କୁଚିଣ୍ଡା - ଉପଖଣ୍ଡ ପ୍ରତିନିଧି(ଅଜୟ କୁମାର ବାଘ) : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ଅନ୍ତର୍ଗତ ବକ୍ସମା ଗ୍ରାମପଞ୍ଚାୟତର ସମସ୍ତ ଗ୍ରାମକୁ ମେଗା ଜଳସେଚନ ପ୍ରକଳ୍ପ ମାଧ୍ୟମରେ ଚାଷଜମିକୁ ପାଣି ଯୋଗାଇବାର ବ୍ୟବସ୍ଥା ଥିଲେ ମଧ୍ୟ ମେଗା ପଏଣ୍ଟ ଗୁଡ଼ିକ ଯେଉଁ ସ୍ଥାନରେ ଲାଗିବା କଥା ସେ ସ୍ଥାନରେ ଲାଗିନାହିଁ l ଫଳରେ ପଏଣ୍ଟ ଗୁଡ଼ିକ ତଳିଆ ଅଂଶ ଚାଷଜମି ଓ ଖାଲ ଜାଗାରେ ଦିଆଯାଇଥିବାରୁ ପାଣି ଚାଷଜମିକୁ ସିଧାସଳଖ ନ ଯାଇ ଖାଳରେ ଖାଳରେ ପାଣି ବୋହିଯାଇ ନଈକୁ ଚାଲିଯାଉଛି ଓ ଅନେକ ସ୍ଥାନରେ ପଏଣ୍ଟ ଥାଇ ମଧ୍ୟ ପାଣି ବାହାରୁ ନ ଥିବା ଚାଷୀ କହିଛନ୍ତି l ପ୍ରତ୍ୟେକ ଗ୍ରାମର ପ୍ରାୟ ୫୦ ରୁ ୬୦ ଭାଗ ଚାଷଜମିକୁ ଜଳସେଚନ ହୋଇପାରୁ ନାହିଁ l ଅଧିକାଂଶ ଢ଼ିପଜମି ଗୁଡ଼ିକରେ ପାଣିର ଅଭାବ ଦେଖାଦେଇଥିବାରୁ ସମସ୍ତ ଢ଼ିପଜମି ଶୁଖି ମାଟି ଆଁ କରିଛି ଓ ଧାନ ଗଛ ଗୁଡ଼ିକ ଶୁଖି ଲାଲ ହୋଇଗଲାଣି, ଚାଷୀ ଯେଉଁ ଋଣ ଆଣି ଚାଷ କାମରେ ଲଗାଇଛି l କେମିତି ଋଣ ବୋଝ ସୁଯିବେ ତାକୁ ନେଇ ଚାଷୀ ଚିନ୍ତାରେ, ଏହି ପରିସ୍ଥିତିକୁ ଦେଖି ଆଜି ବକ୍ସମା ଗ୍ରାମ ପଞ୍ଚାୟତର ଚାଷୀ ତଥା ଜୟ ଜଗନ୍ନାଥ କୃଷକ ସଙ୍ଗଠନ ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି l ଏହି ଦାବୀପତ୍ର ପ୍ରଦାନ ବେଳେ ଜୟ ଜଗନ୍ନାଥ କୃଷକ ସଙ୍ଗଠନର ସଦସ୍ୟ ସୁମନ୍ତ ପଟେଲ, ପ୍ରଶାନ୍ତ କୁମାର ନାଏକ, ସତ୍ୟାନନ୍ଦ ବାଘ, ଲବ ଭଇଁସା, ଧନଞ୍ଜୟ ମାଝୀ, ପୁରୁଷୋତ୍ତମ ପଞ୍ଚାଲି, ସୁରେନ୍ଦ୍ର କୁମାର ନାଏକ, ହରେଶ ଧୁରୁଆ, ପାରେଶ୍ୱର ପ୍ରଧାନ, ଅର୍ଜୁନ ପ୍ରଧାନ, ମହାଦେବ ମାଝୀ, ଅଶେଷ ପଟେଲ, ରାଜକୁମାର ସାହୁ, ଟିକେଶ୍ୱର ବେହେରା, ତୁଳରାମ ସାହୁ, ଧନୀରାମ ପୃଷେଠ, କୁମଦ ବନ୍ଧୁ ପୃଷେଠ, ଅଶ୍ଵପିନୀ ନାଏକ, ଫକୀର ଲୁହା, ଲୁଚନ ସାହୁ, କୃଷ୍ଣଚନ୍ଦ୍ର ମାଝୀ, ମନଫୁଲ ପୃଷେଠ, ସହଦେବ ବାଘ ଓ ଅନ୍ୟ ଚାଷୀମାନେ ଉପସ୍ଥିତ ଥିଲେ l
ରାଜ୍ୟ
ବକ୍ସମା ପଞ୍ଚୟତକୁ ମରୁଡ଼ି କବଳିତ ଅଞ୍ଚଳ ଓ ଢ଼ିପ ଚାଷଜମିକୁ ନୂତନ ମେଗା ପଏଣ୍ଟ ସ୍ଥାପନ ନେଇ ଉପଜିଲ୍ଲାପାଳଙ୍କୁ ଦାବିପତ୍ର
- Hits: 669











