ହେଡଲାଇନସ୍:

ସମାଜରେ ଚଳନ୍ତି ଠାକୁର 'ବାପା '

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ବାପା ଏକ ଅକୁହା ସ୍ପନ୍ଦନ, ସବୁ ସନ୍ତାନ ମନରେ ଏହା ଅନୁଭବ କଲେ ମଧ୍ୟ କହି ହୁଏନା | ଦୁନିଆର ସମସ୍ତ ବାପା ଓ ମାଙ୍କୁ ସମ୍ମାନ ଜଣାଇ କଟକରେ ଗଢି ଉଠିଛି ଏକ ଅନନ୍ୟ ଅନୁଷ୍ଠାନ ବାପା | ବିଶିଷ୍ଟ ସମାଜସେବୀ ତଥା ଜଗନ୍ନାଥ ଭକ୍ତ ସ୍ବର୍ଗତ ଡମ୍ବରୁଧର ମହାନ୍ତଙ୍କ ନାମରେ ନାମିତ ଏହି ଅନୁଷ୍ଠାନର ପ୍ରତିଷ୍ଠାତା ଡମ୍ବରୁଧର ମହାନ୍ତିଙ୍କ ଜ୍ୟେଷ୍ଠ ପୁତ୍ର ବିଶିଷ୍ଟ ଶିକ୍ଷାବିତ ଡ଼. ପ୍ରଭୁଚରଣ ମହାନ୍ତିଙ୍କ ଅପୂର୍ବ ଚେଷ୍ଟାରେ ଅନୁଷ୍ଠିତ ହୋଇଯାଇଛି ବାପା 2021 ମହୋତ୍ସଵ | ଅନୁଷ୍ଠାନର ସଭାପତି ଶୁଭେନ୍ଦୁ ସ୍ୱାଇଁଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମସ୍ତୁତି ସହିତ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା | ମହାପ୍ରସାଦ ଓ ନିର୍ମାଲ୍ୟ ଉପହାର ଦେଇ ଅତିଥି ମାନଙ୍କୁ ସ୍ୱାଗତ କରାଗଲା ପରେ ଇଂ ସମ୍ୟକ ମହାନ୍ତି ସମ୍ପାଦକୀୟ ବିବରଣୀ ପାଠ କରିଥିଲେ | ମୁଖ୍ୟ ବକ୍ତା ଭାବେ ଡ଼. ଜି. ଶ୍ରୀନିବାସ ପଟ୍ଟନାୟକ ଯୋଗଦେଇ କହିଥିଲେ କି ବାପାଙ୍କର ସେବା ଯତ୍ନ ନେବା ସବୁ ସନ୍ତାନ ମାନଙ୍କର ପରମ କର୍ତ୍ତବ୍ୟ | ସମ୍ମାନିତ ଅତିଥି ଭାବେ ଗୋବର୍ଦ୍ଧନ ପୀଠ ଆଦିତ୍ୟ ବାହିନୀର ରାଷ୍ଟ୍ରୀୟ ମହାସଚିବ ପଣ୍ଡିତ ମାତୃପ୍ରସାଦ ମିଶ୍ର ଯୋଗ ଦେଇ ଏହି ଭଳି କାର୍ଯ୍ୟକ୍ରମ କରି ଅନୁଷ୍ଠାନ ତାର ପୂର୍ବ ପିଢ଼ିକୁ ସମ୍ମାନ ଦେବା ସହିତ ପର ପିଢ଼ିକୁ ପ୍ରେରଣା ଦଉଛି କି ଜୀବନରେ ଉନ୍ନତି ଓ ସଫଳତାର ମୂଳ ମନ୍ତ୍ର ବାପା ଓ ମାଙ୍କ ସେବା ଯତ୍ନ |

ମୁଖ୍ୟ ଅତିଥି ରୂପେ ସମ୍ବାଦର ସମ୍ପାଦକ ଶ୍ରୀଯୁକ୍ତ ସୌମ୍ୟରଞ୍ଜନ ପଟ୍ଟନାୟକ ଯୋଗ ଦେଇ ଆନୁଷ୍ଠାନିକ ଭାବେ ବାପା ପତ୍ରିକାକୁ ଉନ୍ମୋଚନ କରି କହିଲେ କି ସମାଜର ମୂଳାଧାର ହେଉଛନ୍ତି ବାପା ଓ ମା | ଆମେ ଆଜି ଯାହା ପାଇପାରିଛେ ସବୁ କିଛି ବାପା ଓ ମାଙ୍କର ଅବଦାନ | ମନୁଷ୍ୟର ପ୍ରତିଷ୍ଠା ଓ ପ୍ରତିପତ୍ତି ପଛର ମେରୁଦଣ୍ଡ ବାପା ଓ ଦେହ ହେଉଛନ୍ତି ମା | ଏହି ଅବସରରେ ଚାରଣ ଗୋଷ୍ଠୀ ତରଫରୁ ମହାପ୍ରଭୁଙ୍କ ବେଶ କରାଯାଇ ପୂଜାର୍ଚନା କରାଯାଇଥିବା ବେଳେ ଆଦିତ୍ୟ ବାହିନୀ ର ଯୁବକମନେ ସହଯୋଗ କରିଥିଲେ | ପ୍ରତିବର୍ଷ ଭଳି ଏହି ବର୍ଷ ଶ୍ରୀ ସାରଳା ସମ୍ମାନ, ଶ୍ରୀ ଜଗନ୍ନାଥ ସଂସ୍କୃତି କ୍ଷେତ୍ରରେ ବ୍ରହ୍ମଚାରୀ ଶ୍ରୀ ସତ୍ୟ ଚୈତନ୍ୟ, ସମାଜସେବାରେ ସମାଜର ମୁଖ୍ୟ ପ୍ରଶାସକ ଡ଼ ପ୍ରଭାସ ଆଚାର୍ଯ୍ୟ, କୃଷି କ୍ଷେତ୍ରରେ ସୁଜିତ ବେଉରା, ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଡ଼ ମହେନ୍ଦ୍ର ତ୍ରିପାଠୀ ଓ ଡ଼ ଅମୃତ ପଟ୍ଟଯୋଶୀଙ୍କୁ ସମ୍ମାନିତ କରାଯାଇଥିଲା | ଶେଷରେ ପ୍ରତିଷ୍ଠାତା ଡ଼ ପ୍ରଭୁ ଚରଣ ମହାନ୍ତି କୃତଜ୍ଞତା ପ୍ରଦାନ କରି କହିଥିଲେ ଆସନ୍ତା ବର୍ଷ ଗୁଡିକରେ ବିଭିନ୍ନ ସେବା କାର୍ଯ୍ୟକ୍ରମ ମାଧ୍ୟମରେ ଯୋଜନା ଗୁଡିକୁ ସୁଦୂର ପ୍ରସାରି କରାଯିବ |

0
0
0
s2sdefault