ରାୟଗଡ (ସରୋଜ କୁମାର ସାହୁ ) ପବିତ୍ର ଗୁରୁଦିବସ ଅବସରରେ ଲାୟନ୍ସ କ୍ଲବ ରାୟଗଡ ତରଫରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା । ଦକ୍ଷ ମଣିଷଟିଏ ସୃଷ୍ଟି କରିବା ସହ ସମାଜର ଚରିତ୍ର ଗଠନ କେବଳ ଶିକ୍ଷକ ମାନଙ୍କ ଦ୍ୱାରା ସମ୍ଭବ ହୋଇଥାଏ ବୋଲି ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଡଃ କୁମୁନ୍ଦନ ପ୍ରକାଶ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ଗୁରୁଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ରାୟଗଡ ବ୍ଲକରେ ଅବସ୍ଥିତ ପେଣ୍ଟା ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଏସ. ଆଶାଲତାଙ୍କୁ ଶିକ୍ଷକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମାନପତ୍ର, ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ଲାୟନ୍ସ କ୍ଲବ ତରଫରୁ ସମ୍ମାନୀତ କରାଯାଇଥିଲା । ଲାୟନ୍ସ କ୍ଲବ ରାୟଗଡାକୁ ସାଧୁବାଦ ଦେବା ସହ ସମସ୍ତ ବିଦ୍ୟାର୍ଥିଙ୍କୁ ଉତମ ଶିକ୍ଷାଦାନ ଦେଇ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ପ୍ରୟାସ ଜାରୀ ରଖିବି ବୋଲି ପ୍ରଧାନ ଶିକ୍ଷୟତ୍ରୀ ଏସ. ଆଶାଲତା ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ ।
ରାଜ୍ୟ
ଶିକ୍ଷକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ସମ୍ବର୍ଦ୍ଧନା
- Hits: 336











