ରାୟଗଡରୁ ସରୋଜ କୁମାର ସାହୁ: ରାୟଗଡ଼ ଜିଲ୍ଲା ଗ୍ରାମାଞ୍ଚଳରେ ଥିବା ସମସ୍ତ ବ୍ଲକର ସବୁ ଗ୍ରାମରେ “୧୦୦-ଦିନିଆ ଅଭିଯାନ” କାର୍ଯ୍ୟକ୍ରମ ଅନୁଷ୍ଟିତ କରିବା ଲାଗି ରାୟଗଡା ଜିଲ୍ଲାପାଳଙ୍କ ତତ୍ଵାବଧାନରେ ଏକ ବୈଠକ ଅନୁଷ୍ଟିତ ହୋଇଯାଇଛି । ଏହି କାର୍ଯକ୍ରମରେ ଜିଲ୍ଲାର ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶକ ଶ୍ରୀ ମହେଶ୍ଵର ଚନ୍ଦ୍ର ନାଏକ ଏହି ଅଭିଯାନ କିପରି କାର୍ଯ୍ୟକାରୀ ହେବ ସେ ନେଇ ପାୱାରପଏଣ୍ଟ ମାଧ୍ୟମରେ ଆଲୋଚନା କରିଥିଲେ ଏବଂ ରାୟଗଡ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ସରକାରଙ୍କ ଠାରୁ ଆସିଥିବା ପତ୍ର ସଂଖ୍ୟା: ୧୪୫୦୩ ତା. ୦୨.୦୯.୨୦୨୧ ରିଖ. ସ୍ବଚ୍ଛଭାରତ ମିଶନ- ଗ୍ରାମୀଣ କାର୍ଯ୍ୟକ୍ରମକୁ ସଫଳ କରିବା ସହ କିପରି ବାହ୍ୟ ମଳମୁକ୍ତ ପଞ୍ଚାୟତ ଗଠନ ନିମନ୍ତେ “୧୦୦-ଦିନିଆ ଅଭିଯାନ”ର ଶୁଭାରମ୍ଭ କରିଥିଲେ । ଏହି ବୈଠକର ମୂଳ ଉଦେଶ୍ୟ ହେଲା ତା ୦୧/୦୯/୨୦୨୧ ରିଖ ରୁ ୦୯/୧୨/୨୦୨୧ ରିଖ ବ୍ୟବଧାନ ମଧ୍ୟରେ ଗୋଟିଏ ବ୍ଲକକୁ ଏବଂ ଅନ୍ୟ ବ୍ଲକର ଶତକଡା ୨୫ ପ୍ରତିଶତ ଗ୍ରାମପଞ୍ଚାୟତକୁ ବାହ୍ୟ ମଳମୁକ୍ତ ପଞ୍ଚାୟତ ରୂପେ ଘୋଷଣା କରାଯିବା ନେଇ ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ରାୟଗଡ ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଏପିଓ (ଏନଆରଇଜିଏ) , ଜିଲ୍ଲା ଜଳ ଓ ପରିମଲ ବିଭାଗ ର ଅଧିକାରୀ , ବ୍ଲକ ନୋଡାଲ ଅଫିସର ଓ ବ୍ଲକ ସଂଯୋଜକ ମାନେ ଉପସ୍ଥିତ ଥିବା ବେଳେ ଜିଲ୍ଲା ଜଳ ଓ ପରିମଳ ମିଶନ ର ପରାମର୍ଶ ଦାତା (ଡିଏସସି) ଆଶୁତୋଷ ପ୍ରସାଦ ନାୟକ ଏବଂ ୱାଇ. ଜୟଲକ୍ଷ୍ମୀ ପାତ୍ର ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।












