ହେଡଲାଇନସ୍:

ଭଦ୍ରକ ମହାବିଦ୍ୟାଳୟ ଖୁବ ଶିଘ୍ର ହେବ ବିଶ୍ବ ବିଦ୍ୟାଳୟ ; ବିଧାୟକ ସଂଜିବ ମଲ୍ଲିକ !

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭଦ୍ରକ,:(ସତ୍ୟଭୂଷଣ ସ୍ବାମୀ): ଭଦ୍ରକ ମହାବିଦ୍ୟାଳୟ ୧୯୪୭ ମସିହା ଜୁଲାଇ ୬ ତାରିଖରେ ପ୍ରତିଷ୍ଠିତ ହୋଇ ଥିବାରୁ ଏହି ଐତିହ୍ୟ ସଂପର୍ଣ୍ଣ ମହାବିଦ୍ୟାଳୟ ତାର ୭୫ ବର୍ଷ ଆସନ୍ତା ୨୦୨୨ ମସିହା ଜୁଲାଇ ୬ ତାରିଖରେ ପୂରଣ କରିବାକୁ ଯାଉଛି।ଏହି ଅବସରରେ ପୁରାତନ ଛାତ୍ର ସଂସଦ ଆନୁକୂଲ୍ୟରେ ଭଦ୍ରକ କଲେଜ  ଛାତ୍ର ସଂସଦ ଗ୍ୟାଲେରୀରେ ଭଦ୍ରକ ବିଧାୟକ ସଂଜିବ ମଲ୍ଲିକ ଯୋଗ ଦେଇ କଲେଜର ସର୍ବାଙ୍ଗିନ ଉନ୍ନତିର ଦାୟିତ୍ବ ନିଜେ ବହନ କରିବାକୁ ଘୋଷଣା ମତିଥିଲେ।ପୁରାତନ ଛାତ୍ର ସଂସଦ ତରଫରୁ ତାଙ୍କୁ ସମର୍ଦ୍ଧିତ କରା ଯାଇଥିଲା। 

ପୁରାତନ ଛାତ୍ର ସଂସଦର ସଭାପତି ତଥା କଲେଜର  ପୁର୍ବତନ  ପ୍ରାଧ୍ୟାପକ ଡ.ଦେବେନ୍ଦ୍ର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ସଂଯୋଜନା କରିଥିଲେ ପୁରାତନ ଛାତ୍ର ସଂସଦର ସଂପାଦକ ଅଜୟ ନାୟକ। ଅଧିବକ୍ତା ଦିବ୍ୟସିଂ ନାୟକ କଲେଜର ଅସୁବିଧା ତଥା ଆବଶ୍ୟକତାକୁ ଦାବି ଆକାରରେ ବିଧାୟକଙ୍କ ପାଖରେ ଉପସ୍ଥାପନ କରିଥିଲେ।ପୁରାତନ ଛାତ୍ର ତଥା ପୂର୍ବତନ ଅଧ୍ୟକ୍ଷ ଶୈଳେନ୍ଦ୍ର ମହାପାତ୍ର ଭଦ୍ରକ ମହାବିଦ୍ୟାଳୟକୁ ବିଶ୍ବ ବିଦ୍ୟାଳୟର ମାନ୍ୟତା ଦେବାକୁ ସରକାରଙ୍କ ପାଖରେ ଦାବିକୁ ଦୋହରାଇ ଥିଲେ। ପୁରାତନ ଛାତ୍ର ତଥା ଧାମନଗରର ପୁର୍ବତନ ବିଧାୟକ ମୁକ୍ତିକାନ୍ତ  ମଣ୍ଡଳ ପୁରାତନ ଛାତ୍ର ତଥା ବର୍ତ୍ତମାନର ଛାତ୍ର ଛାତ୍ରୀମାନଙ୍କ ସହାୟତା  ହୀରକ ଜୟନ୍ତୀ ପାଳନ ପାଇଁ ସହଯୋଗ କରିବାକୁ ଆହ୍ବାନ ଦେଇଥିଲେ।

ପୁରାତନ ଛାତ୍ର ତଥା ରାଜ୍ୟ ସଂସ୍କୃତି ବିଭାଗର ପୁର୍ବତନ ସଚିବ ବିଜୟ ନାୟକ, ପୁରାତନ ଛାତ୍ର ଜଗନ୍ନାଥ ସ୍ବାଇଁ,ସମାଜ ସେବୀ ଫାରୁକ ଭାଇ,ଶିକ୍ଷକ ନେତା ଗୋଲକ ନାୟକ,ଡାକ୍ତର ହରେକୃଷ୍ଣ ନାୟକ, କଲେଜ ଅଧ୍ୟାପକ ଡା.ଉମାକାନ୍ତ ସାହୁ, ପ୍ରାଧ୍ୟାପକ ପବିତ୍ର ପାଣିଗ୍ରାହୀ,ଛାତ୍ର ନେତା ଜ୍ୟୋତିପ୍ରକାଶ ମହାନ୍ତି, ଡାକ୍ତର ଦୁର୍ଯ୍ୟଧନ ଦାସ, ବିକାଶ ସାମଲ,କଳ୍ପତରୁ ଜେନା ପ୍ରମୁଖ ପୁରାତନ ଛାତ୍ରମାନେ ହୀରକ ଜୟନ୍ତୀକୁ ଧୁମଧାମରେ ପାଳନ କରିବାକୁ ସମସ୍ତ ପ୍ରକାର ସହାୟତା କରିବା ପାଇଁ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଆହ୍ବାନ ଦେଇଥିଲେ।ପୂର୍ବରୁ କେତେକ ଛାତ୍ରଛାତ୍ରୀମାନେ ସମାନ୍ତରାଳ ଭାବେ ଅନ୍ୟ ଏକ ହୀରକ ଜୟନ୍ତି ପାଳନ କରିବାକୁ ଆୟୋଜନ କରିଥିବାରୁ ପୁରାତନ ଛାତ୍ର ସଂସଦ ସହ ମିଶି ଏକାଠି ଗୋଟିଏ ମଂଚରେ ଏକତ୍ରିତ ଭାବେ ଉତ୍ସବ ଧୁମଦାମରେ ପାଳନ କରିବାକୁ  ଅଭ୍ୟର୍ଥନା କମିଟିର ସଭାପତି ତଥା ବିଧାୟକ ସଂଜିବ ମଲ୍ଲିକ ଆହ୍ବାନ ଦେଇଥିଲେ।ଭଦ୍ରକ କଲେଜର ଜୀରକ ଜୟନ୍ତି ପାଳନ ପୂର୍ବରୁ ସମସ୍ତ ଆବଶ୍ୟକତାକୁ ପୂରଣ କରି ଏହି ପଲ୍ଲୀଭାରତୀ ମହାବିଦ୍ୟାଳୟକୁ ଏକକ ବିଶ୍ବ ବିଦ୍ୟାଳୟର ମାନ୍ୟତା ଖୁବ ଶିଘ୍ର ସରକାର ଦେବାକୁ ଯାଉଛନ୍ତି ବୋଲି ବିଧାୟକ ପ୍ରକାଶ କରିଥିଲେ।

ଶିକ୍ଷୟତ୍ରୀ ଚାରୁଲତା ମହାପାତ୍ର ସଭା ପ୍ରାରମ୍ଭରେ ମଂଚ ଆହ୍ବାନ କରି ଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଅଧିବକ୍ତା ଗଦାଧର  ବଳ। ପୁରାତନ ଛାତ୍ର ଅମରେନ୍ଦ୍ର ବିଶ୍ବାଳ, ପଙ୍କଜ ବଳ, ରାକେଶ ପଣ୍ଡାଙ୍କ ସହଯୋଗିତାରେ ଅନୁଷ୍ଠିତ ଏହି ସଭାରେ ପୁରାତନ ଛାତ୍ର ଅଧିବକ୍ତା ଜତିକାନ୍ତ ନାୟକ, ନିତ୍ୟାନନ୍ଦ ଦାସ,ରୂପକ ରାୟ,ସମିର ମୁମାର ଦାସ,ରାଧା ଦାସ, ଭି.ରାଜଲକ୍ଷ୍ମୀ,ରବିନାରାୟଣ ପଣ୍ଡା,ଲକ୍ଷ୍ମୀ ମହାପାତ୍ର, ପ୍ରକାଶ ଜ୍ୟୋତି ମହାକୁଡ, ଅକ୍ଷୟ ଦାସ,ଅମିତାଭ ଖିଲାର,ଶିଳାଦିତ୍ୟ ନାୟକ,ପ୍ରିନ୍ସ ରାକେଶ ନାୟକ,ଅତିଶ ବେହେରା, ତାହେର ମହମ୍ମଦ,ବିଷ୍ଣ ମୋହନ ମହାପାତ୍ର, ସୁରଜିତା ନାୟକ, ପ୍ରମୋଦ ରାୟ,ପଦ୍ମ କୁମାର ରାୟ, ଲଲାଟେନ୍ଦୁ ମହାନ୍ତି , ରାଧାରାଣି ମହାପାତ୍ର ପ୍ରମୁଖ ଶତାଧିକ ଛାତ୍ର ଉପସ୍ତିତ ଥିଲେ। ଭଦ୍ରକ ତଥା ଜିଲ୍ଲା ବାହାରୁ ଅନେକ ଛାତ୍ରଛାତ୍ରୀ ଯୋଗ ଦେଇ କଲେଜର ଐତିହ୍ୟ ଗାରିମା ବଜାୟ ରଖିବାକୁ ଆହ୍ବାନ ଦେଇଥିଲେ।

0
0
0
s2sdefault