ହେଡଲାଇନସ୍:

ଶିକ୍ଷକ ନକଲି !

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସମ୍ବଲପୁର/ରମାକାନ୍ତ ବିଶ୍ବାଳ:ସମ୍ବଲପୁର ଜିଲ୍ଲା ରେ ଜାଲ ସାଟିଫିକେଟ ଦେଇ ଚାକିରୀ କରିଥିବା ନକଲି ଶିକ୍ଷକ ଙ୍କ ଗୋଟିଏ ପରେ ଗୋଟିଏ ତାଲିକା ସାମନା କୁ ଆସୁଛି । ଜିଲ୍ଲାର ଜୁଯୋମୁରା ବ୍ଳକର ଜୁଯୋମୁରା ହାଇସ୍କୁଲର ମନୋରଞ୍ଜନ ଦେହୁରୀ ନାମକ ଜଣେ ଖେଲ ଶିକ୍ଷକ ଚାକିରୀ କରିବା ସମୟରେ ଯୁକ୍ତ ଦୁଇ ର ଜାଲ ସାଠିପିକେଟ ଦେଇଥିବା ଅଭିଯୋଗ ହୋଇଛି । ଏନେଇ ତଦନ୍ତ କରାଯିବା ପରେ ଖେଲ ଶିକ୍ଷକ ଜାଲ ସାଠିପିକେଟ ଦେଇ ଚାକିରୀ ହାତେଇଥିବା ସ୍ୱଷ୍ଠ ହେବା ପରେ ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବ୍ଳକ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ପକ୍ଷରୁ ପଦକ୍ଷେପ ନିଆଯାଇଛି । ପରେ ଖେଲ ଶିକ୍ଷକ ଜଣକ ନିଜେ ଚାକିରୀ ରୁ ଇସ୍ତଫା ମଧ୍ୟ ଦେଇଛନ୍ତି । ତେବେ ଆଜି ଜୁଯୋମୁରା ବ୍ଳକ ଶିକ୍ଷା ଅଧିକାରୀ ଭଗବାନ ବାଙ୍କିରା ନିଜେ ଜୁଯୋମୁରା ଥାନାରେ ଏହି ନକଲି ଖେଲ ଶିକ୍ଷକ ମନୋରଞ୍ଜନ ଦେହୁରୀ ଙ୍କ ନାରେ ଥାନାରେ ମାମଲା ଦାୟର କରିଛନ୍ତି । ତେବେ ପୋଲିସ ଏ ନକଲି ଶିକ୍ଷକ ଙ୍କୁ ତୁରନ୍ତ ଗିରଫ କରିବା ପାଇଁ ବ୍ଳକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ପକ୍ଷରୁ ଲିଖିତ ଭାବରେ ଦାବି କରାଯାଇଛି ।

0
0
0
s2sdefault