ହେଡଲାଇନସ୍:

ବଢ଼ିବାରେ ଲାଗିଛି ହାତୀ ଉପଦ୍ରବ: ଜଙ୍ଗଲ ବିଭାଗ ଦ୍ଵାରା କରାଯାଇଛି ଲୋକଙ୍କୁ ସଚେତନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡରେ ଅବସ୍ଥିତ ବିଶ୍ୱ ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପର୍ବତ ର ପାଦଦେଶରେ ଅବସ୍ଥିତ ଗ୍ରାମ ଗୁଡ଼ିକ ରେ ଗତ ତିନିଦିନ ହେବ ଦୁଇଗୋଟି ଦନ୍ତା ହାତୀ ବୁଲୁଥିବା ଦେଖିବାକୁ ମିଳିଛି । ଗତକାଲି ସନ୍ଧ୍ୟାରେ ହାତୀ ଦୁଇଟି ମିଠାପଲି ଗ୍ରାମ ନିକଟରେ ଥିବା ଜଙ୍ଗଲରେ ବୁଲୁଥିଲେ । ଆଜି ଭୋରରୁ ହାତୀ ଦୁଇଟି ନୃସିଂହନାଥ ମନ୍ଦିର ପରିସରରେ ଥିବା ଯାତ୍ରୀ ନିବାସ ର ପ୍ରାଚୀର ଡେଇଁ ଯାତ୍ରୀ ନିବାସ ର ଆଗ ଓ ପଛ ଲୁହା କବାଟ ତଥା ଗ୍ରୀଲ କୁ ଭାଙ୍ଗି ଦେଇଥିବା ବେଳେ ଉଦ୍ୟାନ କୃଷି ବିଭାଗର ପ୍ରାୟ ଦଶ ମିଟର ପାଚେରୀ ଭାଙ୍ଗି ଦେଇଥିଲେ । ଏହାପରେ ସେମାନେ ନୃସିଂହନାଥ ଆମ୍ବ ବଗିଚାର ତାର ବାଡ଼ ଭାଙ୍ଗି ଜର୍ଜଗଡ଼ ଗ୍ରାମ ର କିଛି ଚାଷ ଜମି କୁ କ୍ଷତି କରିଥିଲେ । ବର୍ତ୍ତମାନ ହାତୀ ଖଣ୍ଡିଝରନ ଜଙ୍ଗଲରେ ଥିବା ନୃସିଂହନାଥ ରେଞ୍ଜର ସୂଚନା ପ୍ରଦାନ କରିଥିବା ବେଳେ ନିକଟସ୍ଥ ଗ୍ରାମବାସୀ ମାନଙ୍କୁ ସତର୍କ ରହିବା ପାଇଁ ବିଭାଗ ତରଫରୁ ନିବେଦନ କରାଯାଉଛି ।

0
0
0
s2sdefault