ବିଜୁ ଜନତା ଦଳ ତରଫରୁ ରାଷ୍ଟ୍ରପତି ଙ୍କୁ ଦାବିପତ୍ର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ବିଭିନ୍ନ କ୍ଷେତ୍ରରେ ଓଡିଶାକୁ କେନ୍ଦ୍ରର ଅବହେଳା ବା ଓଡିଶା ପ୍ରତି କେନ୍ଦ୍ର ବୈମାତୃକ ମନୋଭାବ ରାଜ୍ୟ ବାସୀଙ୍କୁ ସ୍ପଷ୍ଟ ଭାବରେ ଦିଶୁଛି । କିନ୍ତୁ କୃଷି କ୍ଷେତ୍ରରେ କୋଣସି ଅବହେଳା ଅତ୍ୟନ୍ତ ଗ୍ରହଣୀୟ ନୁହେଁ । ରାଜ୍ୟକୁ ଆବଶ୍ୟକ ଥିବା ମୁତାବକ ରାସାୟନିକ ସାର ଯୋଗେଇ ଦେବାରେ କେନ୍ଦ୍ର ସରକାର ସବୁବେଳେ ଅସମର୍ଥ ।ବରଗଡ଼ ରାଜ୍ୟର ଭାତହାଣ୍ଡି , ବରଗଡ଼ ଜିଲ୍ଲାର ଚାଷି ମାନେ ମୁଖ୍ୟତଃ ଧାନ ଚାଷ କରିଥାନ୍ତି । ଚାଷକାମ ଆରମ୍ଭ ହେବା ପରେ ଚାଷୀ ପ୍ରଥମେ ଚିନ୍ତାରେ ପଡ଼ିଯାଏ ଯେ ସାର କେଉଁଠୁ ପାଇବ । ଆବଶ୍ୟକତା ଠାରୁ ଢେର କମ ସାର ଆସୁଥିବା କାରଣରୁ ବାଧ୍ୟ ହୋଇ ଚାଷୀ ନିଜର ଚାହିଦା ଅନୁସାରେ ମହାଜନ ମାନଙ୍କ ନିକଟରୁ ଚଢା ଦରରେ ସାର କିଣି ଶୋଷିତ ହେଉଛି ।ମୁଖତଃ କବିବାକୁ ଗଲେ ସାର କୁ ନେଇ ଚାଷୀ ସବୁବେଳେ ସମସ୍ୟାରେ ।
ଆଜି ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୁ ଜନତା ଦଳ ତରଫରୁ ଚାଷୀର ସ୍ୱାର୍ଥକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସାର ଯୋଗାଇବା ଦାବିରେ ସମାବେଶ ଅନୁଷ୍ଠିତ ହୋଇ ଯାଇଛି। ଏହି ସମାବେଶ ରେ ମାନ୍ୟବର ରାଜ୍ୟ ସଭା ସାଂସଦ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ,ମାନ୍ୟବର ବିଧାୟକ ତଥା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ଦେବେଶ ଆଚାର୍ଯ୍ୟ,ପୂର୍ବତନ ବିଧାୟକ ଶ୍ରୀ ସାଧୁ ନେପାକ,ଓଡ଼ିଶା ମୋ ପରିବାରର ଜିଲ୍ଲା ସଂଯୋଜକ ତଥା ଜିଲ୍ଲା କୃଷକ ସେଲର ସଭାପତି ଶ୍ରୀ ଗୌରହରି ମିଶ୍ର, ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଶ୍ରୀ ପ୍ରଦ୍ୟୁମ୍ନ ତ୍ରିପାଠୀ,ଜିଲ୍ଲା ଛାତ୍ର ସଭାପତି କରନ ସିକନ୍ଦର,ଜିଲ୍ଲାର ସମସ୍ତ ନେତୃମଣ୍ଡଳୀ,ବିଭିନ୍ନ ବ୍ଲକର ଅଧ୍ୟକ୍ଷ,ଜିଲ୍ଲାର ବିଜେଡ଼ି କର୍ମକର୍ତ୍ତା ଓ ଜିଲ୍ଲାର ବିଭିନ୍ନ ଅଂଚଳରୁ ଆସିଥିବା ଚାଷୀବୃନ୍ଦ ଉପସ୍ଥିତ ରହି କେନ୍ଦ୍ର ସରକାର ଉପରେ ବର୍ଷି ଥିଲେ। ସଭା ଶେଷରେ ବିଜୁ ଜନତା ଦଳର ନେତୃମଣ୍ଡଳୀବୃନ୍ଦ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ମନିଷା ବାନାର୍ଜୀଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଥିଲା।

0
0
0
s2sdefault