ହେଡଲାଇନସ୍:

ନୂଆଁଖାଇ ଦିନ ପ୍ଲସ ଥ୍ରୀ ନାମ ଲେଖା ବାତିଲ ଦାବୀରେ କୋଶଳ ସେନା ଓ ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ ପକ୍ଷରୁ ଦାବୀପତ୍ର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାଟଣାଗଡ଼,(ଯତୀନ୍ଦ୍ର ନନ୍ଦ): ପଶ୍ଚିମ ଓଡ଼ିଶାର କୃଷି ଭିତ୍ତିକ ଗଣ ପର୍ବ କହିଲେ ନୂଆଁଖାଇକୁ ବିଝାଇ ଥାଏ | ଏହି ନୁଆଁଖାଇ ତିହାରକୁ ପଶ୍ଚିମ ଓଡ଼ିଶାବାସୀ ବହୁ ଉତ୍ସାହ ଆନନ୍ଦର ସହ ପାଳନ କରାଯାଇଥାଏ | ଚଳିତ ବର୍ଷ ଆସନ୍ତା ସେପ୍ଟେମ୍ବର ୧୧ ତାରିଖ ଦିନ ପଞ୍ଚମୀ ତିଥିରେ ନୂଆଁଖାଇ ପଡୁଥିବା ବେଳେ କିନ୍ତୁ ସରକାର +୩ ଛାତ୍ରଛାତ୍ରୀ ମାନଙ୍କ ନାମ ଲେଖା ବିଜ୍ଞାପ୍ତି ଜାରି କରିଛନ୍ତି । ଯାହାଫଳରେ ପଶ୍ଚିମ ଓଡ଼ିଶାର ଜନସାଧାରଣ ତଥା ବୁଦ୍ଧି ଜୀବୀ ଛାତ୍ରଛାତ୍ରୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ନୂଆଁଖାଇ ଦିନ +୩ ନାମ ଲେଖା ବାତିଲ କରିବା ଦାବୀରେ ଆଜି କୋଶଳ ସେନା ଓ ପଶ୍ଚିମ ଓଡ଼ିଶା ଯୁବାମଞ୍ଚ ପକ୍ଷରୁ ଭାର ପ୍ରାପ୍ତ ଉପଜିଲ୍ଲାପାଳ ତଥା ତହସିଲଦାର ପୁଷ୍ପାଞ୍ଜଳି ପଣ୍ଡାଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଥିଲେ।ତେବେ କୋଶଳ ସେନାର ସମ୍ବିତ ଦଣ୍ଡସେନା,ରୁଦ୍ରମଣି ମେହେର ଓ କୋଶଳ ଯୁବାମଞ୍ଚର ମହିରି ଭୁଏ,ସମିର ସିଂଦେଓ ପ୍ରମୁଖ ଦାବୀପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ |

0
0
0
s2sdefault