ହେଡଲାଇନସ୍:

ନୂଆଁଖାଇ ପାଇଁ ନୃସିଂହନାଥ ମନ୍ଦିରରେ ପ୍ରସ୍ତୁତି ବୈଠକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ଆସନ୍ତା ଏଗାର ତାରିଖ ଦିନ ପଶ୍ଚିମ ଓଡ଼ିଶାର ମହାନ ପର୍ବ ନୂଆଁଖାଇ । ଏହି ଅବସରରେ ଚଳଚଞ୍ଚଳ ହୋଇପଡେ ପୁରା ପଶ୍ଚିମ ଓଡିଶା । ଏହି ମହାନ ପର୍ବକୁ ନିଜର ପରିବାର ଓ ବନ୍ଧୁ ମାନଙ୍କର ସହିତ ପାଳନ କରିବା ପାଇଁ ଯିଏ ଯେଉଁଠି ଥାନ୍ତୁ ନା କାହିଁକି , ଘରକୁ ପହଞ୍ଚି ଯାଇଥାନ୍ତି । ନୂଆଁଖାଇ ଦିନ ପବିତ୍ର ପୁଣ୍ୟପୀଠ ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ମନ୍ଦିରରେ ମଧ୍ୟ ଅତ୍ୟନ୍ତ ଧୁମଧାମରେ ପାଳନ କରାଯାଇଥାଏ । ମହାପ୍ରଭୁ ଙ୍କୁ ନବାନ୍ନ ଅର୍ପଣ ହେବା ପରେ ହଜାର ହଜାର ତୀର୍ଥ ଯାତ୍ରୀ ଙ୍କୁ ନବାନ୍ନ , ହରିହର ପଙ୍ଗତ ମାଧ୍ୟମରେ ବିତରଣ କରାଯାଇଥାଏ । କିନ୍ତୁ ଗତ ଦୁଇ ବର୍ଷ ହେବ କୋରୋନା ମହାମାରୀ କାରଣ ରୁ ସବୁକିଛି ଫିକା ପଡିଯାଇଛି । ମହାମାରୀ ର ପ୍ରଭାବ ରେ ମନ୍ଦିର ର ସମସ୍ତ ପର୍ବପର୍ବାଣି ସମ୍ପୁର୍ଣ୍ଣ ଭାବରେ ପ୍ରଭାବିତ ହୋଇଛି । ଚଳିତ ବର୍ଷ ମହାପ୍ରଭୁ ଙ୍କୁ ନବାନ୍ନ ଅର୍ପଣ ହେବ କିନ୍ତୁ କୋବିଡ଼ କଟକଣା କରଣ ରୁ ଶ୍ରଦ୍ଧାଳୁ ଭୋଗ ପାଇ ପାରିବେ ନାହିଁ । ଏହା ସହିତ ନବାନ୍ନ ଦିନ ମନ୍ଦିର ପରିସରରେ ଯାତ୍ରୀ ଙ୍କ ଗହଳି କମ କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରା ଯାଉଛି । ନବାନ୍ନ ଦିନ ଯାତ୍ରୀ ତଥା ଶ୍ରଦ୍ଧାଳୁ ସମ୍ପୂର୍ଣ୍ଣ କୋବିଡ଼ କଟକଣା ଭିତରେ କେବଳ ମହାପ୍ରଭୁଙ୍କ ଦର୍ଶନ ଲାଭ କରି ପାରିବେ । ଏହା ସହିତ ମନ୍ଦିର ନିକଟରେ ଥିବା ଝରଣାରେ ଯଥା ଚାଲଧାର , ଭୀମଧାର , ଗୋକୁଣ୍ଡ , ପନ୍ଚୁପାଣ୍ଡଵ ଘାଟ ଗୁଡିକରେ ଲୋକ ସ୍ନାନ କରି ପାରିବେ ନାହିଁ । ମନ୍ଦିର ପରିସରରେ କଟକଣା ମୁତାବକ ମାକ୍ସ ବାଧ୍ୟତା ମୂଳକ କରାଯାଇଛି । ଆଜି ମନ୍ଦିର ପରିସରରେ ପାଇକମାଲ ତହସିଲଦାର ଶ୍ରୀ ମନୋଜ କୁମାର ମେହେର ଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏକ ଉଚ୍ଚ ସ୍ତରୀୟ ବୈଠକ ରେ ଏହି ସବୁ ନିଷ୍ପତ୍ତି ନିଆଯାଇଛି ।

ଉକ୍ତ ବୈଠକରେ ମନ୍ଦିର ପରିଚାଳନା କମିଟିର ମଧ୍ୟ ବର୍ତୀ କାଳୀନ ଟ୍ରଷ୍ଟି ତଥା ପାଇକମାଲ ବିଡ଼ିଓ ଦୀପାଞ୍ଜଳୀ ମାଝୀ , ଏବିଡ଼ିଓ ଭୀଷ୍ମଦେଵ ମାଝୀ, ପାଇକମାଲ ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ , ବରିଷ୍ଠ ସାମ୍ବାଦିକ ଶ୍ରୀ ସୁରଥ ସାହୁ , ମନ୍ଦିର ସେବାୟତ ଓ କର୍ମଚାରୀ ଉପସ୍ଥିତ ଥିଲେ ।।

0
0
0
s2sdefault