ହେଡଲାଇନସ୍:

ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଜିଲ୍ଲାସ୍ତରୀୟ ଆଜାଦୀକା ଅମୃତ ମହୋତ୍ସବ "ଫିଟ୍-ଇଣ୍ଡିଆ ଫ୍ରିଡ଼ମ୍ ରନ୍" ୨-୦କାର୍ଯ୍ୟକ୍ରମ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ଠାରେ ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ବିଭାଗ ଅନ୍ତର୍ଗତ ଗଜପତି ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଜିଲ୍ଲା ପ୍ରଶାସନ ମିଳିତ ସହଯୋଗରେ ଆଜାଦୀକା ଅମୃତ ମହୋତ୍ସବ ଅବସରରେ "ଫିଟ୍-ଇଣ୍ଡିଆ ଫ୍ରିଡ଼ମ୍ ରନ୍" ୨-୦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଏକ ଫିଟ୍ ଇଣ୍ଡିଆ ଫ୍ରିଡ଼ମ୍ ରନ୍ ର ଏକ ଦୌଡ଼ ଶୋଭାଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ କହିଥିଲେ ଯେ , ଜୀବନର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଆମର ଗୋଟିଏ ହିଁ ଜିନିଷ ରହିଥାଏ , ତାହା ହେଉଛି ଆମ ଶରୀର ବା ସ୍ୱାସ୍ଥ୍ୟ । ତେଣୁ ଏହାକୁ ସବୁଦିନ ପାଇଁ ସୁସ୍ଥ ରଖିବାକୁ ହେଲେ ପ୍ରତିଦିନ ଆମେ ମାତ୍ର ଅଧ-ଘଣ୍ଟା ପାଇଁ କିଛି ହେଲେ ଶାରୀରିକ ପରିଶ୍ରମ ଯଥା:- ଚାଲିବା , ଦୌଡ଼ିବା , ବ୍ୟାୟାମ ଓ ଯୋଗ ପ୍ରଭୃତି କରିଲେ ଆମେ ନିଜକୁ ସୁସ୍ଥ ରଖିପାରିବା। ମୁଁ ଚାହୁଁଛି ଏହା ସମସ୍ତଙ୍କ ଦୈନନ୍ଦିନ ଜୀବନରେ ଏକ ରୁଟିନ ହେଉ ବୋଲି କହିଥିଲେ ।
ଏହାପରେ "ଫିଟ୍ ଇଣ୍ଡିଆ ଫ୍ରିଡ଼ମ୍ ରନ୍ କାର୍ଯ୍ୟକ୍ରମକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।
ଏଥିରେ ଏସକେସିଜି: କଲେଜ ଓ ମହିଳା ମହାବିଦ୍ୟାଳୟର ଏନସିସି କେଡ଼େଟ ଓ ଛାତ୍ରଛାତ୍ରୀ , କିନ୍ନର , ଗଜପତି ୱାକର୍ସ କ୍ଲବ , ୟୁଥ ଫର୍ ଏକ୍ସନ୍, ସର୍ବସାଧାରଣ , ନେହେରୁ ଯୁବ କେନ୍ଦ୍ର ୟୁଥ କ୍ଲବର ସ୍ୱେଚ୍ଛାସେବୀ ମାନଙ୍କ ସମେତ ମେଡିକାଲ ଟିମ୍ ପ୍ରମୁଖ ଯୋଗ ଦେଇଥିଲେ ।
ଏହି ଦୌଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ବାହାରି ମୁଖ୍ୟ ପିଡବ୍ଲ୍ୟୁଡି ରାସ୍ତା , ଆରଟିଓ କାର୍ଯ୍ୟାଳୟ ଓ ଜିଲ୍ଲାଶ୍ରମ କାର୍ଯ୍ୟାଳୟ ଦେଇ ପାରଳାଖେମୁଣ୍ଡି ସହରର ଉପକଣ୍ଠରେ ଥିବା ପର୍ଯ୍ୟଟନ ସ୍ଥଳ ବୃନ୍ଦାବନ ପ୍ୟାଲେସ ଠାରେ ପହଞ୍ଚିଥିଲେ ।
ସେଠାରେ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଉପସ୍ଥିତ ସମସ୍ତ ଅଂଶଗ୍ରହଣ କାରୀ ମାନଙ୍କୁ ନେଇ ପ୍ରତିଦିନ ନିଜେ ସୁସ୍ଥ ରହିବା ପାଇଁ ଅଧ-ଘଣ୍ଟା ଦୌଡ ସହ ବ୍ୟାୟାମ ଓ ଯୋଗ କରବା ଉପରେ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ପରେ ଏହି ଅବସରରେ ଦେଶଭକ୍ତି ଉପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏଥିସହିତ ମାନପତ୍ର ବଣ୍ଟନ ଓ ସ୍ୱଚ୍ଛଭାରତରେ ସଫେଇ କାର୍ଯ୍ୟକ୍ରମ ପ୍ରଭୃତି ଅନୁଷ୍ଠିତ ହୋଇଥିଲା ।
ଏହି ଅବସରରେ ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ଯୁବ ଅଧିକାରୀ ଶ୍ରୀ ବିଜୟ କୁମାର ମହାପାତ୍ର କହିଥିଲେ ଯେ , ଆଜାଦୀକା ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ଅବସରରେ ଦେଶ ବର୍ତ୍ତମାନ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରୁଛି । ଏହା ଗଜପତି ଜିଲ୍ଲାରେ ମଧ୍ୟ ପାଳନ ହେଉଛି ।ଏହି ଅବସରରେ ସମସ୍ତେ ନିଜକୁ ସୁସ୍ଥ ରଖିବା ପାଇଁ ଜିଲ୍ଲାର ୭୫ ଟି ଗ୍ରାମରେ ଏହି "ଫିଟ୍ ଇଣ୍ଡିଆ ଫ୍ରିଡ଼ମ୍ ରନ୍ କାର୍ଯ୍ୟକ୍ରମ ପ୍ରତ୍ୟେକ ଗ୍ରାମର ୭୫ ଜଣ ସ୍ୱେଚ୍ଛାସେବୀ ମାନଙ୍କୁ ନେଇ କରାଯାଉଛି । ଜିଲ୍ଲାସ୍ତରରେ ମଧ୍ୟ ଏହି କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି ।
ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଯେ , ଆମେ ନିଜକୁ କିଭଳି ସ୍ବାସ୍ଥ୍ୟଗତ ଭାବେ ସୁସ୍ଥ ବା ଫିଟ୍ ରଖିପାରିବା । ଆମେ ଯଦି ଶାରୀରିକ ପରିଶ୍ରମ କରି କିଛି କରିବା , ନଚେତ ଦୈନନ୍ଦିନ ଜୀବନରେ ଯଦି ଦୌଡ଼ିବା କି ବ୍ୟାୟାମ କି ଯୋଗ କରିବା ତା'ହେଲେ ଆମେ ବିଭିନ୍ନ ଦୁରାରୋଗ ଠାରୁ ନିଜକୁ ଦୂରେଇ ରଖିବାରେ ସହାୟକ ହୋଇପାରିବା ବୋଲି କହିଥିଲେ ।
ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ଯୁବ ଅଧିକାରୀ ଶ୍ରୀ ବିଜୟ କୁମାର ମହାପାତ୍ରଙ୍କ ପ୍ରତ୍ୟକ୍ଷ ତାତ୍ତ୍ୱାବଧାନରେ ଏବଂ କେନ୍ଦ୍ରର ବରିଷ୍ଠ ପ୍ରଶିକ୍ଷିକା ମୋହିନୀ ପ୍ରଧାନଙ୍କ ନେତୃତ୍ୱରେ କେନ୍ଦ୍ରର ସ୍ବେଚ୍ଛାସେବୀ ମାନଙ୍କ ସହଯୋଗରେ ସଫଳତାର ସହ ସମ୍ପନ୍ନ ହୋଇଥିଲା ।

0
0
0
s2sdefault