ହେଡଲାଇନସ୍:

ପାଟଣାଗଡ ବିଧାୟକଙ୍କ ଉପସ୍ଥିତିରେ ବହୁ ବିଜେପି ଓ କଂଗ୍ରେସ କର୍ମୀ ଙ୍କ ବିଜେଡିରେ ଯୋଗଦାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାଟଣାଗଡ/ବଲାଙ୍ଗୀର (ସନ୍ତୋଷ କୁମାର ଠାକୁର ): ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ରେ ବର୍ତ୍ତମାନ ବହୁ ବିଜେପି ଓ କଂଗ୍ରେସ କର୍ମୀ ବିଜେଡି ମୁହାଁ ହେଉଛନ୍ତି l କିଛି ଦିନ ତଳେ ପାଟଣାଗଡ଼ ବ୍ଲକ ଫଟlମୁଣ୍ଡା ପଞ୍ଚାୟତର ୬୮ ବିଜେପି କର୍ମୀ ବିଜେଡି ରେ ଯୋଗଦାନ କରିଥିଲେ l ଓଡ଼ିଶାର ପ୍ରିୟ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନିର୍ମଳ ଶାସନରେ ଅନୁପ୍ରାଣିତ ହୋଇ ଗତକାଲି ମଧ୍ୟ ପାଟଣାଗଡ ବିଧାୟକ ସରୋଜ ମେହେରଙ୍କ ଉପସ୍ଥିତିରେ ପାଟଣାଗଡ ନିର୍ବାଚନ ମଣ୍ଡଳୀ ବିଜେଡି କାର୍ଯ୍ୟାଳୟରେ କେରବେଡା ପଞ୍ଚାୟତର୮୧ ଜଣ ବିଜେପି ଓ କଂଗ୍ରେସ କର୍ମୀ ଦଳ ଛାଡି ବିଜେଡି ଦଳରେ ଯୋଗଦାନ କରି ପାଟଣାଗଡ ଅଞ୍ଚଳରେ ବିଜେଡିର ଶକ୍ତି ବୃଦ୍ଧି କରିଥିଲେ l ଗତକାଲି ବିଜେଡି ସକ୍ରିୟ କର୍ମକର୍ତ୍ତାଙ୍କୁ ନେଇ ଏକ ବୈଠକ ଆୟୋଜନ ହୋଇଥିଲା ଏହି ବୈଠକରେ ଆଗାମୀ ଦିନର କାର୍ଯ୍ୟପନ୍ଥା ଓ ସଂଗଠନ ବିଷୟରେ ଆଲୋଚନା ହୋଇଥିଲା।

0
0
0
s2sdefault