ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀମାନଙ୍କ ଦ୍ବାରା ପରିବେଶ ସଚେତନ ସମ୍ବନ୍ଧୀୟ ବିଭିନ୍ନ କାର୍ଯ୍ୟକ୍ରମ ସେପ୍ଟେମ୍ବର ୧ ତାରିଖ ଠାରୁ ୪ ତାରିଖ ମଧ୍ୟରେ ପର୍ଯ୍ୟାୟ କ୍ରମେ ପାଳିତ ହୋଇଯାଇଛି।
ପ୍ରଥମ ଦିନରେ ସ୍ୱଚ୍ଛତା ପକୱାଡା ସମ୍ପର୍କିତ "ସ୍ୱଚ୍ଛତା ଶପଥ ଦିବସ" , ଦ୍ବିତୀୟ ଦିନରେ ସ୍ୱଚ୍ଛତା ସଚେତନତା ଦିବସ , ତୃତୀୟ ଦିନରେ ସମୁଦାୟ ପହଞ୍ଚ ଦିବସ ଏବଂ ସ୍ଲୋଗାନ ଓ ପୋଷ୍ଟର ପ୍ରସ୍ତୁତି ପ୍ରତିଯୋଗିତା ଗୁଡିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟକ୍ଷା ଶୀମତି ଅମ୍ବିକା ଦେବୀ , ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ANO(Ncc , ANO) ଅଧ୍ୟାପିକା ଲେଫଟେନେଣ୍ଟ ଅନିତା କୁମାରୀ ପାତ୍ର , ଅଧ୍ୟାପକ ତଥା(Nss, p.o) ଶ୍ରୀ ନୃସିଂହ ପ୍ରାସାଦ ପାଣିଗ୍ରାହୀ , ୟୁଥ୍ ରେଡ୍କ୍ରସ ପରାମର୍ଶ ଦାତ୍ରୀ ଶ୍ରୀମତୀ ସଂଯୁକ୍ତା ପାତ୍ର ପ୍ରମୁଖ ଯୋଗ ଦେଇଥିଲେ।
ଏତଦ୍ ବ୍ୟତୀତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅନ୍ୟ ସମସ୍ତ ଅଧ୍ୟାପକ , ଅଧ୍ୟାପିକା , ଅଣଶିକ୍ଷକ , କର୍ମଚାରୀ , ଏନ୍ .ସି.ସି ଛାତ୍ରୀ ଓ ଅନ୍ୟ ଛାତ୍ରୀ ଗଣ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିଥିଲେ।
ରାଜ୍ୟ
ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପରିବେଶ ସଚେତନ ସମ୍ବନ୍ଧୀୟ ବିଭିନ୍ନ କାର୍ଯ୍ୟକ୍ରମ
- Hits: 477











