ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): ପୁଣି ସରକାରୀ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ I ଆକ୍ରମଣକାରୀଙ୍କୁ ଗିରଫ ଦାବିରେ ବାଲିଗୁଡ଼ା ଵିଜ୍ଞାପିତ ଅଞ୍ଚଳ ପରିଷଦର କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ I ସୂଚନାଯୋଗ୍ୟ ଯେ ବାଲିଗୁଡା ଏନଏସିରେ ଏକାଉଣ୍ଟଟାଣ୍ଟ ଭାବେ କାର୍ଯାରତ ଡି.ଭବାନୀ ଶଙ୍କର ଦୋରାଙ୍କୁ ବାଲିଗୁଡା ବିଧାୟକ ପ୍ରତିନିଧି ବୋଲାଉ ଥିବା ଅବନୀ କୁମାର ନାୟକ ଓ ତାଙ୍କର କୋଡିଏରୁ ଉର୍ଦ୍ଧ ସହଯୋଗୀ ସଂଘ ବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରିଥିବା ନେଇ ବାଲିଗୁଡା ଥାନାରେ ଅଭିଯୋଗ ହୋଇଛି I ଏନେଇ ବାଲିଗୁଡା ଥାନାରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଜାରି ରଖିଛି I ଆକ୍ରମଣକାରୀ ବିଧାୟକ ପ୍ରତିନିଧି ଅବନୀଙ୍କୁ ଗିରଫ ଦାବୀ ଓ ସୁରକ୍ଷା ପାଇଁ କର୍ମଚାରୀ ମାନେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିଛନ୍ତି l ବାଲିଗୁଡା ଉପଖଣ୍ଡ ଡାକ୍ତର ଖାନାରେ ପ୍ରାଥମିକ ଚିକିତ୍ସା ପରେ ଆହତ କର୍ମଚାରୀଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି I ବାଲିଗୁଡ଼ା ପୁଲିସ ନାମକୁ ମାତ୍ର ଏକ ମାମଲା ରୁଜୁ କରି ଚୁପ ହୋଇ ବସିଥିବା ଆହତ କର୍ମଚାରୀ ଏବଂ ପରିବାର ଲୋକ ଅଭିଯୋଗ କରିଛନ୍ତି I ଆକ୍ରମଣ କାରୀଙ୍କୁ ଗିରଫ ଦାବୀ କରି ଦ୍ଵିତୀୟ ଦିନରେ ମଧ୍ୟ ବିଜ୍ଞାପିତ ଅଞ୍ଚଳ ପରିଷଦର କର୍ମଚାରୀ ଧାରଣାରେ ବସି ଥିବା ସୂଚନା ମିଳିଛି I ଯଦି ବାଲିଗୁଡ଼ା ପୁଲିସ ଆକ୍ରମଣକାରୀଙ୍କୁ ଗିରଫ ନ କରନ୍ତି ତାହେଲେ ଆଗାମୀ ଦିନରେ ବିଭିନ୍ନ ସଂଗଠ ରାଜରାସ୍ତାକୁ ଓଲ୍ହାଇବେ ବୋଲି ଚେତାବନୀ ଦେଇ ଛନ୍ତି I












