ଜବରଦସ୍ତ ବିଜେପିରେ ସାମିଲ କରାଇ ଥିବା ଅଭିଯୋଗ
ବରଗଡ଼ :- ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ର ବିଧାୟକ ପ୍ରତିନିଧି ଶ୍ରୀ ହୃଦାନନ୍ଦ ବାରିକ ଙ୍କର ପୁଅ ସୁକାନ୍ତ ବାରିକ ଙ୍କୁ ଆଜି ବିଜେପିର କିଛି କର୍ମକର୍ତ୍ତା ମାନେ ପ୍ରବର୍ତ୍ତାଇ ବିଜେପିରେ ସାଂସଦ ଶ୍ରୀ ସୁରେଶ ପୂଜାରୀ ଓ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଙ୍କର ଉପସ୍ଥିତ ରେ ବିଜେପିରେ ସାମିଲ କରାଇଥିଲେ ।
ତେବେ ଆଜି ସନ୍ଧ୍ୟାରେ ବିଜୁ ଜନତା ଦଳର ପଦ୍ମପୁର ଅଫିସରେ ପଦ୍ମପୁର ର ପୂର୍ବତନ ନଗରପାଳ ଶ୍ରୀ ପ୍ରୀତମ ମେହେର , ଯୁବ ନେତା ଶ୍ରୀ ଭୋଜରାଜ ସିଂ ବରିହା , ପାଇକମାଲ ଯୁବ ବିଜେଡି ସଭାପତି ଶ୍ରୀ ଗୌତମ ସିଂ ଙ୍କର ଉପସ୍ଥିତି ରେ ଗଣମାଧ୍ୟମ କୁ ପ୍ରଦାନ କରାଯାଇଥିବା ବକ୍ତବ୍ୟରେ ଶ୍ରୀ ବାରିକ କହିଛନ୍ତି ଯେ ଆଜି ତାଙ୍କୁ ବିଜେପିର କିଛି କର୍ମୀ ଭୁଲ ଭାବରେ ବିଜେପିରେ ସାମିଲ କରାଇ ଥିଲେ । ସେ ଓ ତାଙ୍କର ପରିବାର ବିଜେଡି ରେ ଥିଲେ ଓ ବର୍ତମାନ ମଧ୍ୟ ଅଛନ୍ତି ବୋଲି କହିଥିଲେ । କୋଣସି ଉପାୟ ନ ପାଇ ବର୍ତମାନ ବିଜେପି ନିଜର ସ୍ଥିତି ବଜାୟ ରଖିବା ପାଇଁ ଓ ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ଏହିଭଳି ଷଡଯନ୍ତ୍ର କରୁଛି ବୋଲି ଯୁବ ବିଜେଡି ସଭାପତି ଶ୍ରୀ ଗୌତମ ସିଂ କହିଛନ୍ତି ।