ରାୟଗଡ (ସରୋଜ କୁମାର ସାହୁ ): ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ନନଙ୍କ ଜୟନ୍ତୀକୁ ସାରା ଦେଶରେ ଗୁରୁଦିବସ ରୂପେ ପାଳନ କରାଯାଏ । ଏହି ଅବସରରେ ରାୟଗଡ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଗୁରୁଦିବସ ପାଳିତ ହୋଇଯାଇଅଛି । ପ୍ରଥମେ ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ନନଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରିବା ସହ ପ୍ରଦ୍ୱୀପ ପ୍ରଜ୍ୱଳନ କରାଯାଇ ଗୁରୁଦିବସ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ଏହି ଅବସରରେ ବିଦ୍ୟାଳୟର ଦୁଇ ଜଣ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ଆଦିତ୍ୟ କୁମାର ପଟ୍ଟନାୟକ ଓ ଶ୍ରୀମତି ଶାରଦା କୁମାରୀଙ୍କୁ ବିଦ୍ୟାଳୟ ପ୍ରତି ସେମାନଙ୍କ ଅବଦାନ ନିମନ୍ତେ ସମ୍ମାନିତ କରାଯାଇଥିଲା । ଗୁରୁଦିବସ ଉପଲକ୍ଷେ କୋଭିଡ ଗାଇଡ ଲାଇନ ପାଳନ କରାଯାଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କୃତି ପ୍ରତିଯୋଗୀ ମାନଙ୍କୁ ଉକ୍ତ କାର୍ଯ୍ୟକ୍ରମରେ ପୁରସ୍କୃତ କରାଯାଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତି ପ୍ରଭାତି ପ୍ରଧାନ ଆୟୋଜିତ କାର୍ଯ୍ୟକ୍ରମକୁ ଅଧ୍ୟକ୍ଷତା କରିଥିବା ବେଳେ ଶିକ୍ଷକ ଶ୍ରୀ ବିନୋଦ ମହାନ୍ତି, ଶ୍ରୀମତି ବି.ଶାରଳା, ଶ୍ରୀମତି ହରପ୍ରିୟା ଉପାଧ୍ୟାୟ, ଶ୍ରୀମତି ମମତା କର ପ୍ରମୁଖ ଉପସ୍ଥିତ ଥିଲେ ।
ରାଜ୍ୟ
ରାୟଗଡ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଗୁରୁଦିବସ ପାଳିତ
- Hits: 408











