କମ୍ପାନୀପକ୍ଷରୁ ଜାମସେଦପୁରରେ ଭାରତର ପ୍ରଥମ ବ୍ଲାଷ୍ଟ ଫର୍ଣ୍ଣେସରୁ ନିର୍ଗତ ହେଉଥିବା ଅଙ୍ଗାରକାମ୍ଳ ଗ୍ୟାସ୍ ସଂଗ୍ରହ କାରଖାନା କାର୍ଯ୍ୟକ୍ଷମ
ଭୁବନେଶ୍ୱର: ଟାଟା ଷ୍ଟିଲ୍ ପକ୍ଷରୁ ଜାମସେଦପୁରରେ ଦୈନିକ ୫ ଟନ୍ କାର୍ବନ ସଂଗ୍ରହ କରୁଥିବା କାରଖାନା କାର୍ଯ୍ୟକ୍ଷମ କରାଯାଇଛି । ଏହା ସହିତ ଦେଶର ପ୍ରଥମ କଂପାନି ଭାବେ ଟାଟା ଷ୍ଟିଲ୍ କାର୍ବନ ସଂଗ୍ରହ ପ୍ରଯୁକ୍ତି ବ୍ୟବହାର କରିଛି ଯାହା ବ୍ଲାଷ୍ଟ ଫର୍ଣ୍ଣେସରୁ ନିର୍ଗତ ହେଉଥିବା ଅଙ୍ଗାରକାମ୍ଳ ଗ୍ୟାସ୍କୁ ବାହାର କରୁଛି । ସଂଗ୍ରହ ହେଉଥିବା ଅଙ୍ଗାରକାମ୍ଳ ଗ୍ୟାସକୁ କଂପାନି କାରଖାନା ଭିତରେ ବ୍ୟବହାର କରି ଚକ୍ରାକାର ଅର୍ଥନୀତିର ପ୍ରସାର କରିବ ।
କାର୍ବନ ସଂଗ୍ରହ ଓ ବ୍ୟବହାର ବ୍ୟବସ୍ଥାରେ ଆମାଇନ୍ ଭିତିକ ପ୍ରଯୁକ୍ତି ବ୍ୟବହାର କରାଯାଇଛି ଯାହା ସଂଗ୍ରହ ହେଉଥିବା ଗ୍ୟାସ୍କୁ କାରଖାନାରେ ବ୍ୟବହାର କରିପାରିବ । ନିର୍ଗମ ଅଙ୍ଗାରକାମ୍ଳ ଗ୍ୟାସକୁ କ୍ୟାଲୋରିଫିକ୍ ମୂଲ୍ୟକୁ ବଢାଇ ପୁଣି ଥରେ ଗ୍ୟାସ୍ ନେଟୱାର୍କରେ ସାମିଲ କରାଯିବ । ସୁଲଭ ମୂଲ୍ୟରେ ଅଙ୍ଗାରକାମ୍ଳ ଗ୍ୟାସ୍ ସଂଗ୍ରହ ଲାଗି ପ୍ରଯୁକ୍ତି ଯୋଗାଉଥିବା ବିଶ୍ୱସ୍ତରୀୟ ସଂସ୍ଥା କାର୍ବନ କ୍ଲିନର ବୈଷୟିକ ସହଯୋଗରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି ।
ଏ ସମ୍ପର୍କରେ ଟି ଭି ନରେନ୍ଦ୍ରନ, ସିଇଓ ଓ ଏମ୍ଡି, ଟାଟା ଷ୍ଟିଲ୍ କହିଛନ୍ତି ଯେ, “ଟାଟା ଗ୍ରୁପ୍ର ଅଗ୍ରଦୂତ ମୂଲ୍ୟବୋଧ ଅନୁଯାୟୀ, ଅଙ୍ଗାରକାମ୍ଳ ହ୍ରାସ ଦିଗରେ ଆମେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛୁ । ଏକ ଉନ୍ନତ ଭବିଷ୍ୟତ ଲାଗି ନୂତନ ମାନଦଣ୍ଡ ଧାର୍ଯ୍ୟ କରି ଅଆମେ ନିରନ୍ତରତା କ୍ଷେତ୍ରରେ ଶିଳ୍ପର ଅଗ୍ରଣୀ ରହିବା ଲାଗି ଆମର ସନ୍ଧାନ ଜାରି ରଖିବୁ । ବିଶ୍ୱ ସ୍ତରରେ ଏବଂ ବିଶେଷ କରି ଦ୍ରୁତ ଗତିରେ ଅଭିବୃଦ୍ଧି ହାସଲ କରୁଥିବା ଦେଶ ଭାରତରେ ଇସ୍ପାତ ଶିଳ୍ପର ନିରନ୍ତରତା ଲାଗି ବ୍ୟାପକ ଭାବେ ଅଙ୍ଗାରକାମ୍ଳ ଗ୍ୟାସ୍କୁ ସଂଗ୍ରହ କରି ଏବଂ ତାହାକୁ ବ୍ୟବହାର କରିବା ଲାଗି ଆମକୁ ସୁଲଭ ମୂଲ୍ୟର ସମାଧାନ ସନ୍ଧାନ କରିବା ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି । ନିର୍ଗମନର ମୁକାବିଲା, ସୁଲଭ ମୂଲ୍ୟର ସ୍ୱଚ୍ଛ ଶକ୍ତି ହାସଲ କରିବା ଏବଂ ଚକ୍ରାକାର ଅର୍ଥନୀତି ପାଇଁ ସମାଧାନ ଆମ କ୍ଷେତ୍ରର ଭବିଷ୍ୟତ ଯାତ୍ରା ନିର୍ଧାରଣ କରିବ ।’’
ଅନିରୁଦ୍ଧ ଶର୍ମା, ସିଇଓ, କାର୍ବନ କ୍ଲିନ୍ କହିଛନ୍ତି ଯେ, “ଏହି ପ୍ରମୁଖ ପ୍ରକଳ୍ପରେ ଆମେ ଟାଟା ଷ୍ଟିଲ୍ ସହିତ କାର୍ଯ୍ୟ କରିଥିବାରୁ ଅତ୍ୟନ୍ତ ଆନନ୍ଦିତ । ଆମେ ବର୍ତମାନ ଦୈନିକ ୫ ଟନ୍ ଅଙ୍ଗାରକାମ୍ଳ ଗ୍ୟାସ୍ ସଂଗ୍ରହ କରୁଛୁ କିନ୍ତୁ ଆମର ସଫଳ ପ୍ରଦର୍ଶନ ପରେ ଆମେ କାର୍ବନ ସଂଗ୍ରହ ପ୍ରକଳ୍ପ ସଂଖ୍ୟାକୁ ଦ୍ରୁତ ଗତିରେ ବଢ଼ାଇବାକୁ ଯୋଜନା ରଖିଛୁ । ବ୍ଲାଷ୍ଟ ଫର୍ଣ୍ଣେସ ଗ୍ୟାସରୁ ଅଙ୍ଗାରକାମ୍ଳ ଗ୍ୟାସ୍ ସଂଗ୍ରହ କରିବା କେବଳ ଇସ୍ପାତ କାରଖାନାରେ କାର୍ବନ ପରିମାଣ ହ୍ରାସ କରିବ ନାହିଁ ବରଂ ହାଇଡ୍ରୋଜେନ୍ ଅର୍ଥନୀତି ଲାଗି ନୂତନ ପଥ ଉନ୍ମୁକ୍ତ କରିବ ।’’
ପ୍ୟାରିସ ବୁଝାମଣା ଅଧୀନରେ କାର୍ବନ ପରିମାଣ ହ୍ରାସ ପ୍ରତିବଦ୍ଧତା ପୂରଣ କରି କାର୍ବନକୁ ସଂଗ୍ରହ, ବ୍ୟବହାର ଓ ସଂରକ୍ଷିତ ରଖିବା କ୍ଷେତ୍ରରେ କାର୍ଯ୍ୟ କରିବା ଲାଗି ଟାଟା ଷ୍ଟିଲ୍ ପକ୍ଷରୁ ୨୦୨୦ ସେପ୍ଟେମ୍ବରରେ କାଉନ୍ସିଲ୍ ଫର ସାଇଟିଂଫିକ୍ ଆଣ୍ଡ୍ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ (ସିଏସଆଇଆର୍) ସହ ବୁଝାମଣା ସ୍ୱାକ୍ଷର କରାଯାଇଥିଲା ।











