋଗ ସୃଷ୍ଟି କରିବାକୁ ପଦକ୍ଷେପ ନେବାକୁ ସେ ଅନୁରୋଧ କରିଥିଲୋ
ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରର କାର୍ଗୋ କମ୍ପ୍ଲେକ୍ସଠାରେ କୃଷି ଓ ସାମୁଦି୍ରକ ଉତ୍ପାଦଗୁଡ଼ିକର ରପ୍ତାନୀ ସକାଶେ ଶୀତଳ ଭଣ୍ଡାର, ପ୍ୟାକେଜିଂୟୁନିଟ୍ ଏବଂ ପରିମଳ ଗୁଣବତ୍ତା ପ୍ରମାଣପତ୍ର ପ୍ରଦାନ ଭଳି ସୁବିଧା ଓ ଭିତ୍ତିଭୂମିର ସୃଷ୍ଟି କରାଯିବା ସହ ସ୍ୱତନ୍ତ୍ର ପ୍ଲାଣ୍ଟ ଅଫିସ ନିର୍ମାଣ କରିବା ଆଦି ବିଷୟ ସେ ଅବଗତ କରିଥିଲୋ
ରାଜ୍ୟରେ ରପ୍ତାନୀ ପ୍ରୋତ୍ସାହନ ଏବଂ ବିପଣନ ନିର୍ଦ୍ଦେଶାଳୟକୁ ରପ୍ତାନୀ କାରବାର ତଦାରଖ ନିମନ୍ତେ ନୋଡ଼ାଲ ସଂସ୍ଥା ଭାବେ ଘୋଷଣା କରାଯାଇଛିା କିନ୍ତୁ ଏହି ସଂସ୍ଥା ରପ୍ତାନୀଜନିତ ସମସ୍ୟାର ସମାଧାନ ପାଇଁ ବୃତ୍ତିଗତ କର୍ମଚାରୀଙ୍କ ଅଭାବ ରହିଛିା ତେଣୁ ତୁରନ୍ତ ଜଣେ ଦକ୍ଷ ବୃତ୍ତିଗତ ବିଦେଶ ବାଣିଜ୍ୟ ଅଧିକାରୀଙ୍କ ନିଯୁକ୍ତି ଦେବାକୁ କିମ୍ବା ବାଣିଜ୍ୟ ମନ୍ତ୍ରାଳୟର କୌଣସି ଉପଯୁକ୍ତ ଅଧିକାରୀଙ୍କୁ ଓଡ଼ିଶାରେ ନିୟୋଜନ କରିବାକୁ ସେ ପ୍ରସ୍ତାବ ରଖିଥିଲୋ ରାଜ୍ୟର ଅର୍ଥନୈତିକ ବିକାଶ ପାଇଁ ସ୍ଥାନୀୟ ଉତ୍ପାଦଗୁଡ଼ିକର ବିଦେଶ ରପ୍ତାନୀ ଏକ ପ୍ରମୁଖ ଦିଗ ହୋଇଥିବା ହେତୁ ଏହି ପ୍ରସଙ୍ଗକୁ ଅଧିକ ଗୁରୁତ୍ୱ ପ୍ରଦାନ କରାଯାଉଛିା ତା'ଛଡ଼ା ସ୍ଥାନୀୟ ବ୍ୟବସାୟୀ ରପ୍ତାନୀ କ୍ଷେତ୍ରରେ ଦେଖା ଦେଇଥିବା ଏହି ଅବ୍ୟବସ୍ଥା ଯୋଗୁଁ କ୍ରମାଗତ ଭାବେ କ୍ଷତି ସହୁଥିବା ନେଇ ଅସନ୍ତୋଷ ପ୍ରକାଶ କରିଆସୁଛନ୍ତିା

 

0
0
0
s2sdefault