ହେଡଲାଇନସ୍:

ମାଦିନାଜୁ ବାସିନ୍ଦାଙ୍କ ଗୁହାରି ଶୁଣିବ କି ପ୍ରଶାସନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ବ୍ଲକ କଳିଙ୍ଗିଆ ଗ୍ରାମପଞ୍ଚାୟତ ଅନ୍ତର୍ଗତ ୧୯ ନମ୍ବର ୱାର୍ଡର ମାଦିନାଜୁ I ଏହି ସାହିରେ ପ୍ରାୟ ୨୦ରୁ ଉର୍ଦ୍ଧ୍ବ ପରିବାର ପ୍ରାୟ ୨୦୦ରୁ ଉର୍ଦ୍ଧ୍ବ ଜନସାଧାରଣ ବସବାସ କରନ୍ତି I ହେଲେ ଅତି ଦୁଃଖର କଥା ଏହି ସାହି ବାସିନ୍ଦାଙ୍କ ଗମନାଗମନ କରିବା ପାଇଁ ସାହି ମଝିର ରାସ୍ତା ତିଆରି ହୋଇନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି I ଯାହା ପାଇଁ ଅଞ୍ଚଳ ବାସୀ ବହୁ ସମସ୍ୟାର ସମ୍ମୁଖୀନ ହେଉ ଥିବା ପ୍ରକାଶ କରିଛନ୍ତି I ରାସ୍ତା ତିଆରି ହୋଇନ ଥିବା ଯୋଗୁଁ ଗ୍ରାମବାସୀ ଜରୁରୀ ସେବା ପାଇବାରେ ସମସ୍ୟା ହେଉଥିବା ଗ୍ରାମର ବାସୀନ୍ଧା ଜୟଚନ୍ଦ୍ର ପ୍ରଧାନ କହିଛନ୍ତି I ଏହି ରାସ୍ତା ତିଆରୀ ପାଇଁ ଗ୍ରାମ ବାସୀ ନିର୍ବାଚିତ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ପ୍ରଶାସନକୁ ବାରମ୍ବାର ଜଣାଇ ଥିଲେ ମଧ୍ୟ କୌଣସି ପ୍ରକାର ସାହାଯ୍ୟ ମିଳୁନଥିବା ଗ୍ରାମର ମହିଳା ଅନ୍ତିମା ପ୍ରଧାନ ପ୍ରକାଶ କରିଛନ୍ତି I ଯଦି ପ୍ରଶାସନ ଯଥା ଶୀଘ୍ର ଏହି ସାହି ରାସ୍ତା ତିଆରି ନ କରନ୍ତି ତାହେଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଗ୍ରାମବାସୀ ଜୟଚନ୍ଦ୍ର ପ୍ରଧାନ, ଜହାଲାଲ ପ୍ରଧାନ, ସୁରେଶନ ପ୍ରଧାନ, ନୀଳମଣି ପ୍ରଧାନ, ସୁଶାନ୍ତ ପ୍ରଧାନ, ସଞ୍ଜିତ ପ୍ରଧାନ, ରାନୁମା ପ୍ରଧାନ, ରୀନା ପ୍ରଧାନ, ସ୍ୱପ୍ନାରାଣୀ ପ୍ରଧାନ, ଅନ୍ତିମା ପ୍ରଧାନ, ବନିତା ପ୍ରଧାନ ଓ ସୌଦାମିନୀ ପ୍ରଧାନ ପ୍ରମୁଖ ଦାବୀ କରିଛନ୍ତି |

0
0
0
s2sdefault