ବିଧବା ଯୋଗ ଅଛି କହି ଭୟଭୀତ କରି ପୂଜାପାଠ ଆଳରେ ଶ୍ରଦ୍ଧାଳୁଙ୍କୁ ପୂଜକଙ୍କ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ, ଥାନାରେ ଏତଲା ।
ପଦ୍ମପୁର : ଆଧ୍ୟାତ୍ମିକ ଭାବନା ନେଇ ଲୋକେ ପୂଜାର୍ଚ୍ଚନା କରିଥାନ୍ତି । ପୂଜକ ମାନଙ୍କୁ ଶ୍ରଦ୍ଧାଳୁ ଦେବାଦେବୀଙ୍କ ଅତି ନିକଟ ଲୋକ ଭାବେ ସମ୍ମାନ ଦେଇଥାନ୍ତି । ହେଲେ ଜଣେ ପୂଜକ ଜଣେ ଶ୍ରଦ୍ଧାଳୁ ଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ଭଲି ଘଟଣା ଦେଖିବାକୁ ମିଲିଛି ପାଇକମାଲ ଥାନା ଅଞ୍ଚଳରେ । ଶ୍ରଦ୍ଧାଳୁ କୁ ପୂଜକଙ୍କ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ହେବ ସହ ଥାନାରେ ଏତଲା ହେଵା ପରେ ବନ୍ଧା ହୋଇଛନ୍ତି କାମାନ୍ଧ ପୂଜକ ।
ପାଇକମାଲ ଅଞ୍ଚଳର ଜଣେ ମହିଳା ପାଇକମାଲ ସହରର ଦୁର୍ଗା ମନ୍ଦିରକୁ ପୂଜାର୍ଚ୍ଚନା କରିବା ପାଇଁ ଆସିଥିଲେ । ପୂଜକ ଦିଗାମ୍ବର ଦେବତା ତାଙ୍କ ଭବିଷ୍ୟବାଣୀ ଦେଖି ବିଧବା ଯୋଗ ଅଛି କହିଥିଲେ । ମହିଳା ଜଣଙ୍କ ରିଷ୍ଟ ଖଣ୍ଡନ ପାଇଁ ପୂଜକଙ୍କୁ ଉପାୟ ପଚାରିଥିଲେ ,ପୂଜକ ଜଣକ ରାତିରେ ପୂଜା ପାଠ କରି ଡେଉଁରିଆ ପିନ୍ଧିବାକୁ ପଡିବ ବୋଲି ଉପାୟ ଦେଇଥିଲେ । ପୂଜକଙ୍କ କଥା ଅନୁସାରେ ମହିଳା ଜଣକ ରାତିରେ ମନ୍ଦିରକୁ ଆସି ପୂଜାପାଠ କରି ଏକ ଡେଉଁରିଆ ନେଇ ପୂଜକଙ୍କୁ ୨୫୦୦୦ ଟଙ୍କା ମଧ୍ୟ ଦେଇଥିଲେ । କିନ୍ତୁ ଏହାର ସୁଯୋଗ ନେଇ ପୂଜକ ଜଣକ ମହିଳାଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ ବୋଲି ମହିଲା ଜଣକ ପାଇକମାଲ ଥାନାରେ ଲିଖିତ ଏତଲା ଦେଇଛନ୍ତି। ଏତଲାକୁ ଭିତ୍ତିକରି ପାଇକମାଲ ଥାନା ରେ ୧୬୯/୨୦୨୧ ଏକ ମାମଲା ରୁଜୁ କରି ଡାକ୍ତରୀ ମାଇନା କରି ପୂଜକଙ୍କୁ ଜେଲ ପଠା ଯାଇଥିବା ପାଇକମାଲ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।












