କଲ୍ୟାଣସିଂହପୁର/ପ୍ରଦିପ ଦଲାଇ/ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନିର୍ଦ୍ଧେଶ କ୍ରମେ କାର୍ଯ୍ୟକାରିଣୀରାୟଗଡା ଜିଲ୍ଲା ରେ ହେଇଥିବା ମରୁଡି ଅଞ୍ଚଳକୁ କଳାହାଣ୍ଡି ଜିଲ୍ଲାର ଭାଜପା ସାଂସଦ ତଥା ପୂର୍ବତନ ରାଜ୍ୟ ସଭାପତି ବସନ୍ତ ପଣ୍ଡା ଗସ୍ତ କରିଛନ୍ତି ।ଆଜି ଶ୍ରୀ ପଣ୍ଡା ରାୟଗଡା ଠାରୁ କାଶୀପୁର ବ୍ଲକର ମରୁଡି ଅଞ୍ଚଳ ପରିଦର୍ଶନ ରେ ଯିବା ବେଳେ କଲ୍ୟାଣସିଂହପୁର ବ୍ଲକର ସିକରପାଇ ର କିଛି ଅଞ୍ଚଳ ମଧ୍ୟ ଦେଖିଥିଲେ ।ସିକରପାଇର ଖ ଜୋନ ର ବିଜେପି ଦଳର ସଭାପତି ମୋନଜ କୁମାର ସେଠୀ, ଜିଲା କାର୍ଯ୍ୟକାରିଣୀ ସଦସ୍ୟ ଜି ଜଗନ୍ନାଥ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଧନେଶ୍ୱର ରାଉତ, ପଞ୍ଚାୟତ ସଭାପତି ରୁଦ୍ର ଖଣ୍ଡରିଆ, ରାଜ୍ୟ ସମ୍ପାଦକ କୃଷ୍ଟ ଚନ୍ଦ୍ର ସାମଲ, ସମେଶ ନେମାଲପୁରୀ, ଦିଲୀପ ମିଣିଆକା ସମେତ ଦଳୀୟ ନେତା କର୍ମୀ ଉପସ୍ଥିତ ରହି କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଙ୍କୁ ସ୍ୱାଗତ କରିଥିଲେ ।ଶ୍ରୀ ସାଂସଦ ପଣ୍ଡା କହିଛନ୍ତି ଉକ୍ତ ବ୍ଲକରେ ଅନେକ ଅଞ୍ଚଳ ମରୁଡି କ୍ଷତି ଗ୍ରସ୍ତ ହୋଇଛି । ମରୁଡି କଷାଘାତରେ ଚାଷୀ ଜର୍ଜରିତ ।ଗତ ଦୁଇ ଦିନ ହେବ ଲଘୁଚାପଜନିତ ବର୍ଷା ହେବାରୁ ଜମିରେ ପାଣି ଦେଖାଯାଉଛି ।ତଳି ଘରା ହେଇଗଲାଣି ,ଧାନ ରୁଆ ହେବାକଥା ,ଏବେ ଧାନ ଫସଲ ହେଇପାରିବ ନାହିଁ ।ରାଜ୍ୟ ସରକାର ଚୁପହୋଇ କୁମ୍ଭକର୍ଣ୍ଣ ନିଦ୍ରାରେ ସୋଇ ରହିଛନ୍ତି ।ଚାଷୀଙ୍କ ସମସ୍ୟା ବୁଝିବା ସରକାରଙ୍କ ପ୍ରଥମ ଦାଇତ୍ୱ ।ଏହାକୁ ନେଇ ରାଜରାସ୍ତାରୁ ବିଧାନସଭା ପର୍ଯ୍ୟନ୍ତ ଆନ୍ଦୋଳନ କରିବୁ ଏବଂ ବିଧାସଭାରେ ଏହାର ପ୍ରସଙ୍ଗ ଉଠିବୁ ।ଏହାର ସ୍ଥାୟୀ ସମାଧାନ କରାଯାଉ ବୋଲି କହିଛନ୍ତି ।ଏଥିରେ ଜିଲା ଯୁବ ମୋର୍ଚ୍ଚାର ସମସ୍ତ ସଦସ୍ୟ ସଦସ୍ୟା ଗସ୍ତ କରିଛନ୍ତି ।












