ହେଡଲାଇନସ୍:

ପ୍ରକାଶ ପାଇଲା ଜାତୀୟ ଶିକ୍ଷାନୁଷ୍ଠାନ ରାଙ୍କିଙ୍ଗ ସୂଚୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆଦିଲ୍ଲୀ : କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ଉଦ୍ୟମିତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଶିକ୍ଷା ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ,ସୁବାସ ସରକାର ଓ ଡ଼ ରାଜକୁମାର ରଞ୍ଜନ ସିଂଙ୍କ ଉପସ୍ଥିତିରେ ପ୍ରକାଶ ପାଇଛି ଜାତୀୟ ଶିକ୍ଷାନୁଷ୍ଠାନ ରାଙ୍କିଙ୍ଗ (ଏନଆଇଆରଏଫ) ୨୦୨୧ ତାଲିକା । ସମୁଦାୟ ୧୧ ଟି ବର୍ଗରେ ବିଭିନ୍ନ ମାପଦାଣ୍ଡକୁ ଆଧାର କରି ପ୍ରସ୍ତୁତ କରାଯାଇଛି ଏହି ଜାତୀୟ ଶିକ୍ଷାନୁଷ୍ଠାନ ରାଙ୍କିଙ୍ଗ ।

ସାମଗ୍ରିକ ଭାବେ ଆଇଆଇଟି ମାଡ୍ରାସ୍ ସର୍ବଶ୍ରେଷ୍ଠ ଅନୁଷ୍ଠାନ ମାନ୍ୟତା ପାଇଥିବା ବେଳେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ ସାଇନ୍ସ ବାଙ୍ଗାଲୋର ଦ୍ୱିତୀୟ ସ୍ଥାନରେ ଅଛି । ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ତାଲିକାରେ ମଧ୍ୟ ଆଇଆଇଏସ ବାଙ୍ଗାଲୋର, ଶ୍ରେଷ୍ଠ ମିରାଣ୍ଡା ହାଉସ, ଶ୍ରେଷ୍ଠ ଇଞ୍ଜିନିୟରିଂ କଲେଜ ଭାବେ ଆଇଆଇଟି ମାଡ୍ରାସ, ଶ୍ରେଷ୍ଠ ମେଡ଼ିକାଲ୍ କଲେଜ ଭାବେ ଏମସ୍ ଦିଲ୍ଲୀ, ଶ୍ରେଷ୍ଠ ମ୍ୟାନେଜମେଣ୍ଟ ଇନଷ୍ଟିଚ୍ୟୁଟ୍ ଭାବେ ଆଇଆଇଏମ ଅହମ୍ମଦାବାଦ ଶୀର୍ଷରେ ରହିଛନ୍ତି ।

 ତେବେ ଓଡ଼ିଶାର କୌଣସି ସରକାରୀ(ରାଜ୍ୟ) ଶିକ୍ଷାନୁଷ୍ଠାନ ଶ୍ରେଷ୍ଠ-୧୦୦ ଶିକ୍ଷାନୁଷ୍ଠାନ ତାଲିକାରେ ନାହିଁ । ଓଡ଼ିଶାର ସୋଆ ୩୭, କିଟ୍ ୩୯, ଏନଆଇଟି ରାଉରକେଲା ୪୧, ଆଇଆଇଟି ଭୁବନେଶ୍ୱର ୫୮ ନମ୍ବର ସ୍ଥାନରେ ରହିଛନ୍ତି |
ଶ୍ରେଷ୍ଠ ୧୦୦ ବିଶ୍ୱବିଦ୍ୟାଳୟ ବର୍ଗରେ ସୋଆ ୨୦ତମ ସ୍ଥାନରେ ଥିବା ବେଳେ କିଟ୍ ୨୧ ତମ ଏବଂ ନିଜ ସ୍ଥିତିରେ ଉନ୍ନତି କର ଉତ୍କଳ ବିଶ୍ୱବିଦ୍ୟାଳୟ ୮୭ତମ ସ୍ଥାନରେ ରହିଛି । ପୂର୍ବରୁ ବିଶ୍ୱବିଦ୍ୟାଳୟ ବର୍ଗରେ ଉତ୍କଳ ୯୬ ନମ୍ବର ସ୍ଥାନରେ ଥିଲା ।

0
0
0
s2sdefault