ହେଡଲାଇନସ୍:

ଘୋରାବୁରହାନୀ ସାଗାସାହି ଲୁହାପଥର ଖଣିରେ ଏଏମ୍/ଏନ୍ଏସ୍ ଇଣ୍ଡିଆର କାର୍ଯ୍ୟ ଆରମ୍ଭ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ଭୁବନେଶ୍ୱର: ଓଡିଶାର ସୁନ୍ଦରଗଡ ଜିଲ୍ଲାର ଘୋରାବୁରହାନି ସାଗାସାହି ଲୁହାପଥର ଖଣିରେ କାର୍ଯ୍ୟ ଆରମ୍ଭ ବିଷୟ ଘୋଷଣା କରିଛି ଆର୍ସେଲର ମିତଲ ନିପ୍ପନ ଷ୍ଟିଲ୍ ଇଣ୍ଡିଆ(ଏଏମ୍/ଏନ୍ଏସ୍ ଇଣ୍ଡିଆ) ।
ସୁନ୍ଦରଗଡର କୋଇରା ତହସିଲ ଅନ୍ତର୍ଗତ ୧୩୯.୧୬୫ହେକ୍ଟର ପରିମିତ ଅଂଚଳରେ ବ୍ୟାପ୍ତ ଏହି ଖଣି ଚତୁଃପାର୍ଶ୍ଵରେ ଘୋରାବୁରହାନୀ ସାଗାସାହି ଓ କଳାମଙ୍ଗା ଆଦି ଗ୍ରାମ ସବୁ ରହିଛି । ଏହି ଖଣିରେ ୯୮.୬୧ମିଲିୟନ୍ ଟନ୍ ଖଣିଜ ଦ୍ରବ୍ୟ ମହଜୁଦ ରହିଛି । ଏହା ମିନେରାଲ ଅକ୍ସନ୍ ରୁଲ୍ ୨୦୧୫ ଅନ୍ତର୍ଗତ ପ୍ରଥମ ନିଲାମ ହୋଇଥିବା ଖଣି ।
ଓଡିଶା ରାଜ୍ୟ ସରକାର ଏହି ଘୋରାବୁରହାନି-ସାଗାସାହି ଲୁହାପଥର ଖଣିଜୁ ଏଏମ୍/ଏନ୍ଏସ୍କୁ ସରକାରୀ ଭାବେ ଲିଜ୍ ସୂତ୍ରରେ ଦେଇଛନ୍ତି । ଚଳିତ ୨୦୨୧ କ୍ୟାଲେଣ୍ଡର ବର୍ଷରେ ଏହି ଖଣିରୁ ମିଲିୟନ୍ଟନର ଉଚ୍ଚମାନର ଲୁହାପଥର ଉତୋଳନ କରାଯିବ ଏବଂ ପରବର୍ତୀ ସମୟରେ ବାର୍ଷିକ ୭.୧୬ମିଲିୟନ୍ ଟନ୍ ଉତୋଳନ କରାଯାଇପାରିବ । ବର୍ତମାନ ଆରମ୍ଭ ସମୟରେ ୬୦୦ ଜଣଙ୍କୁ ପ୍ରତ୍ୟେକ୍ଷ ନିଯୁକ୍ତି ମଳୁଥିବା ବେଳେ ୨୫୦୦ ଜଣଙ୍କୁ ପରୋକ୍ଷଭାବେ ନିଯୁକ୍ତି ସୁଯୋଗ ମିଳୁଛି ।
ଏହି ଅବସରରେ ଶ୍ରୀ ଦିଲ୍ଲୀପ୍ ଓମେନ୍ କହିଲେ, ଘୋରାବୁରହାନି ସାଗାସାହି ଖଣିରେ କାର୍ଯ୍ୟ ଆରମ୍ଭ କରି ଆମେ ଖୁବ୍ ଆନନ୍ଦିତ । ସାରା ବିଶ୍ୱରେ ଆର୍ସେଲର ମିତଲ ଏବଂ ନିପ୍ପନ ଷ୍ଟିଲର ମାଇନିଂ କ୍ଷେତ୍ରରେ ଉପସ୍ଥିତ ଅନେକ ଏବଂ ଆମେ ଓଡିଶାରେ ଏହି ମାଇନିଂ କାର୍ଯ୍ୟରେ ବିଶ୍ୱର ସର୍ବଶ୍ରେଷ୍ଠ ମାଇନିଂ କାର୍ଯ୍ୟଶୈଳୀକୁ କାର୍ଯ୍ୟକାରୀ କରାଇବୁ । ଆମେ ରାଜ୍ୟ ସରକାରଙ୍କ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବୁ । ଏହି ଖଣି କାର୍ଯ୍ୟ ଆରମ୍ଭ ସହ ରାଜ୍ୟ ସରକାରଙ୍କ ଏକ ଟ୍ରିଲିୟନ୍ ଡଲାର ଇକୋନମିର ଲକ୍ଷ୍ୟ ହାସଲ ଦିଗରେ ଆମ ପକ୍ଷରୁ ଏକ ସହଯୋଗର ହାତ ବଢାଇଲୁ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମସ୍ତ ନିୟମାବଳୀକୁ ପାଳନ କରି ଏହି ଖଣିରେ ସମସ୍ତ କାର୍ଯ୍ୟ କରାଯିବ । ଭାରତର ଷ୍ଟିଲ୍ ହବ୍ ଭାବେ ଓଡିଶାକୁ ଗଢି ତୋଳିବାରେ ସହଯୋଗର ପ୍ରତିଶ୍ରୁତି ଅନୁଯାୟୀ ଏଏମ୍/ଏନ୍ଏସ୍ ଇଣ୍ଡିଆ ଓଡିଶାରେ ନିବେଶ କରିବ ।
ଏହି କାର୍ଯ୍ୟ ଆରମ୍ଭ ବିଷୟରେ ସୁନ୍ଦରଗଡର ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ କହିଲେ ଏହି ଖଣିରେ କାର୍ଯ୍ୟ ଆରମ୍ଭ ହେବା ଏକ ଖୁସିର ବିଷୟ । ରାଜ୍ୟ ସରକାର ଶିଳ୍ପ କ୍ଷେତ୍ରରେ ବିକାଶକୁ ପ୍ରାଧାନ୍ୟ ଦେଇ ଆସୁଛନ୍ତି । ଶିଳ୍ପକରଣ ପାଇଁ ଆମେ ଚେଷ୍ଟାରତ ଏବଂ ଯେକୌଣସି ପଦକ୍ଷେପ ଯାହା ଖଣିଜ ସମ୍ପଦର ସଦୁପଯୋଗ କରିବା ସହ ରାଜ୍ୟ ଅର୍ଥନୀତିର ବିକାଶରେ ସାହାଯ୍ୟ କରିବ ଆମେ ସେଥିପାଇଁ ସଂପୂର୍ଣ୍ଣ ସହଯୋଗ ପ୍ରଦାନ କରିବୁ । ରାଜ୍ୟରେ ଏଏମ୍/ଏନ୍ଏସର ଏହି ନୂତନ କାର୍ଯ୍ୟ ପାଇଁ ଆମର ସହଯୋଗ ରହିଛି ।

0
0
0
s2sdefault