ହେଡଲାଇନସ୍:

ପଦ୍ମପୁର ବାଳିକା ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଦିବସ ପାଳିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର(ଶାସକ ପ୍ରଶାସକ)- ପଦ୍ମପୁର ସହରର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସର ରେ କୋଭିଡ ନିୟମ ପାଳନ କରି ଶିକ୍ଷକ ଦିବସ ପାଳିତ ହେଇ ଯାଇଛି। ବିଦ୍ୟାଳୟ ପରିସର ରେ ଉପସ୍ଥାପିତ ସର୍ବପଲ୍ଲୀ ରାଧାକୃଷ୍ଣନ ତଥା ଅନ୍ୟ ବରପୁତ୍ର ମାନଙ୍କର ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ଓ ପୂଜନ ପରେ ପ୍ରଧାନ ଶିକ୍ଷକ କାଳୀ ଚରଣ ଦୁବେ ଙ୍କ ସଭାପତିତ୍ୱ ରେ ଏକ ସଭା ଆୟୋଜିତ ହୋଇ ଥିଲା । ଅବସରପ୍ରାପ୍ତ ଶିକ୍ଷକ ବୃନ୍ଦବାନ ଦାଶ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ରାଧାକୃଷ୍ଣନ ଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ। ବିଦ୍ୟାଳୟ ର ଶିକ୍ଷିକା ମିନତୀ ଦାଶ ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ। ଛାତ୍ରୀ ମାନଙ୍କ ପାଇଁ ଏକ ବକ୍ତୃତା ଓ ସଙ୍ଗୀତ ପ୍ରତିଯୋଗିତା ର ଆୟୋଜନ କରା ଯାଇ ଥିଲା। କୃତି ଛାତ୍ରୀ ମାନଙ୍କୁ ପ୍ରଧାନ ଶିକ୍ଷକ, ସମ୍ନାନିତ ଅତିଥି ଓ ଶିକ୍ଷକ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ ପୁରସ୍କୃତ କରିଥିଲେ ।ସୁରେନ୍ଦ୍ର କୁମାର ଭୋଇ ସଭା ପରିଚାଳନା କରିଥିଲେ।

ଏହି ସଭା ରେ ଶିକ୍ଷକ ଚିନ୍ତାମଣୀ ସାହୁ, ଦୀପ୍ତିକାନ୍ତ ମଲ୍ଲିକ, ବିଭୁତି ଶତପଥି ଓ ଶିକ୍ଷୟତ୍ରୀ ଜ୍ୟୋତ୍ସ୍ନାରାଣୀ ସାହୁ, ନିଳିମାରଣୀ ମହାନ୍ତି, ପ୍ରଭାତୀ ପଟ୍ଟନାୟକ, ବାସନ୍ତି ସାହୁ, ସୁଷମା ଦାଶ ଉପସ୍ଥିତ ଥିଲେ। ସଭା କାର୍ଯ୍ୟ ରେ ଦୁଷ୍ମନ୍ତ ଛତ୍ତର, ନନ୍ଦିନୀ ବାଗ, କମଳା କୁମ୍ଭାର ସହାୟତା କରିଥିଲେ। ପରିଶେଷ ରେ ପ୍ରେମାନନ୍ଦ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

 

0
0
0
s2sdefault