ହେଡଲାଇନସ୍:

"ପ୍ରଗତି" ଓ "ପୁଜ୍ୟପୂଜା ସଂସଦ"ର ମିଳିତ ଆନୁକୂଲ୍ୟରେ ଆନ୍ତର୍ଜାତୀୟ ସାକ୍ଷରତା ଦିବସ-୨୦୨୧ କାର୍ଯ୍ୟକ୍ରମ ଅନୁଷ୍ଠିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାର ଅଗ୍ରଣୀ ମହିଳା ସଙ୍ଗଠନ "ପ୍ରଗତି" ପକ୍ଷରୁ ପାରଳାଖେମୁଣ୍ଡି ରାଜଗୁରୁ ସାହି ସ୍ଥିତ ଆପନ୍ନା ପରିଚ୍ଛା ମଠ ପରିସରରେ ଥିବା ସଭାଗୃହ ଠାରେ "ପୁଜ୍ୟପୂଜା ସଂସଦ" ର ମିଳିତ ଆନୁକୂଲ୍ୟରେ ଆନ୍ତର୍ଜାତୀୟ ସାକ୍ଷରତା ଦିବସ-୨୦୨୧ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହି ଅବସରରେ ପ୍ରଗତି ସଙ୍ଗଠନ'ର ଉପଦେଷ୍ଟା ଶିକ୍ଷାବିତ ଶ୍ରୀ ବିଚିତ୍ରା ନନ୍ଦ ବେବର୍ତ୍ତାଙ୍କ ପୌରହିତ୍ୟରେ ଜନସାଧନ କେନ୍ଦ୍ରର ପୂର୍ବତନ ନିର୍ଦ୍ଦେଶକ ଶ୍ରୀ ଭାଗବତ ପାଢ଼ୀ , ଜିଲ୍ଲା ସାକ୍ଷରତା ମିଶନର ସଂଯୋଜକ ଶ୍ରୀ ପ୍ରମୋଦ କୁମାର ପାଢୀ , ସଙ୍ଗଠନର ସମ୍ପାଦିକା ଶ୍ରୀମତୀ ତନୁଜା ଶତପଥୀ ଓ ଶ୍ରୀମତୀ ମାନସୀ ପଣ୍ଡା , ରାଷ୍ଟ୍ରପତି ପୁରସ୍କାର ପାଇଥିବା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା ଏବଂ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ନର୍ମଦା ଦାସ ଓ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ ଲିଙ୍ଗରାଜ ଦାସ ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇଥିଲେ ।
ମଞ୍ଚାସୀନ ଅତିଥିମାନେ ମୁଖ୍ୟତଃ ଜିଲ୍ଲାର ସାକ୍ଷରତା ହାର ଓ ମହିଳା ସାକ୍ଷାରତା ହାର ସମ୍ପର୍କରେ ସୂଚନା ଦେଇ ସ୍ବାକ୍ଷର , ସାକ୍ଷର ଓ ନିରକ୍ଷାରତାର ବିଭିନ୍ନ ଦିଗ ସମ୍ପର୍କରେ କହି ମହିଳା ଜଣେ ଶିକ୍ଷିତା ହେଲେ ପରିବାର ଓ ସମାଜର କିଭଳି ଅଗ୍ରଗତି ହୋଇଥାଏ , ସେ ସମ୍ପର୍କରେ ବୁଝାଇ ଉପସ୍ଥିତ ମହିଳା ମାନଙ୍କୁ ସଚେତନ କରାଇଥିଲେ ।ଶେଷରେ ପ୍ରଗତିର ସମ୍ପାଦିକା ତନୁଜା ଶତପଥୀ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଶ୍ରୀମତୀ ଅରୁପାଞ୍ଜଳି ବେବର୍ତ୍ତା ଓ ମୁରଲୀଧର ପରିସ୍ୱଚ୍ଛ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

0
0
0
s2sdefault