ହେଡଲାଇନସ୍:

ଏନ୍ଆଇଆରଏଫ ରାଙ୍କିଙ୍ଗ୍ : ଓଡ଼ିଶାରେ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ମାନ୍ୟତା ବଜାୟ ରଖିଲା ସୋଆ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର,: ଦେଶର ଶ୍ରେଷ୍ଠ ୨୦ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ସ୍ଥାନୀତ ହୋଇ ବଜାୟ ରଖି ଓଡ଼ିଶାର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ନିଜ ସ୍ଥାନ ବଜାୟ ରଖିଛି ଶିକ୍ଷା ଓ ଅନୁସନ୍ଧାନ । ଗୁରୁବାର ବିଭିନ୍ନ ବର୍ଗର ଶିକ୍ଷାନୁଷ୍ଠାନକୁ ନେଇ ନ୍ୟାସନାଲ୍ ଇନଷ୍ଟିଟ୍ୟୁସନାଲ୍ ର୍ୟାଙ୍କିଙ୍ଗ୍ ଫ୍ରେମ୍ୱାର୍କ -୨୦୨୧ ପ୍ରକାଶ ପାଇଥିବା ବେଳେ ପୁଣି ଥରେ ବିଶ୍ୱବିଦ୍ୟାଳୟ ତାଲିକାରେ ଓଡ଼ିଶାରେ ସୋଆ ୧ ନମ୍ବର ମାନ୍ୟତା ହାସଲ କରିଛି ।
୨୦୦୭ ମସିହାରେ ଡିମ୍ଡ ଟୁ ବି ୟୁନିଭର୍ସିଟିର ମାନ୍ୟତା ହାସଲ କରିଥିବା ସୋଆ ଏନ୍ଆଇଆରଏଫ ୨୦୨୦ ରେ ମଧ୍ୟ ୨୦ ତମ ସ୍ଥାନ ହାସଲ କରିଥିବା ବେଳେ ୨୦୧୬ ମସିହାରୁ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏନ୍ଆଇଆରଏଫ ରାଙ୍କିଙ୍ଗ ଆରମ୍ଭ କରାଯାଇଥିବା ବେଳେ ଲଗାତର ୬ ବର୍ଷ ଧରି ଦେଶର ଶ୍ରେଷ୍ଠ ୨୫ ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ନିଜ ସ୍ଥାନକୁ ହାସଲ କରିବାରେ ସଫଳ ହୋଇପାରିଛି ସୋଆ । ନୂଆଦିଲ୍ଲୀ ଠାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଏକ ଭର୍ଚୁଆଲ୍ କାର୍ଯ୍ୟକ୍ରମ ମାଧ୍ୟମରେ ଏହି ରାଙ୍କିଙ୍ଗ ପ୍ରକାଶ ପାଇଛି ।
ଅଗ୍ରଗତି କରି ଚାଲିଥିବା ସୋଆ ରାଙ୍କିଙ୍ଗ୍ର ସାମଗ୍ରିକ କ୍ୟାଟେଗୋରୀରେ ଗତ ବର୍ଷ ଦେଶରେ ୩୮ ତମ ସ୍ଥାନରେ ରହିଥିବା ବେଳେ ଚଳିତ ବର୍ଷ ଗୋଟିଏ ପାଦ ଆଗକୁ ଆସି ୩୭ ତମ ସ୍ଥାନ ହାସଲ କରିଛି । ସେହିପରି ୨୦୨୦ରେ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି କ୍ଷେତ୍ରରେ ୩୪ ତମ ସ୍ଥାନରେ ଥିବା ବେଳେ ଚଳିତ ବର୍ଷ ୩୨ତମ ସ୍ଥାନରେ ରହିଛି । ମେଡିକାଲ୍ କଲେଜ କ୍ୟାଟେଗୋରିରେ ଗତ ବର୍ଷ ୨୩ତମ ସ୍ଥାନ ହାସଲ କରିଥିବା ବେଳେ ଚଳିତ ବର୍ଷ ଦୁଇ ପାଦ ଆଗକୁ ଆସି ୨୧ ତମ ସ୍ଥାନରେ ପହଂଚିଛି ସୋଆ । ଚଳିତବର୍ଷ ଡେଂଟାଲ କ୍ୟାଟେଗୋରୀରେ ୧୪ ତମ ସ୍ଥାନରେ ରହିଛି ସୋଆ ।
ସାମଗ୍ରିକ, ମେଡିକାଲ୍ ଏବଂ ଡେଂଟାଲ୍ କ୍ୟାଟେଗୋରୀରେ ସୋଆ ଓଡ଼ିଶାର ଶ୍ରେଷ୍ଠ ଅନୁଷ୍ଠାନ ଭାବେ ଏନ୍ଆଇଆରଏଫ ରାଙ୍କିଙ୍ଗରେ ନିଜ ସ୍ଥାନ ବଜାୟ ରଖିଥିବା ବେଳେ ଇଞ୍ଜିନିୟରିଂ କ୍ଷେତ୍ରରେ ନ୍ୟାସ୍ନାଲ୍ ଇନଷ୍ଟିଟ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ରାଉରକେଲା ଏବଂ ଇଣ୍ଡିଆନ୍ ଇନଷ୍ଟିଟ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ଭୁବନେଶ୍ୱର ପରେ ଓଡ଼ିଶାରେ ତୃତୀୟ ସ୍ଥାନରେ ରହିଛି ସୋଆ ।
ଇନଷ୍ଟିଟ୍ୟୁଟ୍ ଅଫ ଟେକ୍ନିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ସୋଆର ଫାକଲ୍ଟି ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ହୋଇଥିବାବେଳେ ଇନଷ୍ଟିଟ୍ୟୁଟ୍ ଅଫ ମେଡିକାଲ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଓ ଇନଷ୍ଟିଟ୍ୟୁଟ୍ ଅଫ ଡେଂଟାଲ୍ ସାଇନସେସ୍ (ଆଇଡିଏସ) ଏହାର ମେଡିକାଲ ଏବଂ ଡେଂଟାଲ୍ ସାଇନ୍ସ ଶିକ୍ଷାନୁଷ୍ଠାନ ।
ନ୍ୟାସ୍ନାଲ୍ ଆସେସ୍ମେଂଟ ଆଣ୍ଡ ଆକ୍ରେଡିଟେସନ୍ କାଉନ୍ସିଲ୍ (ନାକ୍) ପକ୍ଷରୁ ସୋଆକୁ ସର୍ବୋଚ୍ଚ ଗ୍ରେଡ୍ ସହିତ ରି-ଆକରିଡିଟେଡ୍ କରାଯାଇଥିବା ବେଳେ ଏହାର ଫ୍ୟାକଲ୍ଟି ଅଫ୍ ଇଞ୍ଜିନିୟରିଂ ଓ ଟେକ୍ନୋଲୋଜିକୁ ସମ୍ମାନଜନକ ଆକ୍ରେଡିଟେସନ୍ ବୋର୍ଡ ଫର୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (ଆବେଟ୍), ୟୁଏସ୍ଏ ପକ୍ଷରୁ ସ୍ୱୀକୃତି ପ୍ରଦାନ କରାଯାଇଛି । ସୋଆ ଅଧିନରେ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି, ମେଡିକାଲ୍ ସାଇନ୍ସେସ୍, ଡେଂଟାଲ୍ ସାଇନ୍ସେସ୍, ମ୍ୟାନେଜମେଂଟ ସାଇନ୍ସେସ୍, ହସ୍ପିଟାଲ୍ ଆଡମିନିଷ୍ଟ୍ରେସନ, ଫାର୍ମାସୁ୍ୟଟିକାଲ୍ ସାଇନ୍ସେସ୍, ବାୟୋଟେକ୍ନୋଲୋଜି, ନର୍ସିଂ, ହସ୍ପିଟାଲିଟି ଆଣ୍ଡ ଟୁରିଜିମ୍ ମ୍ୟାନେଜମେଂଟ, ଲିଗାଲ୍ ଷ୍ଟଡିଜ୍ ଓ ଏଗି୍ରକଲ୍ଚରାଲ୍ ସାଇନ୍ସେସ୍ ଭଳି ୯ଟି ବିଭିନ୍ନ ଶିକ୍ଷାନୁଷ୍ଠାନ ପରିଚାଳିତ ହେଉଥିବା ବେଳେ ୯୫ଟି ଏକାଡେମିକ ପ୍ରୋଗ୍ରାମ ପ୍ରଦାନ କରାଯାଉଛି ।
ସୋଆ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର, ଡିନ୍, ଫ୍ୟାକଲ୍ଟି ମେମ୍ବର୍ସ, ଗବେଷକ ଏବଂ ସମସ୍ତ କର୍ମଚାରୀମାନଙ୍କୁ ସେମାନଙ୍କର ନିଷ୍ଠା ପର ଉଦ୍ୟମ ଯୋଗୁଁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ଯୋଗୁଁ ହିଁ ବିଶ୍ୱବିଦ୍ୟାଳୟ ଜାତୀୟ ସ୍ତରରେ ଏହି ସମ୍ମାନଜନକ ସ୍ଥାନ ହାସଲ କରିପାରିଛି ବୋଲି କହିଛନ୍ତି ।

0
0
0
s2sdefault