ଝାରବନ୍ଧ:-ମନୋହର-ଆଜି ପଦ୍ମପୁର ନିର୍ବାଚନ ମଣ୍ଡଳୀ ର ବିଧାୟକ ଶ୍ରୀଯୁକ୍ତ ବିଜୟ ରଞ୍ଜନ ସିଂ ବରିହା ଙ୍କ ପରାମର୍ଶ କ୍ରମେ ଝାରବନ୍ଧ ବ୍ଲକ ଭଇଁସାଦରହା ପଞ୍ଚାୟତ ରେ ବିଜୁ ଛାତ୍ର ଜନତା ଦଳ ତରଫରୁ ଓଡ଼ିଶା ମୋ ପରିବାର ଓ ଜୀବନ ବିନ୍ଦୁ ଆନୁକୁଲ୍ୟରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମ ରେ ଯୁବନେତା ଭୋଜରାଜ ସିଂ ବରିହା ମୁଖ୍ୟ ଅତିଥି ଓ ଓଡ଼ିଶା ମୋ ପରିବାର ର ବରଗଡ଼ ଜିଲ୍ଲା ସଂଯୋଜକ ଗୌରହରି ମିଶ୍ର ସମ୍ମାନୀତ ଅତିଥି ଭାବରେ ଯୋଗଦେଇଥିଲେ ।ପଦ୍ମପୁର ଏନ୍ ଏସି ସି ର ପୂର୍ବତନ ଅଧ୍ୟକ୍ଷ ପ୍ରିତମ ମେହେର , ଝାରବନ୍ଧ ବ୍ଲକ ଅଧ୍ୟକ୍ଷ ବିଜୟ ପ୍ରଧାନ , ପୂର୍ବତନ ବ୍ଲକ ଅଧ୍ୟକ୍ଷ ହୃଷୀକେଶ ବରିହା , ବ୍ଲକ ସଭାପତି ଯତୀନ ହାତୀ , ଭଇଁସାଦରହା ପଞ୍ଚାୟତ ସରପଞ୍ଚ ଯୋଶବନ୍ତି ନାୟକ , ବ୍ଲକ ସମ୍ପାଦକ ବିଦ୍ୟୁତ୍ ରଞ୍ଜନ ପ୍ରଧାନ , ବିଜୁ ଯୁବ ଜନତାଦଳ ବ୍ଲକ ସଭାପତି ଚନ୍ଦ୍ର ଶେଖର ପଟେଲ , ଛାତ୍ର ସଭାପତି ପ୍ରଶାନ୍ତ ବରିହା ପ୍ରମୁଖ ଉପସ୍ଥିତ ଥିଲେ । ରକ୍ତଦାନ ଶିବିର ରେ ୩୬ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ସମସ୍ତ ରକ୍ତଦାତା ମାନଙ୍କୁ ବିଜୁ ଜନତା ଦଳ ତରଫରୁ ଅଭିନନ୍ଦନ ଜଣାଇବା ସହିତ ଧନ୍ୟବାଦ୍ ଅର୍ପଣ କରାଯାଇଥିଲା ।
ରାଜ୍ୟ
ଭଇଁସାଦରହା ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ
- Hits: 648











