ହେଡଲାଇନସ୍:

ଡମଲିମା ଗାଁରେ ପାନୀୟ ଜଳର ସମସ୍ୟା, ସୋଲାର ବୋରରୁ ବାହୁରୁନି ପାଣି ।

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

କଲ୍ୟାସିଂହପୁର / ପ୍ରଦିପ ଦଳାଇ:ରାୟଗଡା ଜିଲ୍ଲା କଲ୍ୟାସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପୋଙ୍ଗା ପଞ୍ଚାୟତ ଡମ୍ବ ଲିମା ଗାଁରେ ସୋଲାର ବୋର୍ ଥାଇ ମଧ୍ୟ ପାଣି ପାଇଁ ହନ୍ତ ସନ୍ତ ହେଉଛନ୍ତି ଗ୍ରାମବାସୀ।
ଗାଁ ରେ ପଚିଶି ଘର ବସ ବାସ କରୁଥିବା ବେଳେ ଦୁଇଶହ ଲୋକ ରୁହନ୍ତି ।ଗାଁ ମୁଣ୍ଡରେ ଏକ ସୋଲାର ବୋର୍ ରହିଥିବା ବେଳେ ଗାଁ ଶେଷରେ ଆଉ ଗୋଟେ ନଳ କୂପ ରହିଛି କିନ୍ତୁ ନାମକୁ ମାତ୍ର। ଅଜକୁ ଦୁଇ ବର୍ଷ ପୂର୍ବେ ସରକାରଙ୍କ ତରଫରୁ ସୋଲାର ବୋର୍ ନିର୍ମାଣ ହୋଇ ଥିଲା କିନ୍ତୁ ବୋର୍ ରେ ପାଣି ବାହାରି ବା ବିଳମ୍ବ ହେଊଛି ଏକ ଘଣ୍ଟା କୁ ଗୋଟେ ହାଣ୍ଡି ପାଣି ଭର୍ତ୍ତି ହେଊଥିବା ଗାଁ ର ମହିଳା ମାନେ ଅଭିଯୋଗ କରିଛନ୍ତି। ପ୍ରତିଦିନ ପାଣି ପାଇଁ ପାଟି ତୁଣ୍ଡ ହୋଇଥାଏ ବୋଲି କହିଛନ୍ତି ମହିଳା ମାନେ ଗାଁ ଶେଷରେ ଯେଉଁ ନଳକୂପ ରହିଛି ସେଇ ପାଣି ପିଇବା ତ ଦୂର କଥା ହାତ ମଧ୍ୟ ଧୋଇ ହେବନି ପାଣିରୁ ଲୁହା ଗୁଣ୍ଡ ଓ ଗୋଳିଆ ପାଣି ବାହାରୁଥିବା ଦେଖିବାକୁ ମିଳିଛି। ବାଧ୍ୟ୍ୟ ହୋଇ ଗ୍ରାମବାସୀ ଚାନ୍ଦା ଆଦାୟ କରି ପାଣି ଟାଙ୍କି ଭଡାରେ ଆଣି ବ୍ୟବହାର କରୁଥିବା ଦେଖିବାକୁ ମିଳିଛି | ଗ୍ରାମର ନୀରାନ ଭାତ୍ରୀୟ, କୌଶଲ୍ୟା ସୁଶାନ୍ତ,କୌଶଲ୍ୟା ମନୋଜ,ଇନ୍ଦ୍ର ଭାତ୍ରୀୟ,କହିବା ଅନୁଯାୟୀ ପାଣି ପାଇଁ ପାଖ ଗାଁ କୁ ବାଇକ୍ ଯୋଗେ ଯାଇ ପାଣିଆଣୁଛୁ ବୋଲି କହିଛନ୍ତି।
ଏହି ବିଷୟ ରେ ସରପଞ୍ଚ କିମ୍ବା ବ୍ଲକ ଅଧିକାରୀ ନେତା ମାନଙ୍କୁ ବାରମ୍ବାର ଜଣେଇ ଥିଲେ ମଧ୍ୟ ଅଣ ଦେଖା କରିଛନ୍ତି ବୋଲି ଅଭିଯୋଗ ହୋଈଛି।ନିର୍ବାଚନ ସମୟରେ ଭୋଟ ହାତେଇବା ପାଇଁ ନେତା ମନ୍ତ୍ରୀମାନଙ୍କର ଦେଖା ମିଳେ ଆଉ ସବୁ ସୁବିଧା କରିଦେବୁ ବୋଲି ପ୍ରତିଶ୍ରୁତି ମିଳେ କିନ୍ତୁ ଭୋଟ ପାଇ ଜିତିଯିବା ପରେ ଆଉ ତାଙ୍କର ଦେଖା ମିଳେ ନାହିଁ ସେଥିପାଇଁ ତାଙ୍କର ମୌଳିକ ସୁବିଧା ଅଧିକାର ନ ମିଳିଲେ ଆଗାମୀ ପଞ୍ଚାୟତ ନିର୍ବାଚନ ରେ ଭୋଟ ବର୍ଜନ କରିବାକୁ ବାଧ୍ୟ ହେବୁ ବୋଲି କହିଛନ୍ତି ଗ୍ରାମବାସୀ ।

0
0
0
s2sdefault