ହେଡଲାଇନସ୍:

ସରକାରୀ ବାବୁଙ୍କ ଲାଞ୍ଚ କାରବାରର ଅଭିଯୋଗ ସୋସିଆଲ ମିଡିଆରେ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର(ଶାସକପ୍ରଶାସକ)- ସରକାର ଗରିବ ଅସହାୟ ତଥା ସାଧାରଣ ଜନତାଙ୍କ ସୁବିଧା ସୁଯୋଗ ପାଇଁ ବିଭିନ୍ନ ଯୋଜନା କରିଛନ୍ତି । ଏହି ସବୁ ଯୋଜନା ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଲୋକେ ବହୁ ହଇରାଣ ହେବା ସହ ଲାଞ୍ଚ ଦେବାକୁ ପଡୁଥିବା ଖବର ବିଭିନ୍ନ ସମୟରେ ସାମନାକୁ ଆସିଥାଏ । ସରକାର ବ୍ଳକ ମାଧ୍ୟମରେ ଗରିବ ଅସହାୟ ଲୋକଙ୍କୁ ପକ୍କାଘର ଯୋଗାଇ ଦେଉଛନ୍ତି । ପକ୍କାଘର ପ୍ରଦାନରେ ମଧ୍ୟ ଅନିୟମିତତା ତଥା ଅର୍ଥ କାରବାର ଖବର ସାମନାକୁ ଆସିଥାଏ । ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଳକରେ ପକ୍କାଘର ପ୍ରଦାନରେ ଅର୍ଥ କାରବାର ହୋଇଥିବା ନେଇ ଗାଇସିଲାଟ ଅଞ୍ଚଳର ଜଣେ ବ୍ୟକ୍ତି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଏହି ବ୍ୟକ୍ତିଙ୍କ ଅଭିଯୋଗ ଅନୁସାରେ ଗାଇସିଲାଟ ବ୍ଳକରେ କାର୍ଯ୍ୟରତ ବିପିସି ସୁରଜ ବେହେରା ୨୦୦୦ ଟଙ୍କା ଲାଞ୍ଚ ନ ନେଲେ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ କିମ୍ବା ପ୍ରୋତ୍ସାହନ ରାଶି ଦେଉନାହାନ୍ତି । ଏବଂ ସେ ସୋସିଆଲ ମିଡ଼ିଆ ଜରିଆରେ ଗାଇସିଲାଟ ବିଡିଓଙ୍କୁ ଏ ବିଷୟରେ ତଦନ୍ତ କରିବା ପାଇଁ ଅନୁରୋଧ ମଧ୍ୟ କରିଛନ୍ତି । ସରକାର ଗରିବ ଅସହାୟ ଲୋକ ବିନା ଅସୁବିଧା ତଥା ବିନା ମୂଲ୍ୟରେ ସରକାରୀ ସୁବିଧା ପାଇ ପାରିବେ ବୋଲି ଘୋଷଣା କରିଛନ୍ତି ହେଲେ ସରକାରୀ କର୍ମଚାରୀ ତାହାର ଠିକ ଓଲଟା କରୁଥିବା ଦେଖିବାକୁ ମିଲୁଛି । ଏ ବିଷୟରେ ଗାଇସିଲାଟ ବିପିସି ସୂରଜ ବେହେରାଙ୍କୁ ଫୋନ ଯୋଗେ ଅଭିଯୋଗ ବିଷୟରେ ପଚରାଯିବାରୁ ସେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଏବଂ ତାହା ଏକ ମିଥ୍ୟା ପ୍ରଚାର ବୋଲି କହିଛନ୍ତି । ତେବେ ଏ ଅଭିଯୋଗ ବିଷୟରେ ବିଭାଗୀୟ ଅଧିକାରୀ ଅଧିକ ତଦନ୍ତ କଲେ ଏହାର ସତ୍ୟାସତ୍ୟ ସାମନାକୁ ଆସି ପାରିବ ।

0
0
0
s2sdefault