ହେଡଲାଇନସ୍:

ଜାରି ହେଲା ନୂଆ ଏସଓପି, ରାତି ୯ଟା ଯାଏଁ କରିହେବ ଦର୍ଶନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସାନିଟାଇଜ କରିବାକୁ କେବଳ ରବିବାର ଶ୍ରୀମନ୍ଦିର ଦର୍ଶନ ସମ୍ପୂର୍ଣ୍ଣ ବନ୍ଦ

ପୁରୀ/ ଅନିମେଷ ପଟ୍ଟନାୟକ : ରାଜ୍ୟ ତଥା ଜିଲ୍ଲାରେ କମୁଛି କୋଭିଡ ସଂକ୍ରମଣ । ଚଳିତ ମାସରେ କୋଭିଡ ନିୟମବଳୀରେ ଅନେକ କୋହଳ କରାଯାଇଛି । ଏହାରି ଭିତରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି ସାଧାରଣ ଭକ୍ତ । ପୁରୁଣା ଏସଓପି ଅନୁଯାଇ ସୋମବାରରୁ ଶୁକ୍ରବାର ସାଧାରଣ ଦର୍ଶନ ଚାଲୁଥିବା ବେଳେ ଆଜି ନୂଆ ଏସଓପି ଆସିଛି | ଶ୍ରୀଜିଉମାନଙ୍କ ଦର୍ଶନକୁ ନେଇ ଜାରି କରାଯାଇଛି ନୂଆ ଏସଓପି ଅନୁଯାୟୀ ଏଥର ସନ୍ଧ୍ୟା ୭ ନୁହେଁ ରାତି ୯ଟା ଯାଏ ଖୋଲା ରହିବ ସାଧାରଣ ଦର୍ଶନ । ସେପଟେ ଶନିବାର ମଧ୍ୟ ଶ୍ରୀମନ୍ଦିର ଦର୍ଶନ ଖୋଲା ରହିବ। ଏ ନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା ।
ପୂର୍ବରୁ ସପ୍ତାହକୁ ୫ଦିନ, ସନ୍ଧ୍ୟା ୭ ଯାଏଁ ଦର୍ଶନ କରିବାକୁ ଏସଓପି ଦିଆ ଯାଇଥିବା ବେଳେ ବୁଧବାର ଏହାକୁ ବଦଳାଯାଇଛି । ପ୍ରତିଦିନ ସକାଳ ୭ରୁ ରାତି ୯ଟା ପର୍ଯ୍ୟନ୍ତ ଦର୍ଶନ ସମୟକୁ ବଢାଯାଇଛି । କେବଳ ଶ୍ରୀମନ୍ଦିର ସାନିଟାଇଜ କରିବାକୁ ରବିବାର ଦର୍ଶନକୁ ସମ୍ପୂର୍ଣ୍ଣ ବନ୍ଦ ରଖାଯିବାକୁ ନିଷ୍ପତ୍ତି ନିଆ ଯାଇଥିବା ଜଣାପଡିଛି ।

0
0
0
s2sdefault