କ୍ଷୁଦ୍ର ଜୈବସାର ପ୍ରକ୍ରିୟାକରଣ କେନ୍ଦ୍ର ଉଦ୍ଘାଟନ କଲେ ଉତ୍ତର ବିଧାୟକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ଵରରୁ ଚକ୍ରଧର ମାଝି : ଭୁବନେଶ୍ବର (ଉତ୍ତର) ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମହାନଗର ନିଗମ, ୱାର୍ଡ ନମ୍ବର ୯ ଓ ୧୧ରେ ୬୮ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏକ କ୍ଷୁଦ୍ର ଜୈବସାର ପ୍ରକ୍ରିୟାକରଣ କେନ୍ଦ୍ର ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ ରାଉତଙ୍କର କରକମଳରେ ଉଦଘାଟିତ ହୋଇଯାଇଛି ।
"ଏହି ପ୍ରକଳ୍ପ ହେବା ଦ୍ବାରା ଉଭୟ ୱାର୍ଡ ଆବର୍ଜନା ମୁକ୍ତ ହେବା ସହିତ ପରିବେଶ ପ୍ରଦୂଷଣରୁ ଆମ ୱାର୍ଡ ଓ ସହର ମୁକ୍ତ ହେବ । ଏହା ବ୍ୟତୀତ ସୁଖ ଓ ଓଦା ବର୍ଜ୍ୟବସ୍ତୁ ଘର ଘର ବୁଲି ସଂଗ୍ରହ ହେବ ସହିତ ଓଦା ବର୍ଜ୍ୟବସ୍ତୁରୁ କମ୍ପୋଷ୍ଟ ଖତ ତିଆରି
ହୋଇ ତାହା ବଜାରରେ ବିକ୍ରି କରାଯାଇପାରିବ" ବୋଲି ବିଧାୟକ ନିଜର ମତ ରଖୁଲେ । ପୂର୍ବରୁ ୫ଟି ପ୍ରକଳ୍ପ ବର୍ତ୍ତମାନ ସୁଦ୍ଧା ସାରିଛି ଏବଂ ଆଗକୁ ଆହୁରି ୭ଟି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ ବୋଲି ବିଧାୟକ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ କର୍ପୋରେଟର ଶ୍ରୀମତୀ ସୂର୍ଯ୍ୟକାନ୍ତ ଜେନା, ପୂର୍ବତନ କର୍ପୋରେଟର ଶ୍ରୀମତୀ ରଶ୍ମିତା ମହାନ୍ତି , ବୁଦ୍ଧିଜୀବୀ ଶ୍ରୀଯୁକ୍ତ ଦିଲ୍ଲୀପ ଦାସ ଶର୍ମା, ନିମେଇ ଦାସ, ପୁରଞ୍ଜନ ପାଢ଼ୀ, ଅଜୟ ଜେନା, ଜେଷ୍ଟର ଜେନା, ଯୁବନେତା ଗଗନ ପଣ୍ଡା, ଛାତ୍ରନେତା ସମ୍ବିତ ମହାନ୍ତି ଏବଂ ବି ଏମ ସି ର ବରିଷ୍ଠ ଅଧୁକାରୀ ଶ୍ରୀଯୁକ୍ତ ଲକ୍ଷ୍ମୀଧର ସେଠୀ, ଶ୍ରୀଯୁକ୍ତ ପୁରଞ୍ଜନ ନନ୍ଦ, ଶ୍ରୀଯୁକ୍ତ ଶୁଭେନ୍ଦୁ କୁମାର ସାହୁ, ଶ୍ରୀଯୁକ୍ତ ଅରୁଣ କୁମାର ନାୟକ, ଶ୍ରୀଯୁକ୍ତ ହୃଷିକେଶ ସାହୁ, ଶ୍ରୀଯୁକ୍ତ ସରୋଜ କୁମାର ମହାପାତ୍ର ଯୋଗଦେଇଥିଲେ । ଏହି ପ୍ରକଳ୍ପ ପାଇଁ ଉଭୟ ୱାର୍ଡର ବରିଷ୍ଠ ନାଗରିକ ଓ ବୁଦ୍ଧିଜୀବୀ ବିଧାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି |

0
0
0
s2sdefault