ଆଦାୟ ହେଲା୧ଲକ୍ଷ ୧୦ ହଜାର ଜୋରିମାନା
ଓଡ଼ଗାଁ(ଶ୍ରୀକାନ୍ତ କୁମାରମିଶ୍ର):ତହସିଲଦାର ବିଜୟୀତା ସାମନ୍ତ ସିଂହାର ବେଆଇନ ଭାବରେ ବାଲି ଚାଲାଣ ହେଉଥିବା ଖବର ପାଇ ଆଜିସକାଳ ପ୍ରାୟ ୬ଟା ସମୟରେ ଅତିରିକ୍ତ ତହସିଲଦାର ନିରଞ୍ଜନ ନାୟକ, ସୁପରଭାଇଜର, ୫ ଜଣ ରାଜସ୍ୱ ନିରିକ୍ଷକଙ୍କୁ ସଙ୍ଗରେ ନେଇ ବିଭିନ୍ନସ୍ଥାନରେ ଚଢଉ କରିଥିଲେ । ଚଢଉ ସମୟରେ ବେଆଇନ ଭାବରେ ବାଲିଚାଲାଣ ହେଉଥିବା ୪ ଗୋଟି ହାଇୱାକୁ ଜବତ କରିଥିଲେ । ପରବର୍ତି ସମୟରେ ଜବତ ଗାଡିମାନଙ୍କ ଠାରୁ ୧ଲକ୍ଷ ୧୦ ହଜାର ଟଙ୍କା ଜୋରୀମାନା ଆଦାୟ କରି ଛାଡି ଦିଆଯାଇଥିଲା । ଶରଣକୁଳ ଥାନା କରଡା ଅଂଚଳର ଓଡି ୨୫ଏଲ ୯୧୮୧ ଓ ଓଡି୨୫ଏଫ ୦୬୬୬ ହାଇଓା ଦୁଇଟିକୁ ଓଡ଼ଗାଁଠାରେ ଧରାଯାଇଥିଲା ଏବଂ ସେମାନଙ୍କଠାରୁ ଯଥାକ୍ରମେ ୩୦ହଜାର ଓ ୨୦ ହଜାର ଟଙ୍କା ଆଦାୟ କରାଯାଇଥିଲା । ଓଡ଼ଗାଁ ଅଂଚଳର ଓଡି୨୫ ଜେ ୭୭୯୩ ଓ ଓଡି ୨୫ ଏଲ ୩୯୪୩ ହାଇୱା ଦୁଇଟିକୁ ଦରପଦା ଠାରେ ଧରା ଯାଇଥିବା ବେଳେ ସେ ଦୁଇଟିରୁ ୩୦ ହଜାର ଟଙ୍କା ଲେଖାଏଁ ୬୦ ହଜାର ଟଙ୍କା ଫାଇନ ଆଦାୟ କରାଯାଇଥିଲା ।











