ହେଡଲାଇନସ୍:

ନିମ୍ନ ମାନର ବିଜୁ ସେତୁ କାମ : ଗୋଟେ ବରଷାରେ ସ୍ଥିତି ବେହାଲ, ଠିକାଦାର-ଯନ୍ତ୍ରୀ ମଧୁଚନ୍ଦ୍ରିକା ଅଭିଯୋଗ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 


ପଦ୍ମପୁର(ଶାସକ ପ୍ରଶାସକ)- ପଦ୍ମପୁର ବ୍ଳକ ଚାରପାଲି ପଞ୍ଚାୟତ ବାସିଙ୍କ ଦୀର୍ଘ ଦିନର ସ୍ପପ୍ନଥିଲା କି ଅଙ୍ଗ ନଦୀ ଉପରେ ଦେଉଲି ଠାରେ ଏକ ପୋଲ ନିର୍ମାଣ ହେଉ । ପୋଲ ନିର୍ମାଣ ହେବା ଦ୍ବାରା ଲୋକଙ୍କୁ ୧୫ କିମି ବୁଲିକି ଯିବାକୁ ପଡିବନି । ସେମାନେ କମ ସମୟ ମଧ୍ୟରେ ପଦ୍ମପୁର ସହର ସହ ଯୋଡି ହୋଇ ପାରିବେ । ପଦ୍ମପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଦେଉଲି ଠାରେ ଥିବା ନଦୀ ଉପରେ ବିଜୁ ସେତୁ ଯୋଜନା ମାଧ୍ୟମରେ ଏକ ପୋଲ ନିର୍ମାଣ କରାଯାଉଛି । ଏହି ପୋଲ ନିର୍ମାଣ ହେବା ଦ୍ବାରା ଚାରପାଲି ଏବଂ କନସିଂହା ପଞ୍ଚାୟତର ଜନସାଧାରଣ ସହଜରେ ପଦ୍ମପୁର ସହର ସହ ଯୋଡି ହୋଇ ପାରିବେ । ଯାହାର ନିର୍ମାଣ ଭାର ଏଲଏନଆଇସି ପ୍ରାଇଭେଟ ଲିମିଟେଡ଼ ନାମକ ଏକ ସଂସ୍ଥାକୁ ଦିଆ ଯାଇଛି।

୨୪୫.୦୪ ମିଟର ଦୈର୍ଘ୍ୟ ଓ ୭.୫ ମିଟର ପ୍ରସ୍ଥ ବିଶିଷ୍ଟ ଏହି ପୋଲର ମୂଲ୍ୟ ରହିଛି ୧୦୪୪.୮୫ ଲକ୍ଷ ଟଙ୍କା । ନିର୍ମାଣର ଅଳ୍ପ କିଛି ଦିନ ମଧ୍ୟରେ ଲଘୁଚାପ ବର୍ଷା ଫଳରେ ସାଇଟ କାନ୍ଥ ପ୍ୟାକିଙ୍ଗରେ ନିମ୍ନ ମାନର କାମ ଯୋଗୁଁ ମାଟିଦବି ଯିବା ସହ ରାସ୍ତାରେ ବଡ଼ ବଡ଼ ଫାଟ ହୋଇଯାଇଥିବା ଦେଖିବାକୁ ମିଲିଛି । ସାଇଟ କାନ୍ଥ ପ୍ୟାକିଙ୍ଗ ସମୟରେ ନିମ୍ନ ମାନର ପଥର ଦେଇଥିବା କାରଣରୁ ବର୍ଷା ପାଣିରେ ମାଟି ଧୋଇ ହେବା ସହ ବଡ଼ବଡ଼ ଗାତ ସୄଷ୍ଟି ହେଉଛି । ପୋଲ ଉପରେ ମଧ୍ୟ ଫାଟ ସୄଷ୍ଟି ହେବା ସହ ପୋଲର ଛାତ ଦବି ବାକୁ ଲାଗିଲାଣି । ଫଳରେ ଲୋକମାନେ ଯିବା ଆସିବା କରିବାରେ ଭୟ କରୁଥିବା ଅଭିଯୋଗ କରୁଛନ୍ତି । କୋଟି କୋଟି ଟଙ୍କା ଖର୍ଚ୍ଚ କରି ସରକାର ଲୋକଙ୍କ ପାଇଁ ଦୀର୍ଘ ସମୟ ଯାତାୟାତ କରି ପାରିବେ ବୋଲି ପୋଲ ନିର୍ମାଣ କରୁଛନ୍ତି ।

ହେଲେ ଠିକାଦାର ଓ ବିଭାଗୀୟ ଯନ୍ତ୍ରୀ ମାନଙ୍କ ମଧୁ ଚନ୍ଦ୍ରିକା ଯୋଗୁଁ ଠିକାଦାର ମାନେ ଅତି ନିମ୍ନ ମାନର କାମ କରୁଛନ୍ତି ଏବଂ ହାତ ଗୁଞ୍ଜା ପାଇଗଲେ ବିଭାଗୀୟ ଅଧିକାରୀ ମଧ୍ୟ ଚୁପ ରହୁଛନ୍ତି । ଲୋକଙ୍କ ତଥା ଅଞ୍ଚଳର ଉନ୍ନତି ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ହେଲେ ଏଭଲି ଅସାଧୁ ଠିକାଦାର ଓ କର୍ମଚାରୀ ମାନଙ୍କ ଯୋଗୁଁ ତାହା ଲୋକଙ୍କ ପଖରେ ପହଞ୍ଚି ପାରୁନାହିଁ । ଅନ୍ୟପଟେ ନିମ୍ନ ମାନର କାମ ହେଉଥିବା ନେଇ ବିଭାଗୀୟ ଯନ୍ତ୍ରୀଙ୍କୁ ଜନସାଧାରଣ ଅଭିଯୋଗ କଲେ ଲୋକ ମାନଙ୍କୁ ଭୁଆଁ ବୁଲେଇ ଚୁପ କରେଇ ଦେଉଥିବା ଅଭିଯୋଗ କରୁଛନ୍ତି ।

0
0
0
s2sdefault