ହେଡଲାଇନସ୍:

ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ଅନୁଷ୍ଠାନ ପକ୍ଷରୁ ପବିତ୍ର ଗୁରୁ-ଦିବସ ଓ ଯଶସ୍ୱୀ ସର୍ବପଲ୍ଲୀ ରାଧାକ୍ରିଷ୍ଣନ ଜୟନ୍ତୀ ପାଳନ ଅବସରରେ ଗୁରୁ ସମ୍ବର୍ଦ୍ଧନା କାଯ୍ୟକ୍ରମ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ଅନୁଷ୍ଠାନ ପକ୍ଷରୁ ଆଜି ପବିତ୍ର ଗୁରୁ-ଦିବସ ଓ ଯଶସ୍ୱି ଡ଼ଃ ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମଦିବସ ପାଳନ ଅବସରରେ ଗୁରୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ସ୍ଥାନୀୟ ମହାରାଜାଙ୍କ ପ୍ୟାଲେସ ପରିସରରେ ଥିବା ୟୁ-ଟେକ କମ୍ପ୍ୟୁଟର ଶିକ୍ଷା ସମ୍ମିଳନୀ କକ୍ଷଠାରେ ମହିଳା ସଙ୍ଗଠନ "ଆକାଂକ୍ଷା" ଓ "ଉତ୍କଳ ହିତୈଷିଣୀ ସମାଜ"ର ମିଳିତ ଆନୁକୂଲ୍ୟରେ ପବିତ୍ର ଗୁରୁ ଦିବସ ଓ ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମଦିବସ ପାଳନ ଓ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ଗୁରୁ ଶ୍ରୀ ରଘୁନାଥ ପାତ୍ରଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଉତ୍କଳ ହିତୈଷିଣୀ ସମାଜର ସଭାପତି ଗୁରୁ ଗୌରବ ଶ୍ରୀ ଗୌରଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆକାଂକ୍ଷା ଅନୁଷ୍ଠାନର ଉପ ସଭାନେତ୍ରୀ ଆଶାଲତା ପାଣିଗ୍ରାହୀ ଏବଂ ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ମୀନାକୁମାରୀ ଟହଲ ପ୍ରମୁଖ ଅତିଥି ଭାବେ ଯୋଗଦେଇ , ପବିତ୍ର ଗୁରୁଦିବସ ପାଳନର ତାତ୍ପର୍ଯ୍ୟ ଓ ଗୁରୁ-ଶିଷ୍ୟ ପରମ୍ପରା ଉପରେ ଏବଂ ଭାରତର ପୂର୍ବତନ ରାଷ୍ଟ୍ରପତି ଯଶସ୍ୱି ଡ଼ଃ ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ କର୍ମମୟ ଜୀବନ ଆଦର୍ଶ ଉପରେ ଆଲୋଚନା କରା ଯାଇଥିଲା ।
ଏହି ଅବସରରେ ବିଶିଷ୍ଟ ଓଡିଶୀ କଣ୍ଠଶିଳ୍ପୀ ଓ ସଙ୍ଗୀତଜ୍ଞ ଗୁରୁ ରଘୁନାଥ ପାତ୍ରଙ୍କୁ "ଆକାଂକ୍ଷା" ଓ "ଉତ୍କଳ ହିତୈଷିଣୀ ସମାଜ" ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପିକା ଡ.କଲ୍ୟାଣୀ ମିଶ୍ର , ଭାଗ୍ୟଲକ୍ଷ୍ମୀ ନାୟକ , ବିଚିତ୍ରାନନ୍ଦ
ବେବର୍ତ୍ତା , ହରିମୋହନ ପଟ୍ଟନାୟକ , ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା , ମମତା ପାଢୀ , ଭାରତଭୂଷଣ ମହାନ୍ତି , ସ୍ବର୍ଣ୍ଣପ୍ରଭା ପାଠୀ , ସୂର୍ଯ୍ୟ ନାରାୟଣ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।
ସେହିଭଳି ସ୍ଥାନୀୟ ଶିଶୁ ବିଦ୍ୟା ମନ୍ଦିରରେ ମଧ୍ୟ ଗୁରୁ ଦିବସ , ସର୍ବପଲ୍ଲୀ ରାଧାକୃଷ୍ଣନ ଜୟନ୍ତୀ ଓ ଗୁରୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ବିଦ୍ୟା ମନ୍ଦିର''ର ଉପଦେଷ୍ଟା ପୂଜ୍ୟ ମହନ୍ତ ମହାରାଜ ରାମାନନ୍ଦ ଦାସଜୀଙ୍କ ପୌରହିତ୍ୟରେ ଅବସରପ୍ରାପ୍ତ ବିଶିଷ୍ଟ ଶିକ୍ଷକ ତଥା ଗୁରୁ ଶ୍ୟାମ ସୁନ୍ଦର ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀ ମାନେ ସମ୍ବର୍ଦ୍ଧିତ ଗୁରୁଙ୍କ ପାଦ -ଧୋଇ ବନ୍ଦାପନା କରି ଆଶୀର୍ବାଦ ଭିକ୍ଷା କରିଥିଲେ ।ସେହିଭଳି ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ପ୍ରଧାନ ଶିକ୍ଷକ ଡ଼. ବୃଷକେତୁ ଦାଶଙ୍କ ସଭାପତିତ୍ୱରେ ପବିତ୍ର ଗୁରୁ ଦିବସ ଓ ଡ଼ଃ ରାଧାକୃଷ୍ଣନଙ୍କ ଜନ୍ମ-ଜୟନ୍ତୀ ଦିବସ କାର୍ଯ୍ୟକ୍ରମ ପାଳିତ ହୋଇଥିଲା । ବିଦ୍ୟାଳୟର ଶିକ୍ଷକ ବୃନ୍ଦ ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ସହ ଗୁରୁ ଦିବସ ପାଳନର ଉଦ୍ଦେଶ ଓ ଡ଼ଃ ରାଧାକ୍ରିଷ୍ଣାନଙ୍କ ଜୀବନ-ଦର୍ଶନ ଉପରେ ଆଲୋଚନା କରିଥିଲେ ।

0
0
0
s2sdefault