ହେଡଲାଇନସ୍:

ବିଜେପୁରରେ ପରବାସୀ କୁଟୁମର ନୁଆଁଖାଇ ଉତ୍ସବ: ସମ୍ମାନୀତ ହେଲେ ୭ ପ୍ରତିଭା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର(ଶାସକ ପ୍ରଶାସକ)–ବରଗଡ ଜିଲ୍ଲା ବିଜେପୁର ମଧ୍ୟପଡା କଲ୍ୟାଣ ମଣ୍ଡପ ଠାରେ ପରିବାସୀ କୁଟୁମର ନୁଆଁଖାଇ ଭେଟଘାଟ ପାଳିତ ହୋଇଯାଇଛି ସମଲେଶ୍ଵରୀଙ୍କ ପୂଜାର୍ଚ୍ଚନା ପରେ ପ୍ରଥମ ଅଧିବେଶନ କପିଲେଶ୍ବର ଖମାରୀଙ୍କ ସଭାପତିତ୍ଵରେ ଏବଂ ଅଧ୍ୟାପକ ସୁଶାନ୍ତ ମିଶ୍ରଙ୍କ ପରିଚାଳନାରେ ଆରମ୍ଭ ହୋଇଥିଲା ପଦ୍ମଶ୍ରୀ ଲୋକକବି ରତ୍ନ ହଳଧର ନାଗ, ବିଶିଷ୍ଟ ସମାଜସେବୀ ଡାକ୍ତର ରାମକୃଷ୍ଣ ପୁରୋହୀତ ଓ ନାଟ୍ୟକାର କେଶରଂଜନ ପ୍ରଧାନ ପ୍ରମୁଖ ଅତିଥି ଭାବରେ ଯୋଗଦାନ କରିଥିବା ବେଳେ ବିଶିଷ୍ଟ ଆଳୋଚକ ଉତ୍ପନ୍ନ ଭୋଇ ମୂଖ୍ୟବକ୍ତା ଭାବରେ ଯୋଗଦେଇ ନୂଆଁଖାଇର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । କବି ଯୁବରାଜ ଦେଇ ଅତିଥିମାନଙ୍କୁ ମଂଚକୁ ଆମନ୍ତ୍ରଣ କରିଥିବା ବେଳେ ସଂଗଠକ ଦିଲ୍ଲିପ କୁମାର ଦେବତା ସ୍ଵାଗତ ଭାଷଣ ଓ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ କଣ୍ଠଶିଳ୍ପୀ ଅଳିତ ପାଣିଗ୍ରାହୀ ଓ ଅରମାନ ମହାଲିକ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । ଏହାପରେ ସାହିତ୍ୟରେ ସମ୍ବଲପୁରରୁ ସପନ ମିଶ୍ର, ସାହିତ୍ୟ ଅନୁଷ୍ଠାନ ଭାବରେ ମନୋହର ସାଂସ୍କୃତିକ ସଂସଦ ଭେଡେନ, ସମାଜସେବାରେ ବରଗଡରୁ ନିଷ୍ଠା ପରିବାର, ମଂଚକଳାରେ ଝାରସୁଗୁଡାରୁ ସୁବାସ ପଧାନ, ଚାଷରେ ବରଗଡରୁ ନିଳକଣ୍ଠ ସା ଓ ଯୁବପ୍ରତୀଭା କଲାହାଣ୍ଡିରୁ ଆରତୀ ସାହୁଙ୍କୁ ପରବାସୀ ସମ୍ମାନ ଏବଂ ବଲାଙ୍ଗିରରୁ ମୁରଲିଧାରି ପତିଙ୍କୁ ସଂଜୀବ ବଣିଆଁ ସ୍ମୃତି ସମ୍ମାନରେ ସମ୍ମାନୀତ କରାଯାଇଥିଲା । କଳାକାର ଜିତେନ୍ଦ୍ରିୟ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

ଏହାପରେ ସଚ୍ଚିଦାନନ୍ଦ ପ୍ରଧାନଙ୍କ ପୌରୋହୀତ୍ୟରେ ଅନୁଷ୍ଠିତ ଦ୍ଵିତୀୟ ଅଧିବବେଶନରେ ସମାଜସେବୀ ଡାକ୍ତର ସୁସ୍ମିତା ଦାଶ, ଡ.ସୁବାସ ମେହେର ପ୍ରମୂଖ ଅତିଥି ଭାବରେ ଯୋଗଦାନ କରିଥିଲେ ଦ୍ଵିତୀୟ ଅଧିବେଶନରେ ଅନୁଷ୍ଠିତ କବିତା ପାଠୋତ୍ସବରେ ବହୁ ସଂଖ୍ୟାରେ ନବୀନ ଏବଂ ପ୍ରବୀଣ କବି କବିତା ପାଠ କରିଥିଲେ ଏହି ଅଧିବେଶନକୁ ମନୀଶ କୁମାର ମହାପାତ୍ର, ମାନିନୀ ମେହେର ଓ ତାପସ ସାହୁ ପରିଚାଳନା କରିଥିଲେ ଉକିଆ ସାହିତ୍ୟ ସଂସଦ ବରଗଡର ସାହିତ୍ୟ ପତ୍ରିକା ‘ ଉକିଆ ଜନ’ ଏବଂ ଆଶୁତୋଷ ମେହେରଙ୍କ କବିତା ସଂକଳନ ‘ମନର୍ ଫଗୁ ରଙ୍ଗ" ଅତିଥିମାନଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା । ସର୍ବଶ୍ରୀ ଉମାକାନ୍ତ ଭୋଇ, ଶେଷଦେବ ମେହେର, ଧ୍ରୁବଚରଣ ପ୍ରଧାନ, ସୁରଜ ସାହୁ, ମନୀଶ ରଥ, ପ୍ରଶାନ୍ତ ମେହେର, ଗୌରାଙ୍ଗ ପାଣ୍ଡେ, ପିତବାସ ମେହେର, ହୃଦମଣି ସାହୁ, ସୁବାସ ଚୋପଦାର, ଦୀପକ ସିଂହ ବରିହା, ସୁଧାଂଶୁ ସାହୁଙ୍କ ସମେତ କର୍ମକର୍ତାମାନେ କାର୍ଯ୍ୟକ୍ରମର ବିଭିନ୍ନ ବିଭାଗକୁ ପରିଚାଳନା କରିଥିଲେ । ଶେଷରେ ଦେବାଶିଷ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault