କଲ୍ୟାଣିଂହପୁର/ପ୍ରଦିପ ଦଳାଇ-ରାୟଗଡରୁ ସରୋଜ କୁମାର ସାହୁ: ରାୟଗଡା ଗ୍ରାମୀୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଧେଶକ ଶ୍ରୀ ମହେଶ୍ୱର ଚନ୍ଦ୍ର ନାଏକ କଲ୍ୟାଣସିଂହପୁର ପଂଚାୟତ ସମିତି ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ପରିଦର୍ଶନ କରିଥିଲେ l କାନ୍ଧକlତିପଡ଼ୁ ଗ୍ରାମ ପଂଚାୟତ ଯାଇ ସେଠାରେ ବହୁଦିନ ଧରି ପଡିରହିଥିବା ଗ୍ରାମ ପଂଚାୟତ ଗୃହ ନିର୍ମାଣ ବିବାଦକୁ ସମାଧାନ କରିବା ପାଇଁ ସରପଞ୍ଚ ଓ ଅନ୍ୟ କର୍ମକର୍ତାଙ୍କ ସହିତ ଆଲୋଚନା କରିଥିଲେ l ବlଦବିବାଦ ଯୋଗୁଁ ଗ୍ରାମ ପଂଚାୟତ ଗଠନ ହେଵା ଦିନରୁ ଆଜି ପର୍ଯ୍ୟନ୍ତ ପଂଚାୟତ ଗୃହ ହେଇପାରୁନଥିଲା ଏବଂ ଏଥି ନେଇ ଅଦାଲତରେ ମଧ୍ୟ ମାମଲା ରୁଜ୍ଜୁ ହୋଇଥିଲା । ଶେଷରେ ପିଡି ଡିଆରଡିଏ ଶ୍ରୀ ନାଏକଙ୍କ ହସ୍ତକ୍ଷେପ ପରେ ଉଭୟ ସରପଞ୍ଚ ଓ ତାଙ୍କ ସମର୍ଥକ ତଥା ଆନ୍ୟ ଗ୍ରାମବାସୀଙ୍କୁ ନେଇ ହୋଇଥିବା ଆଲୋଚନା ପରେ ଅମିଗୁଡ଼ାର ଦାନ୍ତିଲିଙ୍ଗ ଠାରେ ଗୃହ ନିର୍ମାଣ କରିବାକୁ ସହମତି ହେଇଛନ୍ତି l ଏହାପରେ ପିଡି ଡ଼ିଆରଡ଼ିଏ ଶ୍ରୀ ନାଏକ ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଥିଲେ l ମନୋରେଗା ଯୋଜନାରେ ନିର୍ମିତ ଗମାଚାନ୍ଦିନୀ, ଗ୍ରାମୀୟ ନିର୍ମାଣ ରାସ୍ତା ଠାରୁ କାର୍ଲକତା ରାସ୍ତା, ଅନୁଧ୍ୟାନ କରିଥିଲେ l ସେଠାରୁ ଥେରୁବାଲିରୁ ପାକଲି ମଧ୍ୟରେ ଓ ଅଡୁଗୁଡା ଠାରେ ଗାର୍ଡୱାଲ ନିର୍ମାଣ ପାଇଁ ବ୍ଲକ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ l ସେହିପରି କନ୍ଧକାତିପାଡ଼ୁ ଠାରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ କରିବାକୁ ସରପଞ୍ଚଙ୍କ ଦାବି ଉପରେ ପଦକ୍ଷେପ ନେବାକୁ ବ୍ଲକ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ l ପଳାମୀ ଗ୍ରାମ ପଞ୍ଚୟତରେ ମିଶିଥିବା କାନ୍ଧପlଡ଼ୁ ତିନିଟି ଗ୍ରାମକୁ କନ୍ଧ କାଟିପଡ଼ୁକୁ ଫେରାଇ ଅlଣୀବାକୁ ପଦକ୍ଷେପ ନେବା ପାଇଁ ବ୍ଲକ ଅଧିକାରୀ ମାନଙ୍କୁ କହିଥିଲେ l ଏହି ପରିଦର୍ଶନ ସମୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସହକାରୀ ଯନ୍ତ୍ରୀ , କନିଷ୍ଠ ଯନ୍ତ୍ରୀ ଓ ଅନ୍ୟମାନେ ଅଧିକାରୀ ମାନେ ଉପସ୍ଥିତ ଥିଲେ l
ରାଜ୍ୟ
ଗ୍ରାମୀୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକଙ୍କ କେ ସିଂହପୁର ବ୍ଲକ ଗସ୍ତ : ଗ୍ରାମ ପଂଚାୟତ ଗୃହ ନିର୍ମାଣ ନିମନ୍ତେ ରାଜି କରାଇଲେ
- Hits: 364












