ହେଡଲାଇନସ୍:

ପାଣିରେ ପଶିଲେ, ଲୋକଙ୍କ ସମସ୍ୟା ବୁଝିଲେ ଜିଲ୍ଲାପାଳ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ତୁରନ୍ତ ସମସ୍ୟା ସମାଧାନ ପାଇଁ ନିଆଯିବ ପଦକ୍ଷେପ : ଜିଲ୍ଲାପାଳ

ଭଦ୍ରକ,(ସତ୍ୟଭୂଷଣ ସ୍ବାମୀ) : ଭଦ୍ରକ ସହରରେ ଅନେକ ସମସ୍ୟା ମୁଣ୍ଡ ଟେକିଥିବା ଏହାକୁ ସମାଧାନ କରିବାରେ ପ୍ରଶାସନ ର ଅବହେଳା ପୂର୍ବରୁ ପରିଲକ୍ଷିତ ହେଉଥିଲା, କିନ୍ତୁ ଏବେ ଜିଲ୍ଲାପାଳ ବଦଳି ଯାଇଛନ୍ତି । ଏବେକାର ନୂତନ ଜିଲ୍ଲାପାଳ ନିଜେ ସମସ୍ତ ସମସ୍ୟାର ନିଜେ ଅନୁଧ୍ୟାନ କରୁଛନ୍ତି । ମେଡିକାଲ ଠୁ ଆରମ୍ଭ କରି ଅନେକ ସ୍ଥାନରେ ନିଜେ ଯାଇ ପହଁଚୁଛନ୍ତି। ଆଣି ଭଦ୍ରକ ପୌରପାଳିକା ଅଧିନସ୍ଥ ୫ ନଂ ୱାର୍ଡ ପରିଦର୍ଶନ କରିଛନ୍ତି ନୂତନ ଜିଲ୍ଲାପାଳ ତ୍ରିଲୋଚନ ମାଝୀ | ଦୀର୍ଘ ଦିନ ହେବ ବିଭିନ୍ନ ମୌଳିକ ସମସ୍ୟା ଭିତରେ ହନ୍ତସନ୍ତ ହେଉଛନ୍ତି ୱାର୍ଡବାସୀ । ବିଶେଷ କରି ୫ନମ୍ବର ୱାର୍ଡର କଣ୍ଟାପାଳ ଅଞ୍ଚଳରେ ଡ୍ରେନଜ ବ୍ୟବସ୍ଥା ନଥିବାରୁ ବର୍ଷାଦିନେ ଜଳ ନିଷ୍କାସନ ହୋ ନ ପାରି ରାସ୍ତାରେ ପାଣି ଜମି ରହିବା ସହ ଘରେ ପଶୁଛି ବର୍ଷାଜଳ | ଫଳରେ ବର୍ଷାଦିନେ ନାହିଁ ନଥିବା ଅସୁବିଧା ଭୋଗନ୍ତି ଅଞ୍ଚଳବାସୀ । ତେବେ ଅଞ୍ଚଳବାସୀଙ୍କ ଦୀର୍ଘଦିନର ସମସ୍ୟା ପ୍ରତି ତତ୍ପର ହୋଇଛି ଜିଲ୍ଲା ପ୍ରଶାସନ । ପୌରପାଳିକା ଅଧିକାରୀଙ୍କ ସହ ସକାଳୁ ସକାଳୁ ୫ ନମ୍ବର ୱାର୍ଡକୁ ପରିଦର୍ଶନ କରିଥିଲେ ଜିଲ୍ଲାପାଳ | ପାଣି ଭିତରେ ଚାଲି ଚାଲି ସମସ୍ୟା ଦେଖିବା ସହ ଅଞ୍ଚଳବାସୀଙ୍କୁ ଅଭିଯୋଗକୁ ଶୁଣିଥିଲେ ଜିଲ୍ଲାପାଳ | ତେବେ ତୁରନ୍ତ ସମସ୍ୟା ସମାଧାନ ପାଇଁ ଏ ଦିଗରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ତ୍ରିଲୋଚନ ମାଝୀ । ସୂଚନା ଥାଉକି ଭଦ୍ରକ ପୌରପାଳିକାର ଅନେକ ୱାର୍ଡର ଅବସ୍ଥା ନ କହିଲେ ଭଲ। ଡ୍ରେନ ସମସ୍ୟା ସାଙ୍ଗକୁ ଜଳ ନିଷ୍କାସନ ରେ ଅନେକ ସମସ୍ୟା ଉପୁଜିଥିବା ବେଳେ ଏହି ୫ ନଂ ୱାର୍ଡର ଅବସ୍ଥାକୁ ନେଇ ଗଣମାଧ୍ୟମରେ ଅନେକ ବାର ଦାବି ହୋଇ ଆସୁଥିଲା। ଆଜି ଭଦ୍ରକର ନୂତନ ଜିଲ୍ଲାପାଳ ଶ୍ରୀ ମାଝୀ ନିଜେ ଯାଇ ଘଟଣା ସମ୍ପର୍କରେ ବୁଝିବା ସହିତ ସମସ୍ୟା ସମାଧାନ ଦିଗରେ ପଦକ୍ଷେପ ନେଇଥିଲେ। ଏପରି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି।

0
0
0
s2sdefault