ପାଟଣାଗଡ଼,ଶାସକ ପ୍ରଶାସକ (ଯତୀନ୍ଦ୍ର ନନ୍ଦ): ସରକାର ଗରିବ ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦେବାର ବ୍ୟବସ୍ଥା କରିଥିବା ବେଳେ ପ୍ରଶାସନ ଓ ସରକାରୀ କର୍ମଚାରୀଙ୍କର ଉଦେଶ୍ୟ ମୂଳକ ଅଣଦେଖା ମନୋଭାବ ଯୋଗୁଁ ପ୍ରକୃତ ହିତାଧିକାରୀ ଯୋଜନାରୁ ବଞ୍ଚିତ ହେଉଥିବାର ଅଭିଯୋଗ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି ! ପଞ୍ଚାୟତ, ବ୍ଲକ ଓ ବିଧାୟକ ପାଖକୁ ଦଉଡି ଦଉଡି ହତାଶ ହେବାପରେ ଶେଷରେ ନିଜ ଭାଗ୍ୟକୁ ଆଦରି ଝାଟିମାଟି କୁଡ଼ିଆରେ ରହୁଥିବାର ଦେଖିବାକୁ ମିଳିଛି । ଉଲ୍ଲେଖ ଯୋଗ୍ୟ କି,ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଳକ କଂସାପଳା ଗାଁର ଗରିବ ଅସହାୟ ବୃଦ୍ଧ ଦମ୍ପତି ଅରଛୁ ବାରିକ ଓ ତାଙ୍କ ସ୍ତ୍ରୀ ସରସ୍ୱତୀ ବାରିକ ରୁହନ୍ତି । ତାଙ୍କର ଦୁଇ ଝିଅଙ୍କୁ ଧାର କରଜ କରି ବାହା କରିସାରିଛନ୍ତି । ହେଲେ ଏବେ ଭଙ୍ଗା ଘରରେ ରହୁଥିବା ଦେଖିବାକୁ ମିଳିଛି । ଯେଉଁଘରେ ଶୋଇକି ଉପରକୁ ଦେଖିଲେ ସୂର୍ଯ୍ୟ ଚନ୍ଦ୍ର ତାରାଗଣ ଦେଖାଯାଉଛି ! ବର୍ତ୍ତମାନ ସେମାନଙ୍କ ପରିଣତି ବୟସରେ ଆଉ କିଛି କାମ କରିପାରୁ ନଥିବାରୁ ସରକାର ଯୋଗାଇ ଦେଉଥିବା ସ୍ଵାମୀ ସ୍ତ୍ରୀ ବାର୍ଦ୍ଧକ୍ୟ ଭତ୍ତା ଓ ୧୦ କେଜି ଚାଉଳ ମାସକୁ ପାଇଁ କୌଣସି ମତେ ସଂଘର୍ଷ ପୂର୍ଣ୍ଣ ଭାବରେ ଜୀବନ ଯାତ୍ରା ଅତିବାହିତ କରୁଛନ୍ତି । ହେଲେ ଏତିକିରେ ଏମାନଙ୍କୁ ଚଲିବା ବହୁ କଷ୍ଟକର ହେଉଛି । ତେବେ ତାଙ୍କର ପକ୍କା ଘର ଖଣ୍ଡିଏ ନଥିବାରୁ ଭଙ୍ଗା ମାଟି ଘରେ ଜୀବନ ବିତାଉଛନ୍ତି । ସୂଚନା ଯୋଗ୍ୟ,ବର୍ଷାରେ ଛାତରୁ ପାଣି ଗଲିବା ସହ ଗୋଟିଏ ପାଖ କାନ୍ଥ ଓଦା ହୋଇ ଭୁଷୁଡି ପଡ଼ିବାରୁ ମରଣ ମୁହଁରୁ ବଞ୍ଚି ଯାଇଛନ୍ତି । ଅନ୍ୟ ପଟେ ଓଦା ସନ୍ତସନ୍ତିଆ ହୋଇପଡ଼ିଥିବାରୁ ସାପ ଜୀବଜନ୍ତୁଙ୍କର ଭୟ ମଧ୍ୟ ରହିଛି । ଏଠାରେ ନକହି ରହିହେନାହିଁ ଯେ, ସରକାର ପ୍ରତି ଗରିବ ପରିବାକୁ ପକ୍କା ଘର ଯୋଗାଇଦେବାର ପ୍ରତିଶୃତି କଣ ପାଣିର ଗାର ନୁହେଁକି ? ତଦନ୍ତ ସମୟରେ ଆଉ ଏକ ଅକ୍ଷମଣୀୟ ଅଭିଯୋଗଟି ଶୁଣିବାକୁ ମିଳିଛି!ତାହା,ଆବାସ ଯୋଜନାର ନାମ ତାଲିକାରେ ନାମ ଥାଉ ଅବା ନଥାଉ ହେଲେ ଦଶହଜାର ଟଙ୍କା ପଞ୍ଚାୟତ ପ୍ରତିନିଧିଙ୍କୁ ଦେଇପାରିଲେ ହେଲା । ସିଧା ଗୋଡ଼ ତଳକୁ ଆବାସ ଯୋଜନାର ଆଦେଶ ପତ୍ର ପହଞ୍ଚି ଯାଏ । ଯଦି ଏହା ସତ ତେବେ ସାଙ୍ଘାତିକ ଅଟେ ଆଉ ତଦନ୍ତ ସାପେକ୍ଷ ମନେହୁଏ ତେଣୁ ଏଥିପ୍ରତି ଜିଲ୍ଲା ପ୍ରଶାସନ ଗୁରୁତ୍ୱପୂର୍ଣ୍ଣ ମନେକରି ବୃଦ୍ଧ ଦମ୍ପତିଙ୍କୁ ଅନ୍ତୋଦୟ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦେବାକୁ ସର୍ବସାଧାରଣରେ ଦାବୀ ହେଉଛି ।
ରାଜ୍ୟ
ଗରିବ ଅରଛୁ ବାରିକ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କ'ଣ ସପନ ହୋଇ ରହିଯିବ ????
- Hits: 418











