ହେଡଲାଇନସ୍:

ଗୁରୁଦିବସ ପାଳିତ ହେବା ସହ କୃତୀ ଛାତ୍ରୀ, ସର୍ବୋତ୍ତମ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ପୁରସ୍କୃତ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆଗାଁ(ସୁବ୍ରତ ପରିଡ଼ା): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧିନରେ ଥିବା ସଂପଡ଼ା କ୍ଲଷ୍ଟରର ବାଲଣ୍ଡା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଗୁରୁଦିବସ ପାଳିତ ହେବାସହ କୃତୀ ଛାତ୍ରୀ, ସର୍ବୋତ୍ତମ ଶିକ୍ଷକ ,ଶିକ୍ଷୟତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବ୍ଲକ୍ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ପଣ୍ଡା ,ସମ୍ମାନୀତ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ଦୟାନିଧି ଗୋଚ୍ଛାୟତ ,ଧିରେନ୍ଦ୍ର କୁମାର ସାହୁ,ରବୀନ୍ଦ୍ର ସେଠୀ , ବାଲଣ୍ଡା ହାଇସ୍କୁଲ୍ ପ୍ରଧାନ ଶିକ୍ଷକ ସଞ୍ଜୟ ମଣ୍ଡଳ,ରାକେଶ ଘଡେଇ ସି ଆର ସି ସି ଦୁର୍ଦୁରା କ୍ଲଷ୍ଟର, ନୀଳାଦ୍ରୀପୁର କ୍ଲଷ୍ଟର ସି ଆର୍ ସି ସି ବିଜୟ କୁମାର ବେହେରା ପ୍ରମୁଖ ଯୋଗ ଦେଇ ଡ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଭକ୍ତିପୂତ ଶ୍ରଦ୍ଧାଂଜଳି ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମ ରେ କୃତୀ ଶିକ୍ଷାର୍ଥୀ ସିପ୍ରା ସୋମ୍ଲିନ୍ ପରିଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସଂପଡା, କୃତୀ ଛାତ୍ରୀ ଅରୋସ୍ମିତା ମାର୍ଥା ଚିନ୍ତାମଣି ବିଦ୍ୟାପିଠ ସଂପଡା , ସର୍ବୋତ୍ତମ ଶିକ୍ଷକ ସଂଯୁକ୍ତା ଦେଇ ସରକାରୀ ଉପ୍ରା ଲିଦ୍ୟାଳୟ ସଂପଡା,ସର୍ବୋତ୍ତମ ପ୍ରଧାନ ଶିକ୍ଷକ ଭୀମସେନ ସାହୁ ଚିନ୍ତାମଣି ବିଦ୍ୟାପୀଠ ସଂପଡା,ସର୍ବୋତ୍ତମ ବିଦ୍ୟାଳୟ ଭାବେ ସଂପଡ଼ା ଚିନ୍ତାମଣି ବିଦ୍ୟାପୀଠ କୁ ଅତିଥି ମାନେ ପୁରସ୍କୃତ କରିଥିଲେ । ସଂପଡ଼ା କ୍ଲଷ୍ଟର ସି ଆର୍ ସି ସି ନରେନ୍ଦ୍ର କୁମାର ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଶିକ୍ଷକ ଗତିକୃଷ୍ଣ ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ।

0
0
0
s2sdefault