ହେଡଲାଇନସ୍:

ଶ୍ରୀନଗର ସିଆରପିଏଫ ଶିବିରରୁ ଜୁପିଟର ଆନ୍ତର୍ଜାତୀୟ ବିଦ୍ୟାଳୟ,ରାୟଗଡକୁ ଶୁଭେଚ୍ଛା ଓ ସାଧୁବାଦ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡରୁ ସରୋଜ କୁମାର ସାହୁ: ରାୟଗଡ ସହର ସ୍ଥିତ ଜୁପିଟର ଆନ୍ତର୍ଜାତୀୟ ବିଦ୍ୟାଳୟରେ ଆଜି ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଗତ ଅଗଷ୍ଟ 21 ତାରିଖରେ ସ୍ଥାନୀୟ ସି.ଆର୍.ପି.ଏଫ୍. ଶିବିର ଯାଇ ବିଦ୍ୟାଳୟର ଛାତ୍ରୀ, ଶିକ୍ଷକ ଓ ଶିକ୍ଷୟତ୍ରୀ ବୃନ୍ଦ ଯବାନ ମାନଙ୍କୁ ନିଜ ହାତ ତିଆରି ରାକ୍ଷୀ ବାନ୍ଧିବା ସହ ଶ୍ରୀନଗର ସୀମା ସୁରକ୍ଷାରେ ଥିବା ସି. ଆର୍.ପି.ଏଫ୍ ଅଧିକାରୀ ଓ ଯବାନ ଭାଇ ମାନଙ୍କ ନିମନ୍ତେ ରାକ୍ଷୀ ଓ ଗ୍ରୀଟିଂ କାର୍ଡ ର ଏକ ବାକ୍ସ କମାଣ୍ଡଡେଣ୍ଟ ଶ୍ରୀ ମନୋଜ ଯାଦବଙ୍କୁ ପ୍ରଦାନ କରିଥିଲେ। ସ୍ବତନ୍ତ୍ର ଅଧିକାରୀଙ୍କ ମାଧ୍ୟମରେ ଏହି ରାକ୍ଷୀ ଓ ଶୁଭେଚ୍ଛା ପତ୍ର ପାଇ ଶ୍ରୀନଗର ଶିବିରରେ ଖୁସିର ଲହରୀ ଖେଳି ଯାଇଥିଲା। ଛାତ୍ରଛାତ୍ରୀଙ୍କ ଦ୍ବାରା ପ୍ରସ୍ତୁତ ଓ ପ୍ରେରିତ ରାକ୍ଷୀ ଗୁଡ଼ିକୁ ସାଦରେ ଗ୍ରହଣ କରିବା ସହ ଅଧିକାରୀ ଓ ଯବାନ ମାନେ ନିଜ ନିଜ ହାତରେ ରାକ୍ଷୀ ପିନ୍ଧିଥିଲେ । ଛାତ୍ରଛାତ୍ରୀ ଓ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଏହି ନିଆରା ପଦକ୍ଷେପକୁ ଶ୍ରୀନଗର ସ୍ଥିତ ସି.ଆର୍.ପି.ଏଫ୍. ବାଟାଲିୟନ କମାଣ୍ଡଡେଣ୍ଟ ଶ୍ରୀ ବିଜୟ ମୀନା, ଅନ୍ୟାନ୍ୟ ଅଧିକାରୀ ଓ ଯବାନମାନେ ଭୂୟସୀ ପ୍ରଶଂସା କରିବା ସହ ଆଜି ଗୁଗଲ ମିଟ ଜରିଆରେ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ଏଥିରେ ଶିବିରର ଅଧିକାରୀ ଓ ଯବାନ, ବିଦ୍ୟାଳୟର ଅଧିକାରୀ, ଶିକ୍ଷକ - ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ଅଭିଭାବକ ଅଂଶ ଗ୍ରହଣ କରିଥିଲେ । ବିଦ୍ୟାଳୟ ଛାତ୍ରଛାତ୍ରୀ ରାଷ୍ଟ୍ର ଭକ୍ତି ଗୀତ ଓ ଭାଷଣ ପ୍ରସ୍ତୁତ କରିବା ସହ ସେନା ଓ ଏହାର କାର୍ଯ୍ୟ ପ୍ରଣାଳୀ ସମ୍ପର୍କରେ ଯବାନ ଓ ଅଧିକାରୀଙ୍କୁ ପଚାରି ବୁଝିଥିଲେ । ଶ୍ରୀ ବିଜୟ ମୀନା ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ସ୍ନେହ, ରାକ୍ଷୀ ଓ ଶୁଭେଚ୍ଛା ପତ୍ର ନିମନ୍ତେ ସାଧୁବାଦ ଦେବା ସହ ମାତୃଭୂମିର ସେବା କରିବା ଓ ଉତ୍ତମ ନାଗରିକ ଭାବେ ନିଜକୁ ଗଢି ତୋଳିବା ନିମନ୍ତେ ଉପଦେଶ ଦେଇଥିଲେ । ସି.ଆର୍.ପି.ଏଫ୍. ଅଧିକାରୀ ଙ୍କ ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ବିଦ୍ୟାଳୟ ନିର୍ଦ୍ଦେଶକ ଗୋବିନ୍ଦ ରଥ ଓ ଅଧ୍ୟକ ପ୍ରଶାନ୍ତ କୁମାର ପଣ୍ଡା ଧନ୍ୟବାଦ ଜ୍ଞାପନ କରିଥିଲେ । ଉପଦେଷ୍ଟା ସୂର୍ଯ୍ୟ ନାରାୟଣ ତ୍ରିପାଠୀଙ୍କ ତତ୍ତ୍ୱାବଧାନ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉପସ୍ଥିତିରେ ଉକ୍ତ କାର୍ଯ୍ୟକ୍ରମ ସୁଚାରୁ ରୂପେ ସମ୍ପାଦନ ହୋଇଥିଲା। ଯବାନ ମାନଙ୍କ ସହ କଥାବାର୍ତ୍ତା ହେଇ ଅଭିଭାବକ ମାନେ ମଧ୍ୟ ଖୁସି ବ୍ୟକ୍ତ କରିଥିଲେ।

0
0
0
s2sdefault