ହେଡଲାଇନସ୍:

ଲଘୁଚାପ ବର୍ଷାରେ ପଦ୍ମପୁର ଉପଖଣ୍ଡରେ ବ୍ୟାପକ କ୍ଷୟକ୍ଷତି : ପୋଲ ଉପରେ ପାଣି, ଯାତାୟାତ ବ୍ୟାହତ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର : ପଦ୍ମପୁର ଉପଖଣ୍ଡରେ ଲଘୁଚାପ ଜନିତ ବର୍ଷାର କରାଲ ରୁପ ଦେଖିବାକୁ ମିଲିଛି । ଗତକାଲି ଠାରୁ ପଦ୍ମପୁର ଉପଖଣ୍ଡର ପଦ୍ମପୁର,ପାଇକମାଲ,ଝାରବନ୍ଧ ଓ ଗାଇସିଲାଟ ଅଞ୍ଚଳରେ ବର୍ଷା ଜାରି ରହିଛି । ଲଗାତାର ବର୍ଷା ଯୋଗୁଁ ଅଞ୍ଚଳରେ ବହୁ ମାତ୍ରାରେ କ୍ଷୟକ୍ଷତି ହୋଇଛି । ରାତି ସାରା ବର୍ଷା ଯୋଗୁଁ ବିଳରେ ନଦୀର ଭ୍ରମ ସୃଷ୍ଟି ହେଉଛି । ପଦ୍ମପୁର ଅଞ୍ଚଳରେ କମ ବର୍ଷା ଯୋଗୁଁ ମରୁଡି ଆଶଙ୍କା ସୃଷ୍ଟି ହୋଇଥିଲା ହେଲେ ଲଘୁଚାପ ବର୍ଷା ଆହୁରି ଦାଉ ସାଜିଛି । ଯାହା କିଛି ଫସଲ ବଞ୍ଚି ରହିଥିଲା ବନ୍ୟା ଜଳ ମାଡିଯିବା ଫଳରେ ନଷ୍ଟ ହେବାର ଆଶଙ୍କା ରହିଛି । ଅଙ୍ଗ ନଦୀରେ ବନ୍ୟା ଜଳ ପ୍ରବାହିତ ହେବା ଯୋଗୁଁ ବିଭିନ୍ନ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।ପାଇକମାଲ ବ୍ଲକ ଚୁହାପାଲି ଠାରେ ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହେଉଥିବା କାରଣରୁ ଯାତାୟାତ ଠପ ହୋଇଛି । ସେହିପରି ଝାରବନ୍ଧ ବ୍ଲକ ଅମଠି ପୋଲ ଉପରେ ବନ୍ୟା ଜଳ ପ୍ରଭାବିତ ହେଉଥିବା କାରଣରୁ ଝାରବନ୍ଧକୁ ଯିବା ଆସିବା ବନ୍ଦ ରହିଛି । ପାଇକମାଲ ବ୍ଳକ ଟେମରୀ,କୋକନରା ଅଞ୍ଚଳରେ ବର୍ଷା ଯୋଗୁଁ ଲୋକଙ୍କ ଘର ମଧ୍ୟ ଭାଙ୍ଗି ଯାଇଥିବା ଦେଖିବାକୁ ମିଲିଛି । ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ଭାଙ୍ଗି ରାସ୍ତା ଯାମ ରହିଛି ଓ ଯିବା ଆସିବା ଠପ ହୋଇ ପଡିଛି ।

0
0
0
s2sdefault