ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିଅମ ଠାରେ ଜିଲ୍ଲା କ୍ରୀଡା ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ କ୍ରୀଡା ଦୌଡକୁଦ ପ୍ରତିଯୋଗିତା-୨୦୨୧ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ କ୍ରୀଡା ପ୍ରତିଯୋଗୀ ମାନେ କୌଣସି ଏକ ଖେଳ ପ୍ରତି ନିଷ୍ଠା ଓ ଶାନ୍ତି-ଶୃଙ୍ଖଳାର ସହ ନିୟମିତ ଭାବେ କଠୋର ପରିଶ୍ରମ କରି ଅଭ୍ୟାସ ଜାରୀ ରଖିଲେ , ଭବିଷ୍ୟତରେ ସେ ଜଣେ ଭଲ ଓ ପ୍ରତିଷ୍ଠିତ ଖେଳାଳି ହୋଇ ଦେଶର ନାଆ ଓ ଗୌରବ ଆଣିବାରେ ସକ୍ଷମ ହୋଇପାରିବ ବୋଲି କହିଥିଲେ ।
ଏହି ଅବସରରେ ମୁଖ୍ୟଅତିଥି ତଥା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପଣ୍ଡା କ୍ରୀଡା ପତାକାକୁ ଉତ୍ତୋଳନ କରିବା ସହ କ୍ରୀଡା ପ୍ରତିଯୋଗିତା କାର୍ଯ୍ୟକ୍ରମ ଆରମ୍ଭର ଘୋଷଣା କରିଥିଲେ ।
ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ପ୍ରଭାକର ତ୍ରିପାଠୀ ଏହି କ୍ରୀଡା ପ୍ରତିଯୋଗିତା ଶୁଭାରମ୍ଭ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ଶ୍ରୀ ଦିଲୀପ କୁମାର ମହାରଣା , ଡିସିପିୟୁ: ଶ୍ରୀ ଅରୁଣ କୁମାର ତ୍ରିପାଠୀ , ଜିଲ୍ଲା କ୍ରିକେଟ ସଙ୍ଘ ସମ୍ପାଦକ ଶ୍ରୀ ଦେବାଶିଷ ପାଢ଼ୀ , ଶାରୀରିକ ଶିକ୍ଷା ନିରୀକ୍ଷକ ଶ୍ରୀ ସଞ୍ଜୟ କୁମାର ପାତ୍ର ଏବଂ କ୍ରୀଡ଼ାବିତ ଶ୍ରୀ କିଶୋର ଚନ୍ଦ୍ର ରଥ ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇଥିଲେ ।
ଏହି କ୍ରୀଡା ପ୍ରତିଯୋଗିତାରେ ପାଇଁ ୧୦୦ମି: , ୨୦୦ମି: , ୪୦୦ମି: , ୮୦୦ମି: , ଲଙ୍ଗ ଜମ୍ପ , ହାଇଜମ୍ପ , ସଟପୁଟ ଓ ଡିସକସ ଫିଙ୍ଗା ପ୍ରଭୃତି ଇଭେଣ୍ଟସରେ ପ୍ରତିଯୋଗିତା ହୋଇଥିବା ବେଳେ ଏଥିରେ ଶତାଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ ।
ରାଜ୍ୟ
ଜିଲ୍ଲାସ୍ତରୀୟ ଦୌଡ଼କୁଦ କ୍ରୀଡା ପ୍ରତିଯୋଗିତା-୨୦୨୧ କାର୍ଯ୍ୟକ୍ରମ
- Hits: 330