ରକ୍ତଦାତା ମାନଙ୍କୁ ଉତ୍ସାହିତ କଲେ ମନ୍ତ୍ରୀ ସୁଶାନ୍ତ ସିଂ
ବରଗଡ :- ଓଡିଶାରୁ ରକ୍ତ ର ଅଭାବକୁ ଦୂର କରିବା ପାଇଁ ବିଜୁ ଜନତା ଦଳର ଓଡିଶା ମୋ ପରିବାର କ୍ରମାଗତ ଭାବରେ ପ୍ରଶଂସନୀୟ କାର୍ଯ କରି ଆସୁଛି । ଏହି କ୍ରମରେ ବରଗଡ଼ ଜିଲ୍ଲାରେ ମୋ ପରିବାରର ଜିଲ୍ଲା ସଂଯୋଜକ ଶ୍ରୀ ଗୌରହରି ମିଶ୍ର ଓ ସହ ସଂଯୋଜକ ତଥା ବିଶିଷ୍ଟ ସମାଜସେବୀ ଶ୍ରୀ ଆଶ୍ୱିନୀ କୁମାର ତ୍ରିପାଠୀ ଙ୍କର ଉଦ୍ୟମ ରେ ଜିଲ୍ଲାର ବିଭିନ୍ନ ସ୍ଥାନରେ କ୍ରମାଗତ ଭାବରେ ରକ୍ତଦାନ ଶିବିର ଅୟୋଜନ କରାଯାଉଛି । ଜିଲ୍ଲାର ମାନ୍ୟବର ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ , ବରିଷ୍ଠ ବିଧାୟକ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀ ବିଜୟ ରଞ୍ଜନ ସିଂ ବରିହା , ବିଜୁ ମହିଳା ଜନତା ଦଳର ସଭାପତି ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ , ଯୁବ ବିଧାୟକ ଶ୍ରୀ ଦେବେଶ ଆଚାର୍ଯ୍ୟ ଓ ବିଧାୟିକା ଶ୍ରୀମତୀ ରିତା ସାହୁ ଙ୍କର ପ୍ରତାକ୍ଷ ସହଯୋଗ ଓ ପରାମର୍ଶ କ୍ରମେ ଆଜି ବରଗଡ଼ ଓଡିଶା ମୋ ପରିବାର ରକ୍ତଦାନ ଶିବିର ଆୟୋଜନ କରିବାର ସହିତ କେମିତି ଜଣେ ଗରିବ ଲୋକ ସହଜରେ ରକ୍ତ ପାଇ ପାରିବ ସେଥି ପ୍ରତି ସଜାଗ ମଧ୍ୟ ଅଛନ୍ତି ।
ଆଜି ସୋହେଲା ବ୍ଲକ ଅନ୍ତର୍ଗତ କନାପାଲି ଠାରେ ବିଜୁ ଜନତା ଦଳ ଓ ବିଜୁ ଯୁବ ଛାତ୍ର ଜନତା ଦଳ ତରଫରୁ ଆୟୋଜିତ ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ଜୀବନ ବିନ୍ଦୁ ରକ୍ତଦାନ ଶିବିରକୁ ମାନ୍ୟବର ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଓଡ଼ିଶା ମୋ ପରିବାର ର ଜିଲ୍ଲା ସଂଯୋଜକ ଶ୍ରୀ ଗୌରହରି ମିଶ୍ର, ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଶ୍ରୀ ପ୍ରଦ୍ୟୁମ୍ନ ତ୍ରିପାଠୀ, ଜୀବନ ବିନ୍ଦୁ ର ସହ ସଂଯୋଜକ ଶ୍ରୀ ଅଶ୍ୱିନୀ ତ୍ରିପାଠୀ,ଜିଲ୍ଲା ଯୁବ IT କୋଡିନେଟର ଓ ଡିଜିଟାଲ ସେକ୍ରେଟାରୀ ସୁରେଶ ବାଗ ସମେତ ଗ୍ରାମର ଯୁବ ବିଜେଡ଼ି କର୍ମୀ ଶ୍ରୀ ସୁଦାମ ପ୍ରଧାନ,ଶ୍ରୀ ତରଣୀ ପ୍ରଧାନ,ଆଦିତ୍ୟ ପ୍ରଧାନ,ମୀନକେତନ ଖମାରୀ,ଚନ୍ଦ୍ର ଭାନୁ ଭୋଇ, ପଞ୍ଚାନନ ଖମାରୀ ,ପଣ୍ଡିତ ସାହୁ ଓ ଯୁବ ଛାତ୍ର ବରିଷ୍ଟ ବୃନ୍ଦ ଉପସ୍ଥିତ ରହି ରକ୍ତଦାତା ମାନଂକୁ ଉତ୍ସାହିତ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ସୋହେଲା ବ୍ଲକ ର ପୂର୍ବତନ ଅଧ୍ୟକ୍ଷ ତଥା ବର୍ତମାନ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ସୁବ୍ରତ ବେହେରା ମଧ୍ୟ ଏହି ଶିବିରରେ ରକ୍ତଦାନ କରିଥିଲେ । ଏହି ଶିବିରରେ ମନ୍ତ୍ରୀ ଶ୍ରୀ ସିଂ ଯୁବକ ମାନଙ୍କୁ ରକ୍ତଦାନ କରିବା ପାଇଁ ଉତ୍ସାହିତ କରିବା ସହିତ ଅନେକ ଖୁସିଗପ କରୁଥିବା ଦେଖିବାକୁ ମିଳିଛି । ତେବେ ଆଜି ପୁରା ସୋହେଲାରେ ଓ ସାମାଜିକ ଗଣମାଧ୍ୟମ ରେ ମନ୍ତ୍ରୀ ଙ୍କର ଏକ ସାୟରି ସମସ୍ତଙ୍କୁ ନୂତନ ଉର୍ଜା ଯୋଗାଇ ଦେଇଛି ।
मंजिल मिलेगी , भटक कर ही सही
गुमराह वो है जो घरसे निकले ही नही
ଏହି ଶିବିରରେ ସର୍ବମୋଟ ୪୨ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । ସମସ୍ତ ରକ୍ତଦାତା ମାନଙ୍କୁ ଅତିଥି ଓ ଆୟୋଜକ ମାନଙ୍କର ଦ୍ୱାରା ପ୍ରମାଣ ପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା ।