ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସହରର ମହାନ କଣ୍ଠଶିଳ୍ପୀ , ତବଲା ବାଦକ ପଣ୍ଡିତ ଶିରୋମଣୀ ଗୁରୁ ଶ୍ରୀ ରଘୁନାଥ ପାତ୍ରଙ୍କୁ ରାଜ୍ୟ ସ୍ତରରେ ଭୁବନେଶ୍ୱର ସ୍ଥିତ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ବିଶିଷ୍ଠ ଓଡିଶୀ କଣ୍ଠ ସଙ୍ଗୀତ ଭାବେ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର-୨୦୨୦ ରେ ସମ୍ମାନିତ କରାଯାଇ ମାନପତ୍ର ସହ ଉପଢୌକନ ଦେଇ ପୁରସ୍କୃତ କରାଯାଇଛି ।
ଏହି ଅବସରରେ ପାରଳାଖେମୁଣ୍ଡି ଠାରେ ଗଜପତି ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଜିଲ୍ଲା ସଭାପତି ଶ୍ରୀ ପ୍ରଦୀପ କୁମାର ନାୟକଙ୍କ ଆୟୋଜକତ୍ଵରେ ଗୁରୁ ଶ୍ରୀ ରଘୁନାଥ ପାତ୍ରଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।
ଏହି ସମ୍ବର୍ଦ୍ଧନା ଜ୍ଞାପନ କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଶ୍ରୀ ପ୍ରଦୀପ କୁମାର ନାୟକଙ୍କ ସମେତ ଉପସଭାପତି ଶ୍ରୀ ଅନ୍ତଯ୍ୟାମୀ ଗମାଙ୍ଗ , ନଗର ସଭାପତି ଶ୍ରୀ ସୂର୍ଯ୍ୟ ନାରାୟଣ ରାଜଗୁରୁ , ପୂର୍ବତନ କାଉନସିଲର ଶ୍ରୀ ପ୍ରଶାନ୍ତ କୁମାର ପାତ୍ର , ସୋସିଆଲ ମିଡିଆର ଶ୍ରୀ ଶୁରେଶ କୁମାର ମାଝୀ , ସ୍ବାସ୍ ଅନୁଷ୍ଠାନର ମୁଖ୍ୟ ତଥା ବରିଷ୍ଠ ନେତା ରାଜୁ ସାର୍ ପ୍ରମୁଖ ସମ୍ବର୍ଦ୍ଧନା ଜ୍ଞାପନ କାର୍ଯ୍ୟକ୍ରମରେ ସାମିଲ ଥିଲେ ।
ଜଗତର ନାଥ ଜଗନ୍ନାଥ ତାଙ୍କର ଉତ୍ତରୋତ୍ତର ଉନ୍ନତି କରନ୍ତୁ ବୋଲି କାମନା କରିଥିଲେ ।
ରାଜ୍ୟ
ଗୁରୁ ଶ୍ରୀ ରଘୁନାଥ ପାତ୍ରଙ୍କୁ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ
- Hits: 344