ହେଡଲାଇନସ୍:

ନୂଆଁଖାଇ : କୄଷି ଓ କୄଷକ ଉପରେ ଆଧାରିତ "ଅଭିମନ୍ୟୁର କଥା" ପରିବେଶିତ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର(ଶାସକ ପ୍ରଶାସକ)-ପଦ୍ମପୁର ଉପଖଣ୍ଡ ସମାରପାଲି ଗ୍ରାମରେ ଗୋପବନ୍ଧୁ କ୍ଲୁବ ସମାରପାଲି ର ଯୁବ କଳାକାରମାନଙ୍କ ଦ୍ୱାରା ନାଟ୍ୟକାର ରାଜକୁମାର ସାହୁଙ୍କ ଦ୍ୱାରା ଲିଖିତ ବହୁ ପ୍ରସିଦ୍ଧ କୃଷି ଓ କୃଷକ ଉପରେ ଆଧାରିତ ଲୋକନାଟକ 'ଅଭିମନ୍ୟୁର କଥାର ସଫଳ ମଞ୍ଚନ ହୋଇଛି l କୃଷକର ଅନ୍ତଃସ୍ୱର ବଖାଣୁଥିବା ଏହି ନାଟକକୁ ଦର୍ଶକ ଉପଭୋଗ କରିଥିଲେ l ଚାଷୀ ସାମ୍ପ୍ରତିକ ସ୍ଥିତିରେ ଅଭାବ, ଅନାଟନ, ଦାରିଦ୍ରରେ କାଳାତିପାତ କରୁଛି l ନିଜ ପରିବାରକୁ ଠିକ ରୂପେ ଗଢି ପାରୁନାହିଁ l ବେଳେ ବେଳେ ଚାଷୀ ଆତ୍ମହତ୍ୟା କରୁଥିବାର ଦୃଷ୍ଟାନ୍ତ ରହିଛି l ହେଲେ ନାଟ୍ୟକାର ଚାଷୀକୁ ଆତ୍ମହତ୍ୟା ନୁହେଁ ବରଂ ନିଜ ଅଧିକାର ପାଇଁ ଲଢ଼ି ଅଭିମନ୍ୟୁର ସେହି ଅଭେଦ୍ୟ ଚକ୍ରବ୍ୟୁହକୁ ଭେଦ କରିବାର ସାହସ ଦେଇଛନ୍ତି l ନାଟକ ଆରମ୍ଭରୁ ନାଟ୍ୟକାରଙ୍କୁ ଗ୍ରାମବାସୀ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ l ପୋଖତ ନାଟ୍ୟକର୍ମୀ ରାଜକୁମାର ସାହୁ ନିର୍ଦେଶନା ଦେଇଥିବା ବେଳେ ଶେଷମୋହନ ସାହୁ ସଂଗୀତ ନିର୍ଦେଶନା ଦେଇଥିଲେ l ବାଦ୍ୟଯନ୍ତ୍ରରେ ଲାଲସାହେବ ସାହୁ,କୁଲମଣୀ ପଶୟତ, ଘନାଶ୍ୟାମ ଭୋଇ,ଧର୍ମେନ୍ଦ୍ର ସାହୁ,ନିରଞ୍ଜନ ସାହୁ, ବିକ୍ରମ ସାହୁ, ଜଗମୋହନ ସାହୁ ଆଦି ଥିବା ବେଳେ ଅଭିନୟରେ ଥିଳେ ରମାକାନ୍ତ ସାହୁ,ତରଣୀ ସାହୁ,ପଲସ୍ତି ସାହୁ,ଧନଂଜୟ ସାହୁ,ଲିଙ୍ଗରାଜ ସାହୁ, କ୍ଷିରୋଦ୍ର ସାହୁ,ଲୋକେଶ୍ବର ସାହୁ,ଲୋକେସ ସାହୁ,ବିକାଶ ସାହୁ,ଟୁନା ସାହୁ ଓ ଅନ୍ୟମାନେ l ଗ୍ରାମର ବାଳିକାମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ ହୋଇଥିବା ବେଳେ ଗୌତମ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l

0
0
0
s2sdefault