ହେଡଲାଇନସ୍:

"ଆକାଂକ୍ଷା" ଓ "ସଖୀ" ୱାନ୍ ଷ୍ଟପ୍ ସେଣ୍ଟର ପକ୍ଷରୁ ଆନ୍ତର୍ଜାତୀୟ ସାକ୍ଷରତା ଦିବସ-୨୦୨୧ ପାଳନ ଅବସରରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ଠାରେ ଥିବା ଅଗ୍ରଣୀ ମହିଳା ସଂଗଠନ "ଆକାଂକ୍ଷା" ଓ " ସଖୀ" ୱାନ୍ ଷ୍ଟପ୍ ସେଣ୍ଟର ପକ୍ଷରୁ "ଆନ୍ତର୍ଜାତୀୟ ସାକ୍ଷରତା ଦିବସ-୨୦୨୧ ପାଳନ ଅବସରରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଯାଇଛି ।

ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଆଦିବାସୀ ବହୁଳ ଡକ୍ଟର ବାଞ୍ଜରୀ ଗ୍ରାମ ସ୍ଥିତ ଅଙ୍ଗନବାଡି ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅଗ୍ରଣୀ ମହିଳା ସଙ୍ଗଠନ "ଆକାଂକ୍ଷା" ଓ "ସଖୀ" ୱାନ୍ ଷ୍ଟପ୍ ସେଣ୍ଟର ପକ୍ଷରୁ ଆନ୍ତର୍ଜାତୀୟ ସାକ୍ଷରତା ଦିବସ-୨୦୨୧ ପାଳନ ଅବସରରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହି ଅବସରରେ ସଙ୍ଗଠନ ପକ୍ଷରୁ ଗ୍ରାମର ଅଧିକାଂଶ ଲେଖାପଢ଼ା ଜାଣି ନ ଥିବା ମହିଳା ମାନଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ଗୁଡିକ ମଧ୍ୟରେ ସଚେତନତା ଶୋଭାଯାତ୍ରା ବାହାରି ବିଭିନ୍ନ ସାକ୍ଷରତା ସମ୍ବନ୍ଧୀୟ ସ୍ଲୋଗାନ ମାନ ଦେଇ ଗ୍ରାମ ପରିକ୍ରମା କରିଥିଲେ । ତାପରେ ମହିଳା ମାନଙ୍କୁ ମାସ୍କ ପିନ୍ଧାଇ ହାତ ସେନିଟାଇଜ କରିଥିଲେ । ସମସ୍ତ ମହିଳାଙ୍କୁ "ଛବିଳ ବର୍ଣ୍ଣବୋଧ" ବହି ଦେଇ ସେମାନଙ୍କୁ ଅ'ଆ ପାଠ ପଢ଼ାଇଥିଲେ ।
ପରେ "ଆକାଂକ୍ଷା" ସଙ୍ଗଠନର କାର୍ଯ୍ୟକାରୀ ସଭାପତି ଶ୍ରୀମତୀ ଆଶାଲତା ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ସଙ୍ଗଠନର ସମ୍ପାଦିକା ମିନା କୁମାରୀ ଟହଲ , ଉପଦେଷ୍ଟା ଶ୍ରୀମତୀ ସ୍ବର୍ଣ୍ଣପ୍ରଭା ପାଠୀ , "ସଖୀ" ୱାନ୍ ଷ୍ଟପ୍ ସେଣ୍ଟରର ପ୍ରଶାସିକା ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକ ପ୍ରମୁଖ ମଞ୍ଚାସୀନ ରହି ମହିଳାମାନେ ପାଠ ନ ପଢିଥିଲେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ମହିଳା ମାନଙ୍କ ବିକାଶରେ ସାକ୍ଷରତାର ନିହାତି ଆବଶ୍ୟକତା ରହିଛି । ଗୋଟିଏ ସ୍ତ୍ରୀ ସାକ୍ଷର ହେଲେ ସମଗ୍ର ପରିବା ସାକ୍ଷର ହେବାରେ ସହାୟକ ହୋଇଥାଏ । ଦସ୍ତଖତ ସହ ଲେଖିବା ଓ ପଢିବା ଜାଣିଲେହିଁ ତାକୁ ସାକ୍ଷରତା କୁହାଯିବ । ଏହା ହେଲେ ହିଁ କାହା ପାଖରେ ଠକାମୀର ଶିକାର ହେବା ସମ୍ଭାବନା ନ ଥାଏ ବୋଲି କହିଥିଲେ ଓ ନାରୀ ନିର୍ଯ୍ୟାତନା ବିଷୟରେ ଓ ''ସଖୀ'' ୱାନ୍ ଷ୍ଟପ୍ ସେଣ୍ଟରର ଭୂମିକା ଉପରେ ଆଲୋକ ପାତ କରାଯାଇଥଲା। ସଙ୍ଗଠନର ସୁନିତା ବେହେରା , ଅନିତା ମିଶ୍ର , ଉଷାରାଣୀ ମିଶ୍ର ଓ ମମତା ପାଢ଼ୀ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

0
0
0
s2sdefault